ETV Bharat / international

Imran Khan Arrested: ଜଳୁଛି ପାକିସ୍ତାନ ! ସେନା ମୁଖ୍ୟାଳୟରେ ପଶିଲେ ଇମ୍ରାନଙ୍କ ସମର୍ଥକ

author img

By

Published : May 9, 2023, 11:02 PM IST

ଇମ୍ରାନଙ୍କ ଗିରଫ ପରେ ସମଗ୍ର ପାକିସ୍ତାନ ଅଶାନ୍ତ । ସେନା ମୁଖ୍ୟାଳୟ ସମେତ ଏକାଧିକ ସରକାରୀ କାର୍ଯ୍ୟାଳୟରେ ଭଙ୍ଗାରୁଜା । ବିଭିନ୍ନ ସହରରେ ଜଳାପୋଡା । ସ୍ଥିତି ଉପରେ ନଜର ରଖିଛି ଭାରତୀୟ ସେନା । ଅଧିକ ପଢନ୍ତୁ

Imran arrest: ଜଳୁଛି ପାକିସ୍ତାନ, ସେନା ମୁଖ୍ୟାଳୟରେ ପଶିଲେ ସମର୍ଥକ
Imran arrest: ଜଳୁଛି ପାକିସ୍ତାନ, ସେନା ମୁଖ୍ୟାଳୟରେ ପଶିଲେ ସମର୍ଥକ

ହାଇଦ୍ରାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ସମଗ୍ର ପାକିସ୍ତାନ ଅଶାନ୍ତ ହୋଇଉଠିଛି । ଦେଶବ୍ୟାପି ବିଭିନ୍ନ ସ୍ଥାନରେ ପ୍ରତିବାଦ, ହିଂସା ଓ ଜଳାପୋଡାର ଖବର ଆସିବାରେ ଲାଗିଛି । ସ୍ଥିତି ଏମିତି ହୋଇଛି ଯେ, ଆନ୍ଦୋଳନକାରୀଙ୍କ କ୍ରୋଧରୁ ସେନା ମୁଖ୍ୟାଳୟ ମଧ୍ୟ ବର୍ତ୍ତିପାରିନି । ଇମ୍ରାନଙ୍କ ଦଳ ପିଟିଆଇ କର୍ମୀ ଓ ସମର୍ଥକମାନେ ରାଓ୍ବଲପିଣ୍ଡିରେ ଥିବା ପାକିସ୍ତାନୀ ସେନା ମୁଖ୍ୟାଳୟରେ ପଶି ଭଙ୍ଗାରୁଜା ଓ ସେନା ବିରୋଧୀ ନାରାବାଜୀ କରିଛନ୍ତି । ଲାହୋରରେ ଥିବା କର୍ପସ କମାଣ୍ଡରଙ୍କ କାର୍ଯ୍ୟାଳୟରେ ମଧ୍ୟ ଆକ୍ରମଣ ହୋଇଛି ।

  • Islamabad High Court has reserved verdict in a petition challenging the arrest of former PM and Pakistan Tehreek-e-Insaf (PTI) chairman #ImranKhan, reports Pakistan's ARY News pic.twitter.com/umDPz1IuAm

    — ANI (@ANI) May 9, 2023 " class="align-text-top noRightClick twitterSection" data=" ">

ପାକିସ୍ତାନ ରାଜଧାନୀ ଇସଲାମାବାଦ, ଲାହୋର, କରାଚି, ପେଶ୍ବାଓ୍ବର, ରାଓ୍ବଲପିଣ୍ଡି ପରି ପ୍ରମୁଖ ସହରରେ ବ୍ୟାପକ ପ୍ରତିବାଦ ଓ ଜଳାପୋଡା ହୋଇଛି । ପୋଲିସ ଓ ଅର୍ଦ୍ଧ୍ବସାମରିକ ବଳ ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ଲୁହବୁହା ଗ୍ୟାସ ସହ କିଛି ସ୍ଥାନରେ ଗୁଳି ଚଳାଇଥିବାର ମଧ୍ୟ ସୂଚନା ଆସୁଛି । ଇଣ୍ଟରନେଟ ଓ ମୋବାଇଲ ସେବା ସହ କିଛି ଗୁରୁତ୍ବପୂର୍ଣ୍ଣ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଛି । ପ୍ରଧାନମନ୍ତ୍ରୀ ସେହଓ୍ବାଜ ସରିଫଙ୍କ ସମେତ ମନ୍ତ୍ରୀ, ଅଧିକାରୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ସୁରକ୍ଷା ବଢାଯାଇଛି । ଦେଶର ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ।

  • Indian defence forces keeping a close watch on the situation in Pakistan, in view of the developments there. Strong vigil being maintained by the forces along the Line of Control and the international border: Defence sources https://t.co/tYhXnLjkt2 pic.twitter.com/LFaZJqZY84

    — ANI (@ANI) May 9, 2023 " class="align-text-top noRightClick twitterSection" data=" ">


ଆଜି ଅପରାହ୍ନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ଦୂର୍ନୀତି ମାମଲରେ ହାଜର ହେବା ପାଇଁ ଲାହୋରରୁ ଇସଲମାବାଦ ଆସିଥିଲେ । ଏହି ସମୟରେ ତାଙ୍କୁ ନାଟକୀୟ ଭାବେ ଗିରଫ କରିଥିଲା ପାକିସ୍ତାନୀ ରେଞ୍ଜର୍ସ । କୋର୍ଟ ପରିସରରେ ଶୁଣାଣି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ସଶସ୍ତ୍ର ଅର୍ଦ୍ଧସାମରିକ ବଳର ଯବାନ ଇମ୍ରାନଙ୍କୁ ଗିରଫ କରିଥିଲେ । ରେଞ୍ଜର୍ସ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଏକ ପାରା ମିଲିଟାରୀ ଫୋର୍ସ । ତେବେ ଇମ୍ରାନଙ୍କୁ ଗିରଫ କରିବା ବେଳେ ରେଞ୍ଜର୍ସ ଯବାନମାନେ କୋର୍ଟ କର୍ମଚାରୀ ଓ ଇମ୍ରାନ ଖାନଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି । ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଆତଙ୍କବାଦୀ ପରି କେନ୍ଦ୍ରୀୟ ଫୋର୍ସ ଲଗାଇ ଗିରଫ କରିବା ଦୃଶ୍ୟ ତୀବ୍ର ଗତିରେ ବିଶ୍ବବ୍ୟାପି ଗଣମାଧ୍ୟମରେ ଛାଇ ଯାଇଥିଲା ।

ତେବେ ଇମ୍ରାନଙ୍କ ଦଳ ପିଟିଆଇର କାର୍ଯ୍ୟକର୍ତ୍ତା ରାସ୍ତାକୁ ଓହ୍ଲାଇବା ନେଇ ପୂର୍ବରୁ ଆଶଙ୍କା କରାଯାଉଥିବା ବେଳେ ତାହା ହିଁ ହୋଇଛି । ହେଲେ ସ୍ଥିତି ଅନୁମାନକୁ ମଧ୍ୟ ଢେର ବଳିଯାଇଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ସେନା ମୁଖ୍ଯାଳୟରେ ପ୍ରବେଶ କରି ଭଙ୍ଗାରୁଜା ଓ ନାରାବାଜୀ କରିବା ପାଇଁ ମଧ୍ୟ ପଛାଇ ନାହାନ୍ତି ଇମ୍ରାନଙ୍କ ସମର୍ଥକ । ଦେଶବ୍ୟାପୀ ସରକାରୀ କାର୍ଯ୍ୟକ୍ରମ ବାତିଲ କରାଯାଇ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସିରଫ ଓ ତାଙ୍କ ସରକାରଙ୍କ ମନ୍ତ୍ରୀଙ୍କ ସୁରକ୍ଷା ମଧ୍ୟ ବଢାଇବାକୁ ପଡିଛି । ଅନ୍ୟପଟେ ଇମ୍ରାନଙ୍କ ଗିରଫଦାରୀ ନେଇ କୋର୍ଟରେ ହୋଇଥିବା ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ଇସଲାମାବାଦ ହାଇକୋର୍ଟ । ଏପଟେ ଭାରତ ମଧ୍ୟ ପାକିସ୍ତାନ ହିଂସା ନେଇ କଡା ନଜର ରଖିଛି । ବୈଦେଶିକ ମନ୍ତ୍ରଣାଳୟ କହିଛି, ପାକିସ୍ତାନରେ ଜାରି ରହିଥିବା ସ୍ଥିତି ଉପରେ ଡିଫେନ୍ସ ଫୋର୍ସ ତୀକ୍ଷ୍ଣ ନଜର ରଖିଛି । ଏଲଓସି ଓ ଅନ୍ତର୍ଜାତୀୟ ସୀମାରେ ମଧ୍ୟ ନଜର ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.