ETV Bharat / international

Turkey earthquake: ୟୁରୋପୀୟ କ୍ଷେତ୍ରର ଶତାବ୍ଦୀର ବଡ ବିପର୍ଯ୍ୟୟ କହିଲେ WHO

author img

By

Published : Feb 15, 2023, 6:34 AM IST

ତୁର୍କୀ ଭୂକମ୍ପକୁ ୟୁରୋପୀୟ କ୍ଷେତ୍ରର ଶତାବ୍ଦୀର ବଡ ବିପର୍ଯ୍ୟୟ କହିଲେ WHO । ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ପ୍ରାୟ 35 ହଜାର ଛୁଇଁଲାଣି । ଅଧିକ ପଢନ୍ତୁ

ତୁର୍କୀରେ ଭୂକମ୍ପ
ତୁର୍କୀରେ ଭୂକମ୍ପ

ହାଇଦ୍ରାବାଦ: ଗତ ସପ୍ତାହରେ ତୁର୍କୀରେ ହୋଇଥିବା ପ୍ରଳୟଙ୍କାରୀ ଭୂକମ୍ପ ବିଶ୍ବବାସୀଙ୍କୁ ଦୋହଲାଇ ଦେଇଛି । ବର୍ତ୍ତମାନ ସୁଦ୍ଧା ସ୍ଥିତି ସ୍ବାଭାବିକ ହୋଇନଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା କେବଳ ତୁର୍କୀରେ ପ୍ରାୟ 30 ହଜାର ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ସିରିଆରେ ମୃତ୍ୟୁସଂଖ୍ୟା ପ୍ରାୟ 6 ହଜାରରୁ ଅଧିକ ରହିଛି । ଉଭୟ ଦେଶରେ ବର୍ତ୍ତମାନ ମୋଟ ମୃତ୍ୟୁସଂଖ୍ୟା ପ୍ରାୟ 40 ହଜାର ପାଖାପାଖି ହେବା ନେଇ ଆକଳନ କରାଯାଉଛି । ୟୁରୋପୀୟ ମହାଦେଶୀୟ କ୍ଷେତ୍ରରେ ଏହା ଶତାବ୍ଦୀର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

ଫେବୃଆରୀ 6 ତାରିଖରେ ହୋଇଥିବା ଭୂକମ୍ପ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି । 7.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପରେ ତୁର୍କୀରେ ଅନେକ ଥର ବଡ଼ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ସିରିଆରେ ମଧ୍ୟ ବିନାଶ ଘଟାଇଛି । ପୂର୍ବରୁ ମୃତ୍ୟୁସଂଖ୍ୟା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ଜାତିସଂଘ ମଧ୍ୟ ଏକ ଭୟଙ୍କର ଆଶଙ୍କା କରିସାରିଛି । ଏବେ ମୃତ୍ଯୁ ସଂଖ୍ୟା ପ୍ରାୟ 30 ହଜାର କୁହାଯାଉଥିବା ବେଳେ ଏହି ସଂଖ୍ୟା 50 ହଜାର ଅତିକ୍ରମ କରିବା ଆଶଙ୍କା ପ୍ରକାଶ କରିସାରିଛି ଜାତିସଂଘ ।

ସୋମବାର(6 ତାରିଖ)ରେ ତୁର୍କୀ ଓ ସିରିଆରେ ହୋଇଥିବା ପ୍ରଳୟଙ୍କାରୀ ଭୂକମ୍ପକୁ ଦୀର୍ଘ ସପ୍ତାହରୁ ଅଧିକ ବିତିବାକୁ ବସିଲାଣି । ହେଲେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର ଅପରେସନ ଶେଷ ହୋଇନାହିିଁ । ସ୍ଥିତି ଏତେ ଗମ୍ଭୀର ଯେ, ଉଦ୍ଧାର କାର୍ଯ୍ୟ ଯେତିକି ବ୍ୟାପକ ହେବାରେ ଲାଗିଛି ମୃତ୍ୟୁସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ତୁର୍କୀ ଓ ସିରିଆରେ ମୃତ୍ୟୁସଂଖ୍ୟା ପ୍ରାୟ 40 ହଜାର ପାଖାପାଖି ପହଞ୍ଚି ସାରିଥିବା ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ଓ ଗଣମାଧ୍ୟମ ନିଜ ରିପୋର୍ଟରେ ପ୍ରକାଶ କରିଛନ୍ତି । ପ୍ରକୃତ ମୃତାହତ ସଂଖ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ସଠିକ୍‌ ଆକଳନ କରିବା ମଧ୍ୟ ସମ୍ଭବପର ନୁହେଁ । ମୃତ୍ୟୁସଂଖ୍ୟା ବର୍ତ୍ତମାନର ସଂଖ୍ୟାର 50 ହଜାର ହୋଇପାରେ ବୋଲି ଜାତିସଂଘ କହିସାରିଛି ।

ଏହା ମଧ୍ୟ ପଢନ୍ତୁ :-Turkey Quake: ମୃତ୍ୟୁର ତାଣ୍ଡବ ମଧ୍ୟରେ ଚାଲିଛି ଜୀବନ ଖୋଜା, 129ଘଣ୍ଟା ପରେ ଉଦ୍ଧାର ହେଲେ ଗୋଟିଏ ପରିବାରର 5ଜଣ

ଏବେ ମୃତ୍ୟୁସଂଖ୍ୟା ପ୍ରାୟ 40 ହଜାର କୁହାଯାଉଥିବା ବେଳେ ଏହି ସଂଖ୍ୟା 50 ହଜାର ଅତିକ୍ରମ କରିବା ଆଶଙ୍କା ପ୍ରକାଶ କରିଛି ଜାତିସଂଘ । ଭାରତ ସମେତ ବିଭିନ୍ନ ଦେଶରୁ ପଠାଯାଇଥିବା ଉଦ୍ଧାରକାରୀ ଟିମ୍‌ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରଖିଛନ୍ତି । ତୁର୍କୀର ପ୍ରାୟ 10ଟି ପ୍ରଦେଶ ଭୂକମ୍ପରେ ବିଶେଷ ଭାବେ ପ୍ରଭାବିତ ହୋଇଛି । ବଡ଼ବଡ଼ ସହର ଏବେ କଂକ୍ରିଟ ଧ୍ବଂସସ୍ତୁପରେ ପରିଣତ ହୋଇଛି । ଅଟ୍ଟାଳିକାର ଅବଶେଷ ତଳୁ ଜୀବନ ଖୋଜିବାରେ ଲାଗିଛନ୍ତି ଉଦ୍ଧାରକାରୀ ଟିମ୍‌ । ସମଗ୍ର ତୁର୍କୀ ଏବେ ଅନ୍ଧାରରେ ରହିଛି । ଯୋଗାଯୋଗ ଭିତ୍ତିଭୂମି ସବୁ କିଛି ନଷ୍ଟ ହୋଇଯାଇଛି । ଲକ୍ଷଲକ୍ଷ ଘର ମାଟିରେ ମିଶି ଯାଇଥିବାରୁ କୋଟିକୋଟି ଲୋକେ ଏବେ ବାସହରା ହୋଇଛନ୍ତି । ପ୍ରବଳ ଥଣ୍ଡା ଓ ଅନ୍ଧାରରେ ରିଲିଫ୍‌ କ୍ୟାମ୍ପ ଓ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି ଭୂକମ୍ପ ପୀଡିତ ।

6 ତାରିଖରେ 7.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ତୁର୍କୀ ଓ ମଧ୍ୟପ୍ରାଚ୍ୟ ଦେଶ ସିରିଆ ଛାରଖାର ହୋଇପଡିଛି । ଅପେକ୍ଷାକୃତ ତୁର୍କୀ ସର୍ବାଧିକ ପ୍ରଭାବିତ ହୋଇଛି । ତୁର୍କୀର ମୋଟ 10ଟି ପ୍ରଦେଶ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 28 ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଛି । ପ୍ରଥମ ଭୂକମ୍ପ ପରେ ଲାଗାତାର ଏକାଧିକ ଭୂକମ୍ପର ଝଟକାରେ ଥରିଥିଲା ତୁର୍କୀ ଓ ସିରିଆ । ଦିନ ତମାମ ଓ ପରଦିନ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା । ଗୋଟିଏ ପଟେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ବାରମ୍ବାର ଭୂକମ୍ପ ଅନୁଭୂତ ହେବା ସ୍ଥିତିକୁ ଆହୁରି ସଙ୍ଗୀନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.