ETV Bharat / international

କୁରାନକୁ ଅପମାନ ! ପାକିସ୍ତାନରେ ଅନେକ ଚର୍ଚ୍ଚରେ ପୋଡାଜଳା

author img

By

Published : Aug 16, 2023, 10:22 PM IST

କୁରାନକୁ ଅପମାନ ଅଭିଯୋଗରେ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ହିଂସା । ଏକାଧିକ ଚର୍ଚ୍ଚ ଭାଙ୍ଗିଦେଲେ ଉତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ପୋଲିସ ମୁତୟନ । ଅଧିକ ପଢନ୍ତୁ

କୁରାନକୁ ଅପମାନ ଅଭିଯୋଗ, ପାକିସ୍ତାନରେ ଅନେକ ଚର୍ଚ୍ଚରେ ଭଙ୍ଗାରୁଜା
କୁରାନକୁ ଅପମାନ ଅଭିଯୋଗ, ପାକିସ୍ତାନରେ ଅନେକ ଚର୍ଚ୍ଚରେ ଭଙ୍ଗାରୁଜା

ହାଇଦ୍ରାବାଦ: ଇସଲାମ ଧର୍ମଗ୍ରନ୍ଥ ‘କୁରାନ’କୁ ଅପମାନିତ କରାଯାଇଥିବା ଅଭିଯୋଗରେ ପାକିସ୍ତାନରେ ଧାର୍ମିକ ହିଂସା । ଜଣେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଇସଲାମ ଧର୍ମଗ୍ରନ୍ଥ କୁରାନକୁ ଅପମାନିତ କରିଥିବା ଅଭିଯୋଗରେ ଏକାଧିକ ଚର୍ଚ୍ଚରେ ଭଙ୍ଗାରୁଜା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପାକିସ୍ତାନ ପଞ୍ଜାବ ପ୍ରଦେଶରେ ଥିବା ଏକାଧିକ ଚର୍ଚ୍ଚରେ ପ୍ରବଳ ଭଙ୍ଗାରୁଜା ଓ ସଂଘର୍ଷ ଘଟିଥିବା ସୂଚନା ମିଳିଛି । ଉତ୍ତେଜନାକୁ ଦେଖି ପୋଲିସ ଫୋର୍ସ ମୁତୟନ ହୋଇଛି । କିଛି ହିଂସାକାରୀ ଗିରଫ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି ।

ସୂଚନା ଅନୁସାରେ, ସ୍ଥାନୀୟ ଜଣେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ବ୍ୟକ୍ତି କୁରାନକୁ ଅସମ୍ମାନିତ କରିଥିବା ଅଭିଯୋଗ ହୋଇଥିଲା । ଏହି ଖବର ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଇସଲାମ ସମ୍ପ୍ରଦାୟ ଗୋଷ୍ଠୀ ରାସ୍ତାକୁ ବାହାରି କାର୍ଯ୍ୟାନୁଷ୍ଠାନ ଦାବିରେ ନାରାବାଜୀ ଓ ପ୍ରତିବାଦ କରିଥିଲେ । ପରେ ଏହି ଆନ୍ଦୋଳନ ହିଂସାରେ ପରିବର୍ତ୍ତିତ ହୋଇଥିଲା । ପଞ୍ଜାବ ପ୍ରଦେଶରର ପ୍ରାୟ 8 ରୁ 10 ଟି ଚର୍ଚ୍ଚରେ ପଶି ଉତ୍ତେଜିତ ଗୋଷ୍ଠୀ ଭଙ୍ଗାରୁଜା କରିଥିଲେ । କିଛି ଚର୍ଚ୍ଚରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ପ୍ରତିବାଦରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଗୋଷ୍ଠୀ ମଧ୍ୟ ରାସ୍ତାରୁ ଓହ୍ଲାଇବାରୁ ସାମ୍ପ୍ରଦାୟିକ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି ଦେଇଛି ।

ଏହା ପରେ ପଞ୍ଜାବ ପ୍ରଦେଶର ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଓ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଛି । ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଉଭୟ ସମ୍ପ୍ରଦାୟ ସହ ଆଲୋଚନା କରିଛନ୍ତି । କୁରାନକୁ ଅପମାନିତ କରିଥିବା ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁସଲିମ ସମ୍ପ୍ରଦାୟ ବନ୍ଦ ଡାକରା ଦେଇଛି । ପ୍ରଶାସନ ଉଭୟ ସମ୍ପ୍ରଦାୟ ମଧ୍ୟରେ ଏକ ଶାନ୍ତି କମିଟି ବୈଠକ ମଧ୍ୟ ଡାକିଛି । ତଦନ୍ତ ପରେ ଏପରି କରିଥିବା ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ କହିଛି ।


ଏହା ମଧ୍ୟ ପଢନ୍ତୁ:- ପାକରେ ଚୀନ ଇଞ୍ଜିନିୟର୍ସଙ୍କ ଉପରେ ଆତଙ୍କୀ ହମ୍‌ଲା, 2 ଆତଙ୍କବାଦୀ ନିପାତ

14 ତାରିଖରେ ପାକିସ୍ତାନରେ ଚୀନ ଇଞ୍ଜିନିୟର୍ସଙ୍କ ଉପରେ ଆତଙ୍କୀ ହମଲା ହୋଇଥିଲା । ଦକ୍ଷିଣ-ପଶ୍ଚିମ ପାକିସ୍ଥାନର ଗ୍ୱାଦରରେ ଥିବା ଏକ ବନ୍ଦର ନିକଟରେ ଏହି ଆତଙ୍କୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ବେଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ବିଚ୍ଛିନ୍ନତାବାଦୀ ଗୋଷ୍ଠୀର ଆତଙ୍କୀଙ୍କ ଦ୍ବାରା ହୋଇଥିବା ପାକିସ୍ତାନ ପ୍ରକାଶ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.