ETV Bharat / international

China-Taiwan Conflict: ଚୀନ-ତାଇଓ୍ବାନ ବିବାଦ ପ୍ରସଙ୍ଗରେ ଚିନ୍ତିତ ନଥିବା କହିଲେ ବାଇଡେନ

author img

By

Published : Aug 9, 2022, 8:03 AM IST

ତାଇଓ୍ବାନ ପ୍ରସଙ୍ଗରେ ଚିନ୍ତିତ ନଥିବା କହିଲେ ବାଇଡେନ । ଚୀନ କ୍ଷମତା ଠାରୁ ଅଧିକ କିଛି କରିପାରିବ ନାହିଁ ବୋଲି ମଧ୍ୟ ରଖିଲେ ପ୍ରତିକ୍ରିୟା । ଅଧିକ ପଢନ୍ତୁ

China-Taiwan Conflict: ତାଇଓ୍ବାନ ଉପରେ ଚୀନ ଆକ୍ରମଣ ପ୍ରସଙ୍ଗରେ ଚିନ୍ତିତ ନଥିବା କହିଲେ ବାଇଡେନ
China-Taiwan Conflict: ତାଇଓ୍ବାନ ଉପରେ ଚୀନ ଆକ୍ରମଣ ପ୍ରସଙ୍ଗରେ ଚିନ୍ତିତ ନଥିବା କହିଲେ ବାଇଡେନ

ଓ୍ବାଂଶିଟନ: ଚୀନ-ତାଇଓ୍ବାନ ମଧ୍ୟରେ ଜାରି ରହିଥିବା ବିବାଦ ନେଇ ସାରା ବିଶ୍ବରେ ଚର୍ଚ୍ଚା ଜାରି ରହିଥିବାବେଳେ ଆମେରିକାର ଆଭିମୁଖ୍ୟ ଉପରେ ମଧ୍ୟ ଅନୁରୂପ ଭାବେ ସମସ୍ତଙ୍କ ନଜର ରହିଛି । ଆଜି ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ବାଇଡେନ କହିଛନ୍ତି ଏପରି ସ୍ଥିତି ପାଇଁ ସେ ଆଦୌ ଚିନ୍ତିତ ନୁହନ୍ତି ।

  • "I'm not worried but I'm concerned that they're moving as much as they are. But I don't think they're going to do anything more than they are": US President Joe Biden on China's action after Speaker Nancy Pelosi's visit to Taiwan

    (file pic) pic.twitter.com/IIJzlErDqG

    — ANI (@ANI) August 8, 2022 " class="align-text-top noRightClick twitterSection" data=" ">

ବାଇଡେନ କହିଛନ୍ତି, "ମୁଁ ଚିନ୍ତିତ ନୁହଁ, କିନ୍ତୁ ମୁଁ ଚିନ୍ତା କରୁଛି ଯେ ସେମାନେ ସେମାନଙ୍କ ଶକ୍ତି ଅନୁସାରେ ଆଗକୁ ବଢିବେ । ସେମାନେ ଅଧିକ କିଛି କରିପାରିବେ ବୋଲି କିଛି ସେମିତି କିଛି ମୁଁ ଅନୁଭବ କରୁନାହିଁ ।'' ଚୀନ ପ୍ରସଙ୍ଗରେ ଆମେରିକା ମୂଳରୁ ତାଇୱାନ ସଙ୍ଗେ ରହଆସିଛି । ଆମେରିକା ବାଚସ୍ପତି ମଧ୍ୟ ତାଇଓ୍ବାନ ଗସ୍ତ କରି ସ୍ଥିତି ନେଇ ଆଲୋଚନା କରିଥିଲେ । ଆମେରିକୀୟ ପ୍ରତିନିଧି ତାଇଓ୍ବାନ ଆସିବା ପରେ ଆହୁରି ଉତ୍ତେଜିତ ହେବାରେ ଲାଗିଛି ଚୀନ । ଏପରି ସ୍ଥିତିରେ ଆମେରିକା କ’ଣ ଆଭିମୁଖ୍ୟ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.