ETV Bharat / sitara

ସିଏଏ ବିରୋଧରେ ମୁହଁ ଖୋଲିଲେ ନନ୍ଦିତା

author img

By

Published : Jan 23, 2020, 6:56 PM IST

କିଛି ଦିନରୁ ଦେଶରେ ସିଏଏ ବିରୋଧକୁ ନେଇ ଅଶାନ୍ତି ପରିବେଶ ଦେଖିବାକୁ ମିଳୁଛି । ଏହା ବିରୋଧରେ ଦେଶର ଜନସାଧାରଣ ରାଜରାସ୍ତଙ୍କୁ ଓହ୍ଲାଇଛନ୍ତି । ବର୍ତ୍ତମାନ ଏହି ପ୍ରସଙ୍ଗରେ ବୟାନ ରଖିଛନ୍ତି ନନ୍ଦିତା ଦାସ ।

nandita das
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନନ୍ଦିତା ଦାସ

ମୁମ୍ବାଇ: ସିଏଏ ଓ ଏନଆରସି ବିରୋଧରେ ଆଉ ଏକ ଫେମସ ଅଭିନେତ୍ରୀ, ଲେଖିକା, ନିର୍ମାତାଙ୍କ ନାମ ସମ୍ପୃକ୍ତ ହୋଇଛି । କିଛି ଦିନ ହେବ ଦେଶରେ ସିଏଏ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି ଜନସାଧାରଣ । କେବଳ ସାଧାରଣ ଜନତା ନୁହେଁ ବଲିଉଡ ଅନେକର ଷ୍ଟାର୍ସ ଏହି ବିରୋଧ ପ୍ରଦର୍ଶନରେ ଯୋଗ ଦେବା ସହ ଟ୍ବିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ନନ୍ଦିତା ଦାସ ।

ଜୟପୁର ଲିଟରେଚର ଫେଷ୍ଟିଭାଲରେ ଯୋଗ ଦେଇଥିବା ନନ୍ଦିତା ସାକ୍ଷାତକାରରେ ସିଏଏ ଓ ଏନଆରସି ବିରୋଧରେ କହିଥିଲେ ଯେ ଦେଶର ଛାତ୍ରଛାତ୍ରୀ ଏହା ବିରୋଧରେ ସ୍ବର ଉଠାଇଛନ୍ତି । ଆଉ ଏହି ମାମଲାରେ ରାଜନୀତି ହେବା କଥା ନୁହେଁ । ଏହା ଏକ ଏମିତି ଆଇନ ଯାହା ଜରିଆରେ ଭାରତୀୟ ହେବାର ସାକ୍ଷୀ ମଗାଯାଉଛି ।

ଦେଶରେ ବେକାରୀ ସମସ୍ୟା ଏତେ ବଢିଯାଇଛି ଯେ ଯାହା ପୂର୍ବରୁ କେବେ ଏତେ ନଥିଲା । ଏହାସହ ଦେଶର ଆର୍ଥିକ ଅବସ୍ଥା ନିମ୍ନ ସ୍ତରକୁ ଚାଲିଗଲାଣି । ଦେଶରେ ଏମିତି ପ୍ରଥମଥର ଦେଖିବାକୁ ମିଳୁଛି ଯେବେ ଧର୍ମ ନାମରେ ଲୋକଙ୍କୁ ବିଭାଜିତ କରାଯାଉଛି । ଫିଲ୍ମ ଜଗତର ସଦସ୍ୟ ମଧ୍ୟ ପ୍ରଥମଥର ଏହି ଆଇନର ବିରୋଧ କରିବାରେ ଲାଗିଛନ୍ତି ବୋଲି କହିଥିଲେ ନନ୍ଦିତା ।

ପ୍ରକାଶ ଥାଉକି ସିଏଏ ବିରୋଧ ପ୍ରଦର୍ଶନରେ ସ୍ବରା ଭାସ୍କର, ରିଚା ଚଡ୍ଡା, ଅନୁରାଗ କଶ୍ୟପ, ଫରହାନ ଅଖତର, ଜୀଶାନ ଆୟୁବ ଭଳି କଳାକାର ନିଜ ପ୍ରତିକ୍ରିୟା ରଖିସାରିଛନ୍ତି ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.