ETV Bharat / sitara

ଅମିତାଭଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ଅନୁପମ

author img

By

Published : Jan 13, 2021, 9:16 AM IST

‘କେବିସି’ ସେଟରେ ନଜର ଆସିଲେ ଅନୁପମ । ଅମିତାଭଙ୍କୁ ଦେଲେ ଉପହାର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ଅନୁପମ ଖେର । ମଙ୍ଗଳବାର ସେ ନିଜ ଲେଖା ବହି ‘ୟୋର ବେଷ୍ଟ ଡେ’ ମହାନୟକ ଅମିତାଭ ବଚ୍ଚନଙ୍କୁ ଉପହାର ସୂରପ ଦେଇଛନ୍ତି । ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇ ଅମିତାଭଙ୍କ ସହ ନିଜର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଫଟୋରେ ଦେଖିବାକୁ ମିଳୁଛି ଯେ ଅନୁପମ ବହି ଦେବା ପାଇଁ ଅମିତାଭଙ୍କ ଟିଭି ଶୋ ‘କୌନ ବନେଗା କରୋଡପତି’ ସେଟକୁ ଯାଇଥିଲେ । ଆଉ ସେଠାରେ ଅମିତାଭଙ୍କୁ ବହି ଦେଇ ଫଟୋ ମଧ୍ୟ କ୍ଲିକ୍ କରିଥିଲେ । ଏହାକୁ ଇନଷ୍ଟାଗ୍ରାମରେ ସେୟାର କରି ସେ ଲେଖିଛନ୍ତି, ‘ମୋର ପୁସ୍ତକ ଉପସ୍ଥାପନ କରିବା ମୋର ସୌଭାଗ୍ୟ ଏବଂ ଗୌରବର ବିଷୟ । ତୁମର ବେଷ୍ଟ ଡେ ଆଜି ଯିଏ ସମଗ୍ର ବିଶ୍ବରେ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ପ୍ରେରଣା ସାଜିଥିବା ଅମିତାଭଙ୍କ ସହ ଥିବାରୁ । ସେ ତାଙ୍କର ପ୍ରଶଂସା ସହିତ ଏତେ ଉତ୍ସାହିତ ଏବଂ ଉଦାର ଅଟନ୍ତି | ତୁମେ ଏତେଗୁଡ଼ିଏ ଜିନିଷ ଏକାଠି କରିବାକୁ କିପରି ପରିଚାଳନା କରିବ? ମୁଁ ତୁମଠାରୁ ଶିଖିବାର ଆବଶ୍ୟକ ଅଛି । ମୁଁ ହତାଶ ହୋଇ ଉତ୍ତର ଦେବାକୁ ଚାହୁଁଥିଲି, ଅମିତ ସାର୍ ତୁମେ ମୋର ଗୋଡ କାହିଁକି ଟାଣୁଛ? ଜୟ ହୋ’ ଲେଜେଣ୍ଡ, ମେଗାଷ୍ଟାର । କେବିସି ।ନମ୍ର ।’

ପ୍ରକାଶ ଥାଉକି ନିକଟରେ ଅନୁପମ ତାଙ୍କ ପୁସ୍ତକର ଏକ ନକଲ ମୁସୁରିରେ ରହୁଥିବା ଲୋକପ୍ରିୟ ଲେଖକ ରଷକିନ୍ ବଣ୍ଡଙ୍କୁ ଦେଇଥିଲେ । ନିକଟରେ ଏହି ବହିର ଲଞ୍ଚ କରି ସମସ୍ତଙ୍କୁ ଖୁସି ଖବର ଜଣାଇଥିଲେ ଅଭିନେତା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.