ETV Bharat / science-and-technology

National Mathematics Day: ବିଶିଷ୍ଟ ଗଣିତଜ୍ଞ ରାମାନୁଜନଙ୍କ ଉଦ୍ଦେଶ୍ୟରେ ପାଳନ ହୁଏ ଗଣିତ ଦିବସ

author img

By

Published : Dec 22, 2022, 11:21 AM IST

ଆଜି ଜାତୀୟ ଗଣିତ ଦିବସ(National Mathematics Day) । ଜାଣନ୍ତୁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ କଣ । କାହିଁକି ପାଳନ ହୁଏ ଗଣିତ ଦିବସ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ।

Srinivasa Ramanujan
Srinivasa Ramanujan

ହାଇଦ୍ରାବାଦ: ଗଣିତ ସାହାରାରେ ସାମାଜିକ କାର୍ଯ୍ୟକଳାପ ସହଜରେ ଓ ସୁରୁଖୁରୁରେ ହୋଇପାରୁଛି । ଗଣନା ସହ ପ୍ରତିଟି ବ୍ୟକ୍ତିର ଦୈନିକ ଜୀବନଚର୍ଯ୍ୟା ଯେ ଅଙ୍ଗାଙ୍ଗି ଭାବେ ଜଡିତ କହିଲେ କିଛି ଭୁଲ୍ ହେବନାହିଁ । ଏହା ନିଶ୍ଚିତ ରୂପେ ସମାଜକୁ ଆବଶ୍ୟକ ବୋଲି ହୃଦବୋଧ କରି ଆରମ୍ଭ ହୋଇଛି ଜାତୀୟ ଗଣିତ ଦିବସ(National Mathematics Day) । ଆଜିର ଦିନ(ଡିସେମ୍ବର 22)କୁ ପ୍ରତିବର୍ଷ ଜାତୀୟ ନ୍ୟାସନାଲ୍ ମ୍ୟାଥ୍‌ମେଟିକ୍ସ ଡେ' ଭାବରେ ପାଳନ କରାଯାଏ ।

ଦିବସ ପାଳନର ଉଦ୍ଦେଶ୍ୟ:-

୨୦୧୨ରେ ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ(Srinivasa Ramanujan)ଙ୍କ ୧୨୫ତମ ଜନ୍ମଜୟନ୍ତୀରେ ଯୋଗଦେଇ ଏହି ଦିନକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରିବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ଆହ୍ବାନ କରିଥିଲେ । ସେବେଠାରୁ ପ୍ରତିବର୍ଷ ଡିସେମ୍ବର ୨୨ରେ ଦେଶବ୍ୟାପୀ ଗଣିତ ଦିବସ ପାଳନ କରାଯାଉଛି । ଦେଶର ଯୁବପିଢିଙ୍କ ମଧ୍ୟରେ ଗଣିତ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ମହାନ ଗଣିତଜ୍ଞ ରାମାନୁଜନଙ୍କ ଅବଦାନକୁ ମନେପକାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

ରାମାନୁଜନଙ୍କ ଗଣିତ ପ୍ରତି ଅବଦାନ:-

  • ଶ୍ରୀନିବାସ ରାମାନୁଜନ ମୌଳିକ ଗଣିତରେ କୌଣସି ଔପଚାରିକ ଶିକ୍ଷା ବା ପ୍ରଶିକ୍ଷଣ ନନେଇ ମଧ୍ୟ ଗାଣିତିକ ବିଶ୍ଳେଷଣ, ସଂଖ୍ୟା ତତ୍ତ୍ବ ଅସୀମ ଶ୍ରେଣୀ ଓ ଧାରାବାହିକ ବିଭକ୍ତି ଆଦି ଗାଣିତିକ ବିଷୟରେ ଅଦ୍ବିତୀୟ ଅବଦାନ ଛାଡି ଯାଇଛନ୍ତି ।
  • ଜୀବନ କାଳ ମଧ୍ୟରେ ରାମାନୁଜନ ଅନେକ ଅସମାହିତ ଗାଣିତିକ ସମସ୍ୟାର ସରଳ ସମାଧାନ କରିଛନ୍ତି ।
  • ସେ ୩,୯୦୦ଟି ସମୀକରଣ ଓ ଅଭେଦର ସମାଧାନ କରି ଗାଣିତିକ ଫଳ ବାହାର କରିଥିଲେ । ସବୁଠୁ ବଡ କଥା ହେଉଛି କି ଏଥିରୁ ଅର୍ଦ୍ଧାଧିକ ଫଳାଫଳ ରାମାନୁଜନଙ୍କ ନିଜସ୍ବ ଓ ସ୍ବତନ୍ତ୍ର । ଏଥିରେ ରାମାନୁଜନ ମୌଳିକ, ରାମାନୁଜନ ଥିଟା ଫଳନ ଓ କୃତ୍ରିମ ଥିବା ଫଳନ ପରି ଉଚ୍ଚ କୋଟୀର ଅଣ ପାରମ୍ପାରିକ ଫଳାଫଳ ରହିଛି ।

ଶ୍ରୀନିବାସ ରାମାନୁଜନ୍ କିଏ:-

୧୮୮୭ ମସିହା ଆଜିର ଦିନରେ ମୈସୁରରେ ଜନ୍ମଗ୍ରହଣ କରିଥିଲେ କିମ୍ବଦନ୍ତୀ ଗଣିତ ସ୍ରଷ୍ଟା ଶ୍ରୀନିବାସ ରାମାନୁଜନ । ଆନୁଷ୍ଠାନିକ ଶିକ୍ଷାର ଅଭାବ ସତ୍ତ୍ବେ ମାତ୍ର 12 ବର୍ଷ ବୟସରେ ସେ ଟ୍ରିଗୋନମେଟ୍ରୀରେ ସଫଳତା ପାଇଥିଲେ ଓ ନିଜେ ଅନେକ ତତ୍ତ୍ବ ବିକାଶ କରିଥିଲେ । 1904 ରେ ମାଧ୍ୟମିକ ବିଦ୍ୟାଳୟ ସମାପ୍ତ କରିବା ପରେ ରାମାନୁଜନ କୁମ୍ବାକୋନମ୍ ସରକାରୀ କଳା ମହାବିଦ୍ୟାଳୟରେ ପଢିବା ପାଇଁ ଛାତ୍ରବୃତ୍ତି ପାଇବାକୁ ଯୋଗ୍ୟ ହୋଇଥିଲେ । ମାତ୍ର ସେ ଅନ୍ୟ ବିଷୟଗୁଡ଼ିକରେ ଭଲ ପ୍ରଦର୍ଶନ କରିନଥିବାରୁ ବୃତ୍ତି ପାଇପାରି ନଥିଲେ ।

14 ବର୍ଷ ବୟସରେ ରାମାନୁଜନ ମାଡ୍ରାସର ପାଚିଆପ୍ପା କଲେଜରେ ନାମ ଲେଖାଇଥିଲେ । ଦାରିଦ୍ର୍ୟାତା ସତ୍ତ୍ବେ ସେ ଗଣିତ ଅଧ୍ୟୟନକୁ ଛାଡିପାରିନଥିଲେ । 1912 ମସିହାରେ ଭାରତୀୟ ଗଣିତ ସୋସାଇଟିର ପ୍ରତିଷ୍ଠାତା ରାମସ୍ବାମୀ ଆୟର ତାଙ୍କୁ ମାଡ୍ରାସ ପୋର୍ଟ ଟ୍ରଷ୍ଟରେ କିରାଣୀ ପଦ ପ୍ରଦାନ କରିଥିଲେ । ଏହା ପରେ ରାମାନୁଜନ ତାଙ୍କ କାର୍ଯ୍ୟ ବ୍ରିଟିଶ ଗଣିତଜ୍ଞଙ୍କ ନିକଟକୁ ପଠାଇବା ଆରମ୍ଭ କଲେ ।

1914 ମସିହାରେ ରାମାନୁଜନ ବ୍ରିଟେନରେ ପହଞ୍ଚିଥିଲେ । ସେଠାରେ ସେ କେମ୍ବ୍ରିଜରେ ଯୋଗ ଦେଇଥିଲେ । 1917 ମସିହାରେ ରାମାନୁଜନ ଲଣ୍ଡନ ଗଣିତ ସମାଜର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। 1918 ମସିହାରେ ସେ ରୟାଲ ସୋସାଇଟିର ଜଣେ ସଦସ୍ୟ ହୋଇଥିଲେ । 1919 ରେ ଇଂଲଣ୍ଡରୁ, ଭାରତକୁ ଫେରି ଆସିଥିଲେ ରାମାନୁଜନ । ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ 1920 ରେ ମାତ୍ର 32 ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ ଗାଣିତିକ ଜଗତର ଏହି ମହାନ ଜନନାୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.