ETV Bharat / international

ପାକିସ୍ତାନରେ ପ୍ରକୃତିର କରାଳ ରୂପ; ୫୦ରୁ ଅଧିକ ମୃତ

author img

By

Published : Jul 8, 2023, 6:43 AM IST

ପାକିସ୍ତାନରେ ପ୍ରକୃତିର କରାଳ ରୂପ । ଲଗାଣ ବର୍ଷା ଯୋଗୁଁ ପାକିସ୍ତାନରେ ବଡ଼ ଧରଣର ଭୂସ୍ଖଳନ ଓ ବନ୍ୟା ସ୍ଥିତି ଦେଖାଦେଇଛି । ଏଥିରେ ପ୍ରାୟ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ପାକିସ୍ତାନରେ ପ୍ରକୃତିର କରାଳ ରୂପ
ପାକିସ୍ତାନରେ ପ୍ରକୃତିର କରାଳ ରୂପ

ଇସଲାମାବାଦ: ପାକିସ୍ତାନରେ ପ୍ରକୃତିର କରାଳ ରୂପ । ଲଗାଣ ବର୍ଷା ଯୋଗୁଁ ପାକିସ୍ତାନରେ ବଡ଼ ଧରଣର ଭୂସ୍ଖଳନ ଓ ବନ୍ୟା ସ୍ଥିତି ଦେଖାଦେଇଛି । ଏଥିରେ ପ୍ରାୟ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ଥିବା ସୂଚନା ମିଳିଛି । ଗତମାସରୁ ପାକିସ୍ତାନରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି ।

ପାକିସ୍ତାନ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ ୨୫ରୁ ମୌସୁମୀ ବର୍ଷା ଆରମ୍ଭ ହେବା ଠାରୁ କ୍ରମାଗତ ଭାବେ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ପାକିସ୍ତାନର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଫଳରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୭ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ପୂର୍ବ ପଞ୍ଜାବ ରାଜ୍ୟରେ ମୃତ୍ୟୁହାର ସର୍ବାଧିକ ରହିଛି । ଅଧିକାଂଶ ବିଦ୍ୟୁତ ଆଘାତ ଓ କୋଠା ଭୁଶୁଡ଼ିବା କାରଣରୁ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରଥମ ବର୍ଷା ପାଣିରେ ବୁଡିଲା ଟେମୁରୁପାଲ୍ଲୀ, ପୋଲ ଉପରେ ୫ଫୁଟର ପାଣି

ଜରୁରୀକାଳୀନ ସେବା ଉଦ୍ଧାର ଟିମ ୧୧୨୨ ମୁଖପାତ୍ର ବିଲାଲ ଅହମ୍ମଦ ଫୈଜିଙ୍କ ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ଖାଇବର ପାଖତୁନଖ୍ବା ପ୍ରଦେଶର ଶଙ୍ଗଲା ଜିଲ୍ଲାରେ ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ଭୂସ୍ଖଳନ ହୋଇ ୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଭୂସ୍ଖଳରେ ଅନେକ ନିଖୋଜ ଲୋକଙ୍କ ମଧ୍ୟ ଉଦ୍ଧାର କରାଯାଇଥିଲା । ଆଗାମୀ ଦିନରେ ସାରା ଦେଶରେ ଆହୁରି ବର୍ଷା ହେବା ନେଇ ପାକିସ୍ତାନ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବନ୍ୟା ଯୋଗୁଁ ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ହଠାତ ବଢ଼ିଯାଇଛି ମହାନଦୀ ଜଳସ୍ତର, ବନ୍ୟା ଆଶଙ୍କାରେ ନଦିକୂଳିଆ ଗ୍ରାମବାସୀ

ଗ୍ରୀଷ୍ମ ମୌସୁମୀ ବର୍ଷା ଯୋଗୁଁ ପ୍ରତିବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ବାର୍ଷିକ ବୃଷ୍ଟିପାତର ୭୦ରୁ ୮୦ ପ୍ରତିଶତ ଦକ୍ଷିଣ ଏସିଆରେ ହୋଇଥାଏ । ଏଠାରେ ବସବାସ କରୁଥିବା ପ୍ରାୟ ଦୁଇ ମିଲିୟନ ଲୋକ ଓ କୃଷକଙ୍କ ଜୀବିକା ଏବଂ ଖାଦ୍ୟ ନିରାପତ୍ତା ପାଇଁ ମୌସୁମୀ ବର୍ଷା ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ । ମାତ୍ର ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଅନେକ ସମୟରେ ପାକିସ୍ତାନ ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝି ହୋଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ: Himachal floods: 6 ମୃତ, ଭୂସ୍ଖଳନ ପରେ ରାସ୍ତାରେ ଫସିଲେ ଶତାଧିକ ପର୍ଯ୍ୟଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.