UK PM Sunak in Kyiv: ଜେଲେନସ୍କିଙ୍କୁ ସାକ୍ଷାତ କଲେ ସୁନକ

author img

By

Published : Nov 19, 2022, 9:09 PM IST

UK PM Sunak in Kyiv: ଜେଲେନସ୍କିଙ୍କୁ ସାକ୍ଷାତ କଲେ ସୁନକ

ଋଷର ଆକ୍ରମଣ ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କର ୟୁକ୍ରେନ ଗସ୍ତ । କିଭରେ ଜେଲେନସ୍କିଙ୍କ ସହ କଲେ ଆଲୋଚନା (UK PM Rishi Sunak meet Zelensky)। ଅଧିକ ପଢନ୍ତୁ

କିଭ: ଋଷର ଆକ୍ରମଣ ଜାରି ରହିଥିବା ବେଳେ ଯୁଦ୍ଧଗ୍ରସ୍ତ ୟୁକ୍ରେନ ଗସ୍ତ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ (UK PM Rishi Sunak meet Zelensky) । କିଭରେ ଆଜି(ଶନିବାର) ସୁନକ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଉଭୟ ରାଷ୍ଟ୍ରମୁଖ୍ୟ ରାଷ୍ଟ୍ରପତି କାର୍ଯ୍ୟାଳୟରେ ବେଶ କିଛି ଘଣ୍ଟା ଧରି ବର୍ତ୍ତମାନର ଯୁଦ୍ଧ ସ୍ଥିତି ନେଇ ଆଲୋଚନା ମଧ୍ୟ କରିଛନ୍ତି । ପୂର୍ବରୁ ମଧ୍ୟ ଋଷର ଆକ୍ରମଣ ମଧ୍ୟରେ ପୂର୍ବତନ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ହଠାତ କିଭ ଗସ୍ତ କରି ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ ।

  • UK PM Rishi Sunak meets Ukrainian President Volodymyr Zelensky as he makes his first visit to Kyiv after assuming office

    (Source: UK PM's office) pic.twitter.com/DY4bcNGysz

    — ANI (@ANI) November 19, 2022 " class="align-text-top noRightClick twitterSection" data=" ">

ଆକ୍ରମଣ ଆରମ୍ଭରୁ ଋଷ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଆସିଛି ବ୍ରିଟେନ । ୟୁକ୍ରେନର ସହ ସହଯୋଗୀ ରାଷ୍ଟ୍ର ଭାବେ ମଧ୍ୟ ବ୍ରିଟେନ ରହିବା ସହ ସମସ୍ତ ସହଯୋଗ ଜାରି ରଖିଛି । ପୂର୍ବ ପ୍ରଧାନମନ୍ତ୍ରୀ ଜନସନଙ୍କ ପରି ଋଷି ସୁନକ ମଧ୍ୟ ଦାୟିତ୍ବ ନେବାର କିଛି ଦିନ ମଧ୍ୟରେ କିଭ ଗସ୍ତ କରି ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.