ETV Bharat / international

Ukraine Russia War: ନାଟୋର ଚେତାବନୀ, ବର୍ଷ ବର୍ଷ ଧରି ଲାଗି ରହିବ ଯୁଦ୍ଧ

author img

By

Published : Jun 20, 2022, 12:02 PM IST

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ 116 ଦିନ ବିତି ସାରିଲାଣି । କିନ୍ତୁ ଥମିବାରେ ନାଁ ଧରୁନାହିଁ। ଏହାରି ଭିତରେ ନାଟୋ ମୁଖ୍ୟ ଜେନସ ଷ୍ଟୋଲଟେନବର୍ଗ ଏକ ସତର୍କବାଣୀ କରିଛନ୍ତି । ଏହି ଯୁଦ୍ଧ ସହଜରେ ଥମିବ ନାହିଁ । ବରଂ ବର୍ଷ ବର୍ଷ ଧରି ଲାଗି ରହିବ । ଅଧିକ ପଢ଼ନ୍ତୁ

rusia and ukraine war could last for years warns nato
ବର୍ଷ ବର୍ଷ ଧରି ଲାଗି ରହିବ ଯୁଦ୍ଧ: NATO

ବ୍ରୁସଲେସ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ 116 ଦିନ ବିତି ସାରିଲାଣି । କିନ୍ତୁ ଥମିବାରେ ନାଁ ଧରୁନାହିଁ । ଏହାରି ଭିତରେ ନାଟୋ ମୁଖ୍ୟ ଜେନସ ଷ୍ଟୋଲଟେନବର୍ଗ ଏକ ସତର୍କବାଣୀ କରିଛନ୍ତି । ଏହି ଯୁଦ୍ଧ ସହଜରେ ଥମିବ ନାହିଁ । ବରଂ ବର୍ଷ ବର୍ଷ ଧରି ଲାଗି ରହିବ। ଏଭଳି ସ୍ଥିତିରେ ଅନ୍ୟ ରାଷ୍ଟ୍ରମାନେ ୟୁକ୍ରେନକୁ ସହାୟତା ପାଇଁ ହାତ ବଢାଇବା ଉଚିତ ।

ଷ୍ଟୋଲଟେନବର୍ଗ କହିଛନ୍ତି, ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହେବ। ଯୁଦ୍ଧ ପାଇଁ ଖାଦ୍ୟ ଓ ଶକ୍ତି ସଂକଟ ଦେଖାଦେଉଛି । ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡୁଛି । ତେଣୁ ୟୁକ୍ରେନକୁ ସାମରିକ ସହାୟତା ସମେତ ଖାଦ୍ୟ ଓ ଅର୍ଥ କ୍ଷେତ୍ରରେ ମଧ୍ୟ ସହାୟତା କରିବାକୁ ସେ କହିଛନ୍ତି ।

ଚଳିତ ମାସ ଶେଷରେ ମାଡ୍ରିଡରେ ନାଟୋ ଆୟୋଜିତ ଶିଖର ସମ୍ମିଳନୀରେ ୟୁକ୍ରେନ ପାଇଁ ସହାୟତା ଘୋଷଣା କରାଯିବ। ଯାହା ଉକ୍ତ ଦେଶକୁ ସହାୟକ ହେବ ବୋଲି ଆଶା କରାଯାଉଛି । ୟୁକ୍ରେନକୁ ଅଧିକରୁ ଅଧିକ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଲେ ଯୁଦ୍ଧ ଜିତିବା ସମ୍ଭାବନା ହୋଇପାରେ । ଅନ୍ୟପଟେ ରୁଷ ତାର ବଳ ପ୍ରଦର୍ଶନ କରିଚାଲିଛି । ପୂର୍ବ ୟୁକ୍ରେନରେ ଏବେ ମଧ୍ୟ ଯୁଦ୍ଧ ଲାଗିରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.