ETV Bharat / science-and-technology

ବଢୁଛି ଆମେରିକା-ଚୀନ୍‌ ବିବାଦ: ବାଇଡେନ୍ ସରକାରଙ୍କ ଧମକ, ବ୍ୟାନ୍ ହେବ ଟିକ୍‌ଟକ୍‌ !

author img

By

Published : Mar 16, 2023, 3:56 PM IST

ଚୀନ୍ ଟିକ୍‌ଟକ୍‌ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଲା ଆମେରିକା । ଆପ୍‌ ମାଧ୍ୟମରେ ବ୍ୟବହାରକାରୀଙ୍କ ଡାଟା ଚୀନ୍‌ ରକାରଙ୍କୁ ପଠାଉଥିବା ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଚୀନ୍ ଉପର ଟେକ୍ନିକାଲ୍ ଷ୍ଟ୍ରାଇକ୍ କରିବ ଆମେରିକା । ଚୀନ୍‌ର ସୋସିଆଲ୍ ମିଡିଆ ଭିଡିଓ ପ୍ରସ୍ତୁତକାରୀ ଆପ୍‌ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି ଆମେରିକା । ଚୀନ୍ କମ୍ପାନୀଗୁଡିକ ଆମେରିକା ୟୁଜର୍ସଙ୍କ ଡାଟା ଚୀନ୍ ସରକାରଙ୍କୁ ପଠାଉଥିବା ସନ୍ଦେହ କରିଛି ବାଇଡେନ ସରକାର। ଏହାକୁ ଦୃଷ୍ଟିରେ ରଖି ଆମେରିକା ଚୀନ୍ ଆପ୍ ଟିକ୍‌ଟକ୍‌କୁ ଦେଶରେ ବ୍ୟାନ୍ କରିବାକୁ ଧମକ ଦେଇଥିବା ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ପ୍ରକାଶ କରିଛି ।

ତେବେ ଆମେରିକାର ଏହି ନିଷ୍ପତ୍ତି ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲେ । ମାତ୍ର ଏହା ଜୋ ବାଇଡେନଙ୍କ ସରକାରରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଭାରତ ଏହି ଆପ୍‌ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ସାରିଥିବା ବେଳେ ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ଦେଶଗୁଡିକ ଏହି ଆପକୁ ସରକାରୀ ଫୋନରୁ ନିଷିଦ୍ଧ କରିବାକୁ ପଦକ୍ଷେପ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ସନ୍ଦେହ ଘେରରେ ଡ୍ରାଗନ୍: ଆମେରିକା ଆକାଶରେ ଉଡୁଛି ଚୀନର ସନ୍ଦିଗ୍ଧ ବେଲୁନ୍

କିଛିଦିନ ତଳେ ଆମେରିକା ଆକାଶରେ ଚୀନ୍ ଗୁପ୍ତଚର ବେଲୁନ୍ ଘୁରି ବୁଲୁଥିଲା । ଏହାପରେ ଆମେରିକା ସେନା ଏହାକୁ ନଷ୍ଟ କରିଥିଲା । ମାତ୍ର ଚୀନ୍‌ର ଏପରି କାର୍ଯ୍ୟକଳାପରେ ସନ୍ଦେହ ପ୍ରକଟ କରିଥିଲା ଆମେରିକା । ଦେଶର GOP କଂଗ୍ରେସ କର୍ମୀ ତଥା ସେହି କମିଟିର ସଭାପତି ମାଇକେଲ ମ୍ୟାକା୍‌ଉଲ କହିଛନ୍ତି ଯେ, "ଟିକ୍‌ଟକ୍‌ ଆପଣଙ୍କ ଫୋନରେ ଗୁପ୍ତଚର ବେଲୁନ୍ ଭଳି ଅଟେ ।"

ଏହି ମାସ ଆରମ୍ଭରେ ଟିକ୍‌ଟକ୍‌ ଏକ ଡାଟା ସୁରକ୍ଷା ପ୍ଲାନ୍(ଯୋଜନା) ଘୋଷଣା କରିଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ଏହା ସମଗ୍ର ୟୁରୋପରେ ବ୍ୟବହାରକାରୀଙ୍କ ତଥ୍ୟକୁ ସୁରକ୍ଷା ଦେବ । ଏହି ପଦକ୍ଷେପର ନାମ ହେଲା 'ପ୍ରୋଜେକ୍ଟ କ୍ଲୋଭର' । ଯେଉଁଥିରେ ତଥ୍ୟ ଆୟର୍ଲାଣ୍ଡ ଏବଂ ନରୱେର ସର୍ଭରରେ ଗଚ୍ଛିତ ହେବ ଏବଂ ଏକ ଥାର୍ଡ-ପାର୍ଟି(ତୃତୀୟ ପକ୍ଷ) ଆଇଟି କମ୍ପାନୀ ଯେତେବେଳେ ୟୁରୋପ ବାହାରକୁ ଯିବ ସେତେବେଳେ ତଥ୍ୟ ଯାଞ୍ଚ କରିବ ।

ଡାଟା ସୁରକ୍ଷା ଆବଶ୍ୟକତା ଉପରେ TikTok ଏବଂ CFIUS ଦୁଇ ବର୍ଷରୁ ଅଧିକ ସମୟ ଧରି ଆଲୋଚନା କରିଆସୁଛନ୍ତି । ସେପଟେ ଟିକ୍‌ଟକ୍ ଏହି ଗୁପ୍ତଚର ଅଭିଯୋଗକୁ ଖଣ୍ଡନ କରି କହିଛି ଯେ, କମ୍ପାନୀ ଡାଟା ସୁରକ୍ଷା ଉପରେ ଧ୍ୟାନ ଦିଏ । ଏଥିପାଇଁ 1.5 ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରୁଛି । ଆମେରିକା ବାଚସ୍ପତି ନାନ୍‌ସୀ ପେଲୋସୀଙ୍କ ତାଇୱାନ ଗସ୍ତ ପରେ ଚୀନ-ଆମେରିକା ମଧ୍ୟରେ ବିବାଦ ଘନେଇଥିଲା । ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଏବେ ଶୀତଳ ଯୁଦ୍ଧ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.