ETV Bharat / sitara

ବିନା ମେକଅପରେ ଅଭିନୟ କରିବାର ଫାଇଦା କହିଲେ କିର୍ତ୍ତୀ

author img

By

Published : Dec 25, 2020, 7:47 AM IST

ଅଭିନେତ୍ରୀ କିର୍ତ୍ତୀ କୁଲହରୀ ବିନା ମେକଅପରେ ଅଭିନୟର ଫାଇଦା ବିଷୟରେ କହିଛନ୍ତି । ଅଧିକ ପଢନ୍ତୁ...

kirti-kulhari-on-advantage-of-playing-a-zero-make-up-character
ବିନା ମେକଅପ ରେ ଅଭିନୟ କରିବାର ଫାଇଦା କହିଲେ କିର୍ତ୍ତୀ କୁଲ୍ହାରୀ

ମୁମ୍ବାଇ: ଶୋ 'କ୍ରିମିନାଲ ଜଷ୍ଟିସ୍: ବିହାଇଣ୍ତ କ୍ଲୋଜ ଡୋରର୍ସ' ରେ ଅଭିନେତ୍ରୀ କିର୍ତ୍ତୀ କୁଲହରୀ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

କିର୍ତ୍ତୀ କହିଛନ୍ତି, 'ମୁଁ ଅନୁଙ୍କ ଚରିତ୍ରରେ ଅଭିନୟ କରିବାକୁ ଉପଭୋଗ କରିଥିଲି, କାରଣ ସେ ଜଟିଳ ଏବଂ ସମ୍ବେଦନଶୀଳ ତାଙ୍କ ମାନସିକ ସ୍ଥିତିକୁ ସ୍ବଚ୍ଛତା ସହିତ ଉପସ୍ଥାପନ କରିବାକୁ ପଡିଥିଲା ଏବଂ ବିନା ମେକଅପରେ ଅନୁଙ୍କ ଚରିତ୍ରରେ ଅଭିନୟ କରିବାକୁ ଅତି ସହଜ କରିଦେଇଥିଲା ।

ବିନା ମେକଅପରେ ଅଭିନୟ କରିବାର ଫାଇଦା ବିଷୟରେ କିର୍ତ୍ତୀ କହିଛନ୍ତି, 'ପ୍ରଥମ ଥର ପାଇଁ ଶୁଟିଂ ଆରମ୍ଭ ହେବା ପୂର୍ବରୁ ମୁଁ ରେଡ୍ଡୀ ହୋଇଯାଉଥିଲି ଏବଂ ଏହା ବହୁତ ଆରାମଦାୟକ ଥିଲା । ଏଥିସହିତ ମୋର କୋ-ଷ୍ଟାରର୍ସମାନେ ମୋତେ ମୋର ସ୍କିନ୍ ରୁଟିନ୍ ବିଷୟରେ ପଚାରିଥିଲେ ଏବଂ ମୁଁ ମୋର ଅଭିଜ୍ଞତା ଏବଂ ସ୍କିନ୍ ରୁଟିନ୍ ସେମାନଙ୍କ ସହିତ ସେୟାର କରିଥିଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.