ETV Bharat / opinion

Karnatka elections: ବିଜେପିର ବିଳମ୍ବିତ ପ୍ରାର୍ଥୀ ଘୋଷଣା, କର୍ଣ୍ଣାଟକରେ ପଡ଼ିବ କି ହିମାଚଳ ପ୍ରଭାବ ?

author img

By

Published : Apr 17, 2023, 11:00 PM IST

କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଦଳ ଅଦଳବଦଳ ରାଜନୀତି । ବିଜେପିଠାରୁ ଟିକେଟ ନ ପାଇ ଦଳକୁ ବାଏ ବାଏ କରିଛନ୍ତି ଅନେକ ନେତା । ଦଳ ଛାଡ଼ି କିଛି ଅନ୍ୟ ଦଳରେ ସାମିଲ ହେଉଥିବା ବେଳେ ଆଉ କିଛି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତେବେ ବିଜେପିର ପ୍ରାର୍ଥୀ ତାଲିକା ଆଉ ହିମାଚଳପ୍ରଦେଶ ନିର୍ବାଚନ ଫଳାଫଳର କାହାଣୀ ଦୋହରାଇବନି ତ ? ହିମାଚଳ ପରି ବିଜେପି ହାତରୁ ଚାଲିଯିବନି ତ କର୍ଣ୍ଣାଟକ ଗାଦି ? ଏହା ଉପରେ ପଢନ୍ତୁ ଇଟିଭି ଭାରତର ଏହି ସମ୍ପାଦକୀୟ

Karnatka elections
Karnatka elections

ହାଇଦ୍ରାବାଦ: ଆସନ୍ତା ମେ ୧୦ ତାରିଖରେ ହେବାକୁ ଯାଉଛି ଦକ୍ଷିଣ ରାଜ୍ୟ କର୍ଣ୍ଣାଟକର ବିଧାନସଭା ନିର୍ବାଚନ । ଏଥିଲାଗି ପ୍ରାର୍ଥୀ ତାଲିକା ଜାରି କରୁଛି ବିଜେପି । ବୃହତ ବିଜେପି ଶାସିତ ରାଜ୍ୟଗୁଡ଼ିକ ମଧ୍ୟରେ ଦକ୍ଷିଣ ରାଜ୍ୟମାନଙ୍କ ମଧ୍ୟରେ ଏକମାତ୍ର କର୍ଣ୍ଣାଟକରେ ବିଜେପି ରାଜ କରୁଛି । ହେଲେ ବିଜେପିର ପ୍ରାର୍ଥୀ ତାଲିକା ଗତବର୍ଷ ହିମାଚଳପ୍ରଦେଶର ନିର୍ବାଚନକୁ ମନେ ପକାଇ ଦେଉଛି । ତେବେ ବିଜେପିର ପ୍ରାର୍ଥୀ ତାଲିକା ଆଉ ହିମାଚଳପ୍ରଦେଶ ନିର୍ବାଚନ ଫଳାଫଳର କାହାଣୀ ଦୋହରାଇବନି ତ ? ହିମାଚଳ ପରି ବିଜେପି ହାତରୁ ଚାଲିଯିବନି ତ କର୍ଣ୍ଣାଟକ ଗାଦି ? ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ଏକମାତ୍ର ରାଜ୍ୟ ଭାବେ କର୍ଣ୍ଣାଟକରେ ଶାସନ କରୁଛି ବିଜେପି । ପଡ଼ୋଶୀ ରାଜ୍ୟଗୁଡ଼ିକରେ ପ୍ରଭାବ ବିସ୍ତାର କରିବା ଲାଗି ରଣନୀତି ଭାବେ କର୍ଣ୍ଣାଟକର ବେଶ ମହତ୍ତ୍ବ ରହିଛି । କାରଣ କର୍ଣ୍ଣାଟକ ସହ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ଗୋଆ ରାଜ୍ୟଗୁଡ଼ିକ ସୀମାକୁ ସେୟାର କରୁଛି । ଏଥିଲାଗି କର୍ଣ୍ଣାଟକର ଗାଦିକୁ ସୁରକ୍ଷିତ କରିବା ଲାଗି ବିଜେପି ଯଥାସମ୍ଭବ ପ୍ରୟାସ କରୁଛି । ଏଥିଲାଗି ଦଳ ଅଦଳବଦଳ ରାଜନୀତିକୁ ରୋକିବା ଲାଗି ବିଜେପି ବିଳମ୍ବରେ ପ୍ରାର୍ଥୀ ତାଲିକା ଜାରି କରିଛି ।

ସେପଟେ ପାର୍ଟି ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ପ୍ରତିଟି ବିଧାନସଭା ମଣ୍ଡଳୀରୁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀଙ୍କୁ ମଧ୍ୟ ସାମିଲ କରିଛି । ରାଜ୍ୟର ମୋଟ ୨୨୪ଟି ଆସନ ମଧ୍ୟରୁ ପ୍ରତିଟି ବିଧାନସଭା ମଣ୍ଡଳୀରୁ ୩ଜଣ ସର୍ବଶ୍ରେଷ୍ଠ ତୃଣମୂଳ ସ୍ତରର କର୍ମୀଙ୍କ ନାଁ ମଗାଯାଇଥିଲା । ଏମାନଙ୍କ ମଧ୍ୟରୁ ଜଣକ ନାମକୁ ଚୟନ କରାଯାଇଛି । ବିଜେପିର ଶୀର୍ଷ ନେତୃତ୍ବଙ୍କ ସହିତ ଘନ ଘନ ବୈଠକ ପରେ ଶେଷରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ଏପରି ଚୟନ ପ୍ରକ୍ରିୟା କରି ରାଜ୍ୟର ପ୍ରତିଟି ବ୍ୟକ୍ତିଙ୍କ ନିକଟରେ ବିଜେପି ସନ୍ଦେଶ ପହଞ୍ଚାଇବାକୁ ଚାହିଁଥିଲା ଯେ ବାସ୍ତବରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେଇଛି ।

ପ୍ରାର୍ଥୀ ତାଲିକା ଦିଲ୍ଲୀରୁ ବଡ଼ ବଡ଼ ନେତାମାନେ ପ୍ରସ୍ତୁତ କରିଥାନ୍ତି ବୋଲି ଗତବର୍ଷଛ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଶୁଣିବାକୁ ମିଳିଥିଲା । ହିମାଚଳର ବିଜେପି ନେତା ବନ୍ଦନା ଗୁଲୋରିଆ ଟିକେଟରୁ ବଞ୍ଚିତ ହେବା ପରେ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଥିଲେ ଯେ " ପ୍ରାର୍ଥୀ ତାଲିକା ଦିଲ୍ଲୀରୁ ଆସେ, ହେଲେ ଭୋଟ ରାଜ୍ୟରେ ଦିଆଯିବ ।" ଏହି ଧାରଣାକୁ ଏଡ଼ାଇବା ଲାଗି ପ୍ରତିଟି ବିଧାନସଭା ମଣ୍ଡଳୀରୁ ୩ ଶ୍ରେଷ୍ଠ କର୍ମୀଙ୍କ ନାମ ମାଗିଥିଲା ଦଳ । ଆଉ ଯେତେବେଳେ ତାଲିକାରେ ଆଶାୟୀ ପ୍ରାର୍ଥୀ ନିଜ ନାମ ଦେଖିନଥିଲେ, ଏହାପରେ ସେମାନେ ଅସନ୍ତୋଷ ବ୍ୟକ୍ତ କରି ଜଣକ ପରେ ଜଣେ ଦଳକୁ ବାଏ ବାଏ କରିଥିଲେ ।

ଏହା ବି ପଢନ୍ତୁ- Karnataka Assembly Polls: ରାମ ନଗରକୁ ନେଇ ଚର୍ଚ୍ଚା, ଏହି ଜିଲ୍ଲା ଦେଇଛି 4 ମୁଖ୍ୟମନ୍ତ୍ରୀ

ଦଳ ଛାଡ଼ିବା ପରେ ପ୍ରାୟ ୨୦ରୁ ୩୦ଟି ଆସନରେ ଅଙ୍କ ବିଗିଡ଼ିବାର ସମ୍ଭାବନା ରହିଛି । ଦଳ ପ୍ରତି ଆକ୍ରୋଶ ମନୋଭାବ ରଖିଥିବା ପୂର୍ବତନ ବିଜେପି ନେତା ଏହି ସିଟରେ ପ୍ରଭାବ ପକାଇବାର ରହିଛି ସମ୍ଭାବନା । ଜଗଦୀଶ ସେଟ୍ଟାର ଓ ଲକ୍ଷ୍ଣ ସାବଦୀଙ୍କ ପରି ଟାଣୁଆ ନେତା ବିଜେପି ପ୍ରତି ବିପଦ ହୋଇପାରନ୍ତି । କାରଣ ନିଜ ସମ୍ପ୍ରଦାୟ ଉପରେ ଏହି ନେତାଙ୍କ ବଳିଷ୍ଠ ପ୍ରଭାବ ରହିଛି । ରାଜ୍ୟରେ ମୋଟ ଭୋଟ ପ୍ରତିଶତ ସେୟାର ମଧ୍ୟରୁ ଲିଙ୍ଗାୟତ ସମ୍ପ୍ରଦାୟର ରହିଛି ୧୭ ପ୍ରତିଶତ ଭୋଟ । ପ୍ରାର୍ଥୀ ତାଲିକା ଚୟନକୁ ନେଇ ହିମାଚଳପ୍ରଦେଶରେ ବିଜେପିର ସ୍ଥିତି ଯେପରି ଥିଲା ଏବେ କର୍ଣ୍ଣାଟକରେ ମଧ୍ୟ ସେପରି ନଜର ଆସିଛି । ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ନ ଦେବା ପରେ ହିମାଚଳରେ ବିଜେପି ପରାଜୟ ବରଣ କରିଥିଲା ।

ଏଭଳି ସ୍ଥିତିରୁ ରକ୍ଷା ପାଇବା ଲାଗି ବିଜେପି ବିଳମ୍ବରେ ପ୍ରାର୍ଥୀ ତାଲିକା ଘୋଷଣା କରିବା ଷ୍ଟ୍ରାଟେଜି ଗ୍ରହଣ କରିଥିଲା । ଏହାପରେ ମଧ୍ୟ ବିଜେପିର କିଛି ଟାଣୁଆ ନେତା ଟିକେଟ ନ ମିଳିବାରୁ ଦଳ ଛାଡ଼ିଛନ୍ତି । ହିମାଚଳପ୍ରଦେଶର ନାଲାଗଡ଼ ନିର୍ବାଚନ ଆସନରୁ ବିଜେପିଠାରୁ ଟିକେଟ ନ ମିଳିବା ପରେ ଆଶାୟୀ ପ୍ରାର୍ଥୀ ସ୍ବାଧୀନ ଭାବେ ନିର୍ବାଚନ ଲଢି ଶେଷରେ ଜୟଯୁକ୍ତ ହୋଇଥିଲେ । ଏହିପରି ଭାବେ କୁଲ୍ଲୁ ଓ ହରୋଲି ଆସନ କଂଗ୍ରେସ ଖାତାକୁ ଯାଇଥିଲା । ଏମିତି ଅନେକ ଉଦାହରଣ ରହିଛି । ଏହା ସ୍ପଷ୍ଟ ଯେ ଦଳ ଅଦଳବଦଳ ହିମାଚଳପ୍ରଦେଶରେ ବାଜିକୁ ଓଲଟାଇ ଦେଇଥିଲା ।

ଆଶାୟୀ ପ୍ରାର୍ଥୀଙ୍କଠାରୁ ଦଳକୁ ଉପରେ ରଖିବା ଶେଷରେ ବିଜେପି ପାଇଁ ପରାଜୟ ଆଣିଦେଇଥିଲା । ହିମାଚଳପ୍ରଦେଶରେ ବିଜେପିର ଏହି ଷ୍ଟ୍ରାଟେଜି ଫେଲ ମାରିଥିଲା । ଫଳରେ ବିଜେପି ହାତରୁ ଗାଦିକୁ ଛଡ଼ାଇ ନେଇଥିଲା କଂଗ୍ରେସ । ଏବେ ସମାନ ସ୍ଥିତି କର୍ଣ୍ଣାଟକରେ ଦେଖିବାକୁ ମିଳିଛି । ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ନ ଦେବା ପରେ ସେମାନେ ବିଜେପିରୁ ଇସ୍ତଫା ଦେଇଛନ୍ତି । କର୍ଣ୍ଣାଟକରେ ବିଜେପି ଅନ୍ୟ ସମ୍ପ୍ରଦାୟ ଯେପରି ଲିଙ୍ଗାୟତଙ୍କୁ ଖୁସି କରିବାକୁ ଉଦ୍ୟମ କରୁଥିବା ବେଳେ ଏପଟେ ବଞ୍ଜାରୋ ସମ୍ପ୍ରଦାୟଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି । ଏପରି ସ୍ଥିତିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ହିମାଚଳପ୍ରଦେଶର କାହାଣୀ ଦୋହରାଇବ ବୋଲି ଚର୍ଚ୍ଚା ହେଉଛି ।

ହାଇଦ୍ରାବାଦ ଓ ମଧ୍ୟ କର୍ଣ୍ଣାଟକରେ ବିଜେପି ପାଇଁ ମହତ୍ତ୍ବପୂର୍ଣ୍ଣ ରହିଛି । କାରଣ ଏଠାରୁ ଦଳକୁ ମିଳିଛନ୍ତି ଅଧିକ ବିଧାୟକ । ଏଭଳି ସ୍ଥିତିରେ ନିର୍ବାଚନ ରୋମାଞ୍ଚକର ହେବାକୁ ଯାଉଛି । ବିଜେପି ଯଦି ଦଳ ଅଦଳବଦଳ ରାଜନୀତି ସହିତ ସନ୍ତୁଳନ ବଜାୟ ରଖି ବିଜୟ ହାସଲ କରେ, ତେବେ ଦଳ ପାଇଁ ଏହା ହେବ ବିରାଟ ବିଜୟ ।

ବିଲାଲ ଭଟ୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.