ETV Bharat / lifestyle

ଅଧିକ ଗୋପନୀୟତା ଓ ସୁରକ୍ଷା ନିୟନ୍ତ୍ରଣ ବଢାଇଲା କ୍ରୋମ୍

author img

By

Published : May 22, 2020, 1:07 AM IST

ଗୁଗୁଲ ନୂତନ ଉପକରଣ ଓ କ୍ରୋମ ବ୍ରାଉଜରର ଗୋପନୀୟତା ସହ ଡେସ୍କଟପରେ ସୁରକ୍ଷା ସେଟିଂକୁ ପୁଣିଥରେ ଡିଜାଇନ୍ ଆରମ୍ଭ କରିଛି । ଏହାଦ୍ବାରା ଉପଭୋକ୍ତାମାନେ କେଉଁ ତଥ୍ୟ ସେୟାର କରୁଛନ୍ତି ଜାଣିପାରିବେ ଓ ୱେବରେ ସେମାନଙ୍କ ସୁରକ୍ଷାକୁ ସହଜରେ ନିୟନ୍ତ୍ରଣ କରିପାରିବେ ।

Chrome
ଅଧିକ ଗୋପନୀୟତା ଓ ସୁରକ୍ଷା ନିୟନ୍ତ୍ରଣ ବୃଦ୍ଧି କଲା କ୍ରୋମ୍

ହାଇଦ୍ରାବାଦ: ଗୁଗୁଲ ନୂତନ ଉପକରଣ ଓ କ୍ରୋମ ବ୍ରାଉଜରର ଗୋପନୀୟତା ସହ ଡେସ୍କଟପରେ ସୁରକ୍ଷା ସେଟିଂକୁ ପୁଣିଥରେ ଡିଜାଇନ୍ ଆରମ୍ଭ କରିଛି । ଏହାଦ୍ବାରା ଉପଭୋକ୍ତାମାନେ କେଉଁ ତଥ୍ୟ ସେୟାର କରୁଛନ୍ତି ଜାଣିପାରିବେ ଓ ୱେବରେ ସେମାନଙ୍କ ସୁରକ୍ଷାକୁ ସହଜରେ ନିୟନ୍ତ୍ରଣ କରିପାରିବେ ।

ଉଦାହରଣ ସ୍ବରୁପ, କ୍ରୋମରେ ନୂତନ ସୁରକ୍ଷା ଯାଞ୍ଚରେ ଉପଭୋକ୍ତାମାନେ କ୍ରୋମକୁ ଦେଇଥିବା ପାସୱାର୍ଡ ସୁରକ୍ଷିତ ଅଛି କି ନାହିଁ, ସେ ବିଷୟରେ କ୍ରୋମ ସହ ଆପୋସ ବୁଝାମଣାରେ ଜାଣିପାରିବେ । ଏହାସହ ପାସୱାର୍ଡ ଚାହିଁଲେ ବଦଳେଇପାରିବେ ବୋଲି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କହିଛନ୍ତି ।

କୌଣସି ବିପଦଜନକ ଆପ୍ କିମ୍ବା ୱେବସାଇଟ ଯିବା ପୂର୍ବରୁ କ୍ରୋମ ସତର୍କ କରିବ । ସାଇଟ୍ ସେଟିଂରେ ଗୁଗୁଲ୍ ଦୁଇଟି ଭାଗରେ ଭାଗ କରି ୱେବସାଇଟ୍ ଅନୁମତି ନେବା ସହ, ଲୋକେସନ୍, ମାଇକ୍ରୋଫୋନ୍ ଓ ନୋଟିଫିକେସନ୍ ଅନୁମତି ମଧ୍ୟ ଗ୍ରହଣ କରିଥାଏ ।

କ୍ରୋମ୍ ସେଟିଂ ଶୀର୍ଷରେ, ‘You and Google’ଅପସନ୍ ଦେଖିବାକୁ ପାଇବେ । ଯେଉଁଠାରେ ଆପଣ ସିଙ୍କ୍ କଣ୍ଟ୍ରୋଲ୍ ପାଇପାରିବେ । ଗୁଗୁଲ୍ ସହ ସେୟାର କରାଯାଉଥିବା ସମସ୍ତ ଡାଟା ଉପରେ ସିଙ୍କର କଣ୍ଟ୍ରୋଲ ରହିବ । ଅନେକ ଲୋକ ଗୁଗୁଲରେ ବ୍ରାଉଜିଙ୍ଗ ହିଷ୍ଟ୍ରି ଡିଲିଟ୍ କରିଦିଅନ୍ତି । ଗୁଗୁଲ୍ ସେହି କଣ୍ଟ୍ରୋଲ କାଢି ନେଇଛି । ଏହାସହ ସୁରକ୍ଷିତ ଡିଏନଏସ ମଧ୍ୟ ଲଞ୍ଚ୍ କରାଯାଇଛି ଯାହା କ୍ରୋମକୁ ଅଧିକ ସୁରକ୍ଷିତ ରଖିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.