ଆମେରିକାରେ ବ୍ୟାଙ୍କ ସଙ୍କଟ: ଦେବାଳିଆ ହୋଇଥିବା ସିଲିକନ ଭ୍ୟାଲି ବ୍ୟାଙ୍କରୁ ଟଙ୍କା ଉଠାଇ ପାରିବେ ଜମାକାରୀ

author img

By

Published : Mar 13, 2023, 9:07 PM IST

ଆମେରିକାରେ ଆଉ ଏକ ବ୍ୟାଙ୍କ ଅଚଳ

ଆମେରିକାରେ ଦେବାଳିଆ ଘୋଷଣା ହୋଇଥିବା ସିଲିକନ ଭ୍ୟାଲି ବ୍ୟାଙ୍କରୁ ଟଙ୍କା ଉଠାଇ ପାରିବେ ଜମାକାରୀ । ବାଇଡେନ ପ୍ରାଶନସ ନେଲା ନିଷ୍ପତ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆମେରିକାର ବ୍ୟାଙ୍କିଂ କ୍ଷେତ୍ରରେ ଏବେ ସଙ୍କଟ ଦେଖାଦେଇଛି । ଆମେରିକାର ଦ୍ୱିତୀୟ ବୃହତ ବ୍ୟାଙ୍କ ‘ସିଲିକନ ଭ୍ୟାଲି’ ମଧ୍ୟ ଦେବାଳିଆ କାରଣରୁ ଅଚଳ ହୋଇପଡିଛି । ଦୁଇଟି ବ୍ୟାଙ୍କ ଅଚଳ ହୋଇପଡିବା ପରେ ଆମେରିକାର ବ୍ୟାକିଂ ବ୍ୟବସ୍ଥା ଓ ଏହାର ପରବର୍ତ୍ତୀ ଅନିଶ୍ଚିତ ଅବସ୍ଥା ଜମାକାରୀ ବା ନିବେଶକଙ୍କୁ ଚିନ୍ତାରେ ପକାଇଛି । ଏପରି ସ୍ଥଳେ ଜମାକାରୀଙ୍କ ବିଶ୍ବାସ ସ୍ଥିର ରଖିବା ପାଇଁ ରାଷ୍ଟ୍ରପତି ବାଇଡେନ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବ୍ୟାଙ୍କର ଜମାକାରୀମାନେ ଆଜି (ସୋମବାର) ଠାରୁ ଟଙ୍କା ଫେରସ୍ତ କରିପାରିବେ । ସେମାନଙ୍କର ବ୍ୟବହାର କରିବାକୁ ସମର୍ଥ ହେବ ।

ବାଇଡେନ ପ୍ରଶାସନ ପକ୍ଷରୁ ଜାରି, ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଫେଡେରାଲ ଡିପୋଜିଟ ଇନସୁରାନ୍ସ କର୍ପୋରେସନ (ଏଫଡିଆଇସି), କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭର ସୁପାରିଶ ଏବଂ ରାଷ୍ଟ୍ରପତି ଜୋ.ବିଡେନଙ୍କ ସହ ଆଲୋଚନା ହୋଇଛି । ଏହି ଉଚ୍ଚସ୍ତରୀୟ ଆଲୋଚନା ପରେ ଆମେରିକା ଟ୍ରେଜେରୀ ସଚିବ ଜାନେତ ୟେଲେନ ଗତକାଲି (ରବିବାର) ବ୍ୟାଙ୍କ ବନ୍ଦ କରିବା ପାଇଁ ସଙ୍କଳ୍ପ ପାରିତ କରିଥିଲେ । ଆମେରିକାର 16ତମ ବୃହତ୍ତମ ବ୍ୟାଙ୍କ ହେଉଛି ସିଲିକନ ଭ୍ୟାଲି । ଯାହାର ମୁଖ୍ୟାଳୟ କାଲିଫର୍ନିଆରେ ରହିଛି । ଶୁକ୍ରବାର ଏହା ଦେବାଳିଆ ଘୋଷଣା ହେବା ପରେ ବନ୍ଦ ହୋଇଯାଇଥିଲା । ଯାହା ପରେ ଜମାକାରୀଙ୍କ ମଧ୍ୟରେ ଚିନ୍ତା ବଢିଥିଲା । ଏବେ ଆମେରିକା ସରକାରଙ୍କ ପକ୍ଷରୁ ନୂଆ ନିଷ୍ପତ୍ତି ପରେ ଜମାକାରୀମାନେ ସେମାନଙ୍କ ସଞ୍ଚିତ ଜମାପୁଞ୍ଜୀ ଉଠାଣ କରିପାରିବେ ।

ଏହା ମଧ୍ୟ ପଢନ୍ତୁ:- Shut Down Silicon Valley Bank: ସିଲିକନ ଭ୍ୟାଲି ବ୍ୟାଙ୍କରେ ଲାଗିଲା ତାଲା, ଚିନ୍ତାରେ ଭାରତୀୟ ନିବେଶକ

ସିଲିକମ ଭ୍ୟାଲି ଆମେରିକା ବ୍ୟାଙ୍କ ତାଲିକାରେ ୧୬ତମ ସ୍ଥାନରେ ରହିଛି । ୨୦୦୮ ଆର୍ଥିକ ସଙ୍କଟ ପରେ ଏହା ଦ୍ବିତୀୟ ବଡ ବ୍ୟାଙ୍କ ଭାବେ ବିଫଳ ହୋଇଛି । ଓ୍ବାଶିଂଟନ ମିଚ୍ୟୁଆଲ ବ୍ୟାଙ୍କ ପରେ ଏହା ଦ୍ବିତୀୟ । ବ୍ୟାଙ୍କ ନିକଟରେ ୨୦୯ ବିଲିୟନ ଡଲାରର ସମ୍ପତ୍ତି ରହିଛି । ଏହାସହ ୧୭୫.୪ ବିଲିୟନ ଡଲାରର ଜମା ରାଶି ରହିଛି । ଏହି ବ୍ୟାଙ୍କ ବୈଷୟିକ କମ୍ପାନୀ ଏବଂ ପୁଞ୍ଜି ବିନିଯୋଗ କରୁଥିବା କମ୍ପାନୀକୁ ଆର୍ଥିକ ସହାୟତା ପ୍ରଦାନ କରୁଥିଲା । ଆମେରିକାର ଫେଡେରାଲ ବ୍ୟାଙ୍କ ସୁଧହାର ବୃଦ୍ଧି କରିବା ଫଳରେ ସିଲିକମ ଭ୍ୟାଲି ବ୍ୟାଙ୍କକୁ ଝଟକା ଲାଗିଛି । କମ ସୁଧହାର ହୋଇଯିବା ଯୋଗୁଁ ନିବେଶକମାନେ ନିବେଶ ପାଇଁ ଅନାଗ୍ରହ ପ୍ରକାଶ କରିଛନ୍ତି । ଫଳରେ ହଠାତ ଏହି ବ୍ୟାଙ୍କର ସେୟାର ହ୍ରାସ ପାଇଛି । ସେୟାର ପାଖାପାଖି ୭୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ନିବେଶଙ୍କ ମଧ୍ୟରେ ଛନକା ପଶିଛି ।

୨୦୦୮ ପରେ ଏହା ହେଉଛି ଆମେରିକାରେ ଦ୍ବିତୀୟ ଘଟଣା । ସିଲିକନ ଭ୍ୟାଲି ବ୍ୟାଙ୍କ ବନ୍ଦ ହେବା ପରେ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ । ଭାରତର ପେଟିଏମ, ନାପଟୋଲ, ବ୍ଲୁଷ୍ଟୋନ ଭଳି ଅଗ୍ରଣୀ କମ୍ପାନୀ ଗୁଡିକରେ ଏହି କମ୍ପାନୀ ପୁଞ୍ଜି ବିନିଯୋଗ କରିଛି । ଟ୍ରାକ୍ସନର ତଥ୍ୟ ଅନୁସାରେ, ଭାରତରେ ଅତିକମରେ ୨୧ଟି କମ୍ପାନୀରେ ଏଫଭିବି ପୁଞ୍ଜି ବିନିଯୋଗ କରିଛି । ତେବେ ମୋଟ ରାଶିର ମୂଲ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.