ETV Bharat / science-and-technology

ଗ୍ଲୋବାଲ ୱାର୍ମିଂ ପାଇଁ ଏସୀୟ ମୌସୁମୀ ପ୍ରାନ୍ତରେ ବଢିପାରେ ବର୍ଷା

author img

By

Published : Jul 29, 2020, 6:26 AM IST

Updated : Feb 16, 2021, 7:31 PM IST

ବଦଳୁଥିବା ପ୍ରାକୃତିକ ସ୍ଥିତି, ପରିବେଶ ଓ ତାପମାତ୍ରା ସହ ବଢୁଥିବା ଗ୍ଲୋବାଲ ୱାର୍ମିଂର ଏସୀୟ ମୌସୁମୀ ପ୍ରାନ୍ତ ଉପରେ ପ୍ରଭାବ ଜାଣିବା ପାଇଁ ଟୋକିୟୋ ମେଟ୍ରୋପଲିଟାନ ୟୁନିଭର୍ସିଟିର ଗବେଷକମାନେ ଏକ ଅଧ୍ୟୟନ କରିଥିଲେ । ଅଧିକ ପଢନ୍ତୁ...

Global warming, effect of global warming on asian monsoon region, effect of global warming on nature, save nature, ଗ୍ଲୋବାଲ ୱାର୍ମିଂ, ଏସୀୟ ମୌସୁମୀ ପ୍ରାନ୍ତରେ ଗ୍ଲୋବାଲ ୱାର୍ମିଂ ପ୍ରଭାବ, ପ୍ରକୃତି ଉପରେ ଗ୍ଲୋବାଲ ୱାର୍ମିଂ ପ୍ରଭାବ, ପ୍ରକୃତିର ସୁରକ୍ଷା
ଗ୍ଲୋବାଲ ୱାର୍ମିଂ ପାଇଁ ଏସୀୟ ମୌସୁମୀ ପ୍ରାନ୍ତରେ ବଢିପାରେ ବର୍ଷା

ଟୋକିଓ: ବଦଳୁଥିବା ପ୍ରାକୃତିକ ସ୍ଥିତି, ପରିବେଶ ଓ ତାପମାତ୍ରା ସହ ବଢୁଥିବା ଗ୍ଲୋବାଲ ୱାର୍ମିଂର ଏସୀୟ ମୌସୁମୀ ପ୍ରାନ୍ତ ଉପରେ ପ୍ରଭାବ ଜାଣିବା ପାଇଁ ଟୋକିୟୋ ମେଟ୍ରୋପଲିଟାନ ୟୁନିଭର୍ସିଟିର ଗବେଷକମାନେ ଏକ ଅଧ୍ୟୟନ କରିଥିଲେ । ଏଥିପାଇଁ ସେମାନେ ହାଇ-ରିଜୋଲ୍ୟୁସନରେ ପାଣିପାଗ ପରିବର୍ତ୍ତନର ଚକ୍ରକୁ ଅଧ୍ୟୟନ କରିଥିଲେ । ମେଘ ପ୍ରସ୍ତୁତି ପ୍ରକ୍ରିୟା ଓ ଏଥିରେ ସମୟକ୍ରମେ ଆସିଥିବା ପରିବର୍ତ୍ତନକୁ ଗବେଷକମାନେ ନିକଟରୁ ଅନୁଧ୍ୟାନ କରିଥିଲେ । ଯେଉଁଥିରେ ସେମାନେ ଦେଖିଥିଲେ ମୌସୁମୀ ସମୟରେ ଏହି ପରିବର୍ତ୍ତନ କ୍ଷୀପ୍ର ବେଗରେ ହେଉଛି । ଏଥିପାଇଁ ଟ୍ରପିକାଲ ପରିବର୍ତ୍ତନ ମଧ୍ୟ ବହୁ ମାତ୍ରାରେ ଦାୟୀ ବୋଲି ସେମାନେ ଜାଣିବାକୁ ପାଇଥିଲେ ।

ବିଶ୍ବରେ ବହୁଳ ଜନସଂଖ୍ୟା ଧାରଣ କରିଥିବା ଏସିୟ ମହାଦେଶରେ ମୌସୁମୀ ପ୍ରାନ୍ତମାନଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ଗ୍ଲୋବାଲ ୱାର୍ମିଂର ମାତ୍ରା ବଢୁଥିବାରୁ ଏହା ଦ୍ବାରା ପ୍ରକୃତି କିପରି ପରିବର୍ତ୍ତନ ହେଉଛି ତାହାକୁ ବୁଝିବାକୁ ହେବ । ଗୋଟିଏ ପଟେ ଏସିୟ ମୌସୁମୀ ପ୍ରାନ୍ତ ଗୁଡିକ ସାରା ବିଶ୍ବରେ ଜଳ ଉତ୍ସ ଓ ଶକ୍ତି ଉତ୍ସ ଭାବେ ଜଣା ଯାଉଥିବା ବେଳେ ଗ୍ଲାବାଲ ୱାର୍ମିଂର ଏହା ଉପରେ ମଧ୍ୟ ଅନେକ ପ୍ରଭାବ ରହିଥାଏ । ଏହାକୁ ବୁଝିବା ପାଇଁ ଗବେଷକମାନେ ଆଞ୍ଚଳିକ ସ୍ଥିତି, ବର୍ଷାର ମାତ୍ରା, ପ୍ରାକୃତିକ ପ୍ରକ୍ରିୟାରେ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତାକୁ ଅନୁଧ୍ୟାନ କରିଛନ୍ତି । ଏହାଦ୍ବାରା ଆଗକୁ ପରିସ୍ଥିତି ମୁକାବିଲା କରିବା ସହଜ ହେବ ବୋଲି ସେମାନେ ମତ ଦେଇଛନ୍ତି ।

Global warming, effect of global warming on asian monsoon region, effect of global warming on nature, save nature, ଗ୍ଲୋବାଲ ୱାର୍ମିଂ, ଏସୀୟ ମୌସୁମୀ ପ୍ରାନ୍ତରେ ଗ୍ଲୋବାଲ ୱାର୍ମିଂ ପ୍ରଭାବ, ପ୍ରକୃତି ଉପରେ ଗ୍ଲୋବାଲ ୱାର୍ମିଂ ପ୍ରଭାବ, ପ୍ରକୃତିର ସୁରକ୍ଷା
ଏସୀୟ ମୌସୁମୀ ପ୍ରାନ୍ତରେ ଗ୍ଲୋବାଲ ୱାର୍ମିଂର ପ୍ରଭାବ

ଏହି ଅନୁଧ୍ୟାନରେ ମୁଖ୍ୟତଃ ବାଦଲ ବା ମେଘ ପ୍ରସ୍ତୁତି ପ୍ରକ୍ରିୟାର ଅଧ୍ୟୟନକୁ ଗୁରୁତ୍ବ ଦିଆଯାଇଛି । ଏଥିସହ ଗତ 30 ବର୍ଷ ହେବ ପ୍ରକୃତି ଉପରେ ଗ୍ଲୋବାଲ ୱାର୍ମିଂର ପ୍ରଭାବ ତଥ୍ୟକୁ ମଧ୍ୟ ବ୍ୟବହାର କରାଯାଇଛି । ମୁଖ୍ୟତଃ ମୌସୁମୀ ଋତୁ ଓ ମୌସୁମୀ ପ୍ରାନ୍ତ ଉପରେ ଏହାର ପ୍ରଭାବକୁ ପ୍ରାଧାନ୍ୟ ଦିଆଯାଇଛି । ଏଥିପାଇଁ ଉତ୍ତର ଭାରତ, ଭାରତ-ଚୀନ ବିବାଦୀୟ ସ୍ଥାନ ଓ ଉତ୍ତର ପ୍ରଶାନ୍ତ ମହାସାଗରର ପଶ୍ଚିମାଞ୍ଚଳରେ ପ୍ରକୃତିରେ ପରିବର୍ତ୍ତନକୁ ମଧ୍ୟ ଅଧ୍ୟୟନ କରାଯାଇଛି ।

ଅଧ୍ୟୟନରୁ ଦେଖାଯାଇଛି କି ଗ୍ଲୋବାଲ ୱାର୍ମି ଦ୍ବାରା ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ପାଏ । ହେଲେ ସମୟ ସହ ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଲକ୍ଷଣ ଏକ ଗମ୍ଭୀର ସମସ୍ୟା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ । ଏଥିସହ ଏହି ଅଧ୍ୟୟନ ଦ୍ବାରା ଗବେଷକମାନେ ମୌସୁମୀ ଋତୁରେ ବାୟୁମଣ୍ଡଳରେ ବିଭିନ୍ନ ପ୍ରକାର ଜଳୀୟ ବାଷ୍ପ ଓ ଜଳ କଣା ଦେଖିବାକୁ ପାଇଥିଲେ ।

Global warming, effect of global warming on asian monsoon region, effect of global warming on nature, save nature, ଗ୍ଲୋବାଲ ୱାର୍ମିଂ, ଏସୀୟ ମୌସୁମୀ ପ୍ରାନ୍ତରେ ଗ୍ଲୋବାଲ ୱାର୍ମିଂ ପ୍ରଭାବ, ପ୍ରକୃତି ଉପରେ ଗ୍ଲୋବାଲ ୱାର୍ମିଂ ପ୍ରଭାବ, ପ୍ରକୃତିର ସୁରକ୍ଷା
ଗ୍ଲୋବାଲ ୱାର୍ମିଂ ଯୋଗୁଁ ବଦଳୁଛି ମୌସୁମୀ ଋତୁର ପରିଭାଷା

ଗବେଷକମାନେ ସମୂଦ୍ର ପତ୍ତନରେ ତାପମାତ୍ରାରେ ପରିବର୍ତ୍ତନକୁ ମଧ୍ୟ ଅତି ନିକଟରୁ ଅଧ୍ୟୟନ କରିଛନ୍ତି । ପୂ୍ର୍ବରୁ ଏନେଇ ହୋଇଥିବା ଅନେକ ଗବେଷଣାରୁ ଜଣା ପଡିଛି କି ଏଲ ନିନୋ ପ୍ରଭାବ ଦ୍ବାରା ବିଶ୍ବରେ ସବୁଆଡେ ଏକ ନିର୍ଦ୍ଧିଷ୍ଟ ପରିମାଣରେ ତାପମାତ୍ରା ବୃଦ୍ଧି ପାଇଥାଏ । ଏହି ତଥ୍ୟ ଆଧାରରେ ବର୍ତ୍ତମାନ ଅଧ୍ୟୟନ ପରେ ଗବେଷକମାନେ ଜାଣିପାରିଥିଲେ କି ସାମଦ୍ରିକ ପତ୍ତନରେ ତାପମାତ୍ରା ବୃଦ୍ଧି ଯୋଗୁଁ ବାୟୁମଣ୍ଡଳରେ ଜଳକଣାର ପ୍ରକାରରେ ପରିବର୍ତ୍ତନ ଆସୁଛି ।

ଏହାର ପ୍ରଭାବ ଏତେ ମାରାତ୍ମକ ହୋଇପାରେ କି ଆଗକୁ ଯାଇ ଏସିଆରେ ମୌସୁମୀ ଅତି ଭୟଙ୍କର ରୂପ ଧାରଣ କରିପାରେ ବୋଲି ଗବେଷକମାନେ ଚେତାବନୀ ଦେଇଛନ୍ତି । ଉଦାହରଣ ସ୍ବରୂପ ଜାପାନରେ 2018 ଓ 2020 ମସିହାରେ ଆସିଥିବା ବନ୍ୟାରେ ପ୍ରଳୟଙ୍କରୀ ପ୍ରଭାବରେ ବୃଦ୍ଧି । ଏହାକୁ ନଜରରେ ରଖି ଆଗକୁ ପ୍ରକୃତିରୁ କିପରି ସୁରକ୍ଷା ପ୍ରଦାନ କରିବା ସହ ଗ୍ଲୋବାଲ ୱାର୍ମିଂର ମାତ୍ରା ହ୍ରାସ କରିହେବ ସେନେଇ ଗୁରୁତ୍ବ ଦେବାକୁ ହେବ ବୋଲି ଗବେଷକମାନେ ମତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.