ମଙ୍ଗଳ ପୃଷ୍ଠରେ 21 ଫୁଟ ଦୂରତା ଅତିକ୍ରମ କଲା ନାସା ରୋବର

author img

By

Published : Mar 6, 2021, 7:35 PM IST

ମଙ୍ଗଳ ପୃଷ୍ଠରେ  21 ଫୁଟ ଦୂରତା ଅତିକ୍ରମ କଲା ନାସା ରୋବର

ମଙ୍ଗଳ ଗ୍ରହରେ ଜୀବନର ଅନୁସନ୍ଧାନ ପାଇଁ ନାସା ପକ୍ଷରୁ ଏକ ରୋବର ପଠାଯାଇଛି । ତେବେ ଲାଲ୍ ଗ୍ରହ ପୃଷ୍ଠରେ ଅବତରଣ କରିଥିବା ଏହି ରୋବର କିଛି ସମୟ ପାଇଁ ନିଜ ସ୍ଥାନରୁ ଆଗକୁ ପଛକୁ ଗତି କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ନିକଟରେ ମଙ୍ଗଳ ଗ୍ରହରେ ଅବତରଣ କରିଛି ନାସାର ରୋବର । ତେବେ ଏହି ରୋବର ଚଳିତ ସପ୍ତାହରେ ଲାଲ ଗ୍ରହରେ ନିଜର ପ୍ରଥମ ପରୀକ୍ଷାମୂଳକ ଅଭିଯାନରେ 21 ଫୁଟ ଦୂରତା ଅତିକ୍ରମ କରିଛି । ମଙ୍ଗଳରେ ଜୀବନର ଅନୁସନ୍ଧାନ ପାଇଁ ମଙ୍ଗଳ ଗ୍ରହଣକୁ ରୋବର ପଠାଯାଇଛି । ତେବେ ପୃଷ୍ଠରେ ଅବତରଣ କରିବାର ଦୁଇ ସପ୍ତାହ ପରେ ଶୁକ୍ରବାର ରୋବର ନିଜ ସ୍ଥାନରୁ କିଛି ଦୂରକୁ ଚାଲି ଯାଇଛି ।

ମଙ୍ଗଳ ପୃଷ୍ଠରେ ଅବତରଣ କରିଥିବା ଏହି ରୋବରର ସ୍ଥାନ ପରିବର୍ତ୍ତନ ପାଖାପାଖି 33 ମିନିଟ ଯାଏଁ ଚାଲିଥିବା ଜଣାପଡିଛି । କାଲିଫର୍ଣ୍ଣିଆର ପାସାଦେନାରେ ସ୍ଥିତ ନାସାର ଜେଟ ପ୍ରୋପେଲାଣ୍ଟ ଲାବୋରେଟୋରୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘଟଣାର ଫୋଟ ସେୟାର କରିଛି । ଏହି ପରିପ୍ରେକ୍ଷୀରେ ଇଞ୍ଜିନିୟର ଅନାସ ଜାରଫିଆନ କହିଛନ୍ତି ଯେ ରୋବରର ଗତି ଓ ଚକର ଚିହ୍ନ ଦେଖି ମୁଁ ବହୁତ ଖୁସି ଏବଂ ମଙ୍ଗଳରେ ଜୀବନ ସତ୍ତା ଖୋଜିବାର ଏହି ଅଭିଯାନ ଏକ ବହୁତ ବଡ ଉପଲବ୍ଧି ।

ସେହିପରି ପର୍ସେବିୟରେନ୍ସ ଉପରେ ସିଷ୍ଟମର ନିୟନ୍ତ୍ରଣ ଶେଷ ହେବା ମାତ୍ର, ରୋବର ପ୍ରାଚୀନ ନଦୀର ଡେଲ୍ଟା ଆଡକୁ ଅଗ୍ରମୁଖୀ ହେବ ଏବଂ ପୃଥିବୀ ପୃଷ୍ଠକୁ ଫେରିବା ପୂର୍ବରୁ ସେଠାରୁ ପଥରଗୁଡିକ ସଂଗ୍ରହ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.