ବିଶ୍ବରେ ଉତ୍କଟ ଜଳ ସଙ୍କଟ, ଜଳ ଅପଚୟ ରୋକିବାକୁ ଜାତିସଂଘର ଆହ୍ବାନ

author img

By

Published : Mar 22, 2023, 6:17 PM IST

global warming

ବିଶ୍ବରେ ଉତ୍କଟ ହେବାରେ ଲାଗିଛି ଜଳ ସଙ୍କଟ । ଜଳ ଅପଚୟ ରୋକିବାକୁ ଜାତିସଂଘର ଆହ୍ବାନ । ଜଳ ସଙ୍କଟ ନେଇ ଜାତିସଂଘର ରିପୋର୍ଟରେ କିଛି ଏଭଳି ଦର୍ଶା ଯାଇଛି । ଦୁନିଆର ୨ ବିଲିୟନ ଅର୍ଥାତ ୨୬ ପ୍ରତିଶତ ଲୋକ ଶୁଦ୍ଧ ଏବଂ ନିରାପଦ ପାନୀୟ ଜଳରୁ ବଞ୍ଚିତ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ପୂରା ବିଶ୍ବରେ ଘନଉଛି ପାନୀୟ ଜଳ ସଙ୍କଟ । କିଛି ବର୍ଷ ପରେ ସାରା ବିଶ୍ବରେ ପାନୀୟ ଜଳର ଅଭାବ ପରିଲକ୍ଷିତ ହେବ । ବହୁ ଦେଶରେ ପାନୀୟ ଜଳର ସମସ୍ୟା ସୃଷ୍ଟି ହୋଇଛି । ଜାତିସଂଘର ରିପୋର୍ଟ ଅନୁଯାୟୀ, ଦୁନିଆର ୨ ବିଲିୟନ ଅର୍ଥାତ ୨୬ ପ୍ରତିଶତ ଲୋକ ଶୁଦ୍ଧ ଏବଂ ନିରାପଦ ପାନୀୟ ଜଳ ପାଇ ପାରୁନାହାନ୍ତି । ଏହାସହ ୩.୬ ବିଲିୟନ ଲୋକ ପୁରା ବିଶ୍ବର ୪୬ ପ୍ରତିଶତ ଲୋକ ସ୍ବଚ୍ଛ୍ବ ଏବଂ ପରିମଳ ଜୀବନଠାରୁ ଦୂରରେ ଅଛନ୍ତି ।

ଜାତିସଂଘର ରିପୋର୍ଟରେ ଦାବି କରାଯାଇଛି କି, ଗ୍ଲୋବାଲ ୱାର୍ମିଂ ଯୋଗୁ ଜଳ ସମସ୍ୟା ଆହୁରି ବଢ଼ିବାକୁ ଯାଉଛି । ଗ୍ଲୋବାଲ ୱାର୍ମିଂ ବଢୁଥିବା ବେଳେ ଜଳ ସଙ୍କଟ ଉଗ୍ର ରୂପ ଧାରଣ କରିବ । ଯେଉଁ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଇଛି, ସେଠାରେ ଜଳ ଅଭାବ ଆହୁରି ବୃଦ୍ଧି ପାଇବ । ରିପୋର୍ଟ ଅନୁଯାୟୀ, 'ଜଳର ଅନାବଶ୍ୟକ ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ସମଗ୍ର ବିଶ୍ୱରେ ଜଳର ଅଭାବ ଦେଖାଦେଇଛି । ଜଳର ଅଭାବ ପରିସ୍ଥିତି ଏବେ ଏଣ୍ଡେମିକ ହେବାରେ ଲାଗିଛି ।

ଜାତିସଂଘ ରିପୋର୍ଟ ଅନୁଯାୟୀ ବିଶ୍ଦ ମହାବିନାଶରକୁ ଆହ୍ବାନ ଦେବାରେ ଲାଗିଛି । ପାନୀୟ ଜଳର ଅପଚୟ କାରଣରୁ ବିଭିନ୍ନ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ । ଖାଦ୍ୟ ଉତ୍ପାଦନଠାରୁ ଆରମ୍ଭ କରି କଳ କାରଖାନା ବିଭିନ୍ନ ସଂସ୍ଥା ପ୍ରଭାବିତ ହେବ । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟରେସ ଏହି ରିପୋର୍ଟର ପ୍ରକାଶ କରିଛନ୍ତି, ବିଶ୍ବ ଅନ୍ଧ ଭାବରେ ବିପଜ୍ଜନକ ପଥରେ ଗତି କରୁଛି । ଜଳର ଅପଚୟ, ପ୍ରଦୂଷଣ ଏବଂ ଗ୍ଲୋବାଲ ୱାର୍ମିଂ ଜଳ ସଙ୍କଟର ପ୍ରମୁଖ କାରଣ ।

ଗତ ୪୦ ବର୍ଷ ମଧ୍ୟରେ ବିଶ୍ବରେ ପ୍ରତିବର୍ଷ ପ୍ରାୟ ଏକ ପ୍ରତିଶତ ହାରରେ ଜଳ ବ୍ୟବହାର ବୃଦ୍ଧି ପାଉଛି । ୨୦୫୦ ପର୍ଯ୍ୟନ୍ତ ସମାନ ହାରରେ ଜଳ ବ୍ୟବହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କାରଣ ଜନସଂଖ୍ୟା ବୃଦ୍ଧି, ସାମାଜିକ, ଅର୍ଥନୈତିକ ବିକାଶ ଏବଂ ଜଳ ବ୍ୟବହାର ପଦ୍ଧତି ବଦଳୁଛି । ଯାହାର କରାଣରୁ ଅଧିକ ମାତ୍ରାରେ ଜଳ ବ୍ୟବହାର କରାଯାଉଛି । ଯାହା ବିକାଶଶୀଳ ଦେଶର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଜଳ ଚାହିଦାରେ ବୃଦ୍ଧି ଘଟୁଛି । ଯେଉଁଠାରେ ଶିଳ୍ପ ବିକାଶ ଏବଂ ବିଶେଷକରି ସହରର ଜନସଂଖ୍ୟା ଦ୍ରୁତ ଗତିରେ ବଢୁଛି । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଖାଦ୍ୟ ଅଭାବକୁ ଦୂର କରିବା ପାଇଁ ୭୦ ପ୍ରତିଶତ ଜଳ କୃଷି ପାଇଁ ବ୍ୟବହୃତ ହେଉଛି ।

ଆଣ୍ଟୋନିଓ ଗୁଟେରସ କହିଛନ୍ତି, "କୃଷି କ୍ଷେତ୍ରରେ ଜଳସେଚନ ପ୍ରଣାଳୀକୁ ପରିବର୍ତ୍ତନ କରିବାକୁ ହେବ । ବର୍ତ୍ତମାନ କେତେକ ଦେଶରେ ଡ୍ରିପ ଜଳସେଚନ ବ୍ୟବହୃତ ହେଉଛି, ଯାହା ଦ୍ବାରା ଜଳ ସଞ୍ଚୟ ହେଉଛି । ଏହାସହ ଡ୍ରିପ୍ ଜଳ ସେଚନ ଦ୍ବାରା ସହରକୁ ଆବଶ୍ୟକୀୟ ଜଳ ଉପଲବ୍ଧ କରାଇବ ବୋଲି ସେ କହିଛନ୍ତି । ୨୦୨୩ରେ ଜାତିସଂଘ ତରଫରୁ ଜଳ ସମ୍ମିଳନୀ ଆୟୋଜନ କରାଯିବ । ଏହି ସମ୍ମିଳନୀରେ ୬ ହଜାରରୁ ଉର୍ଦ୍ଧ୍ବ ବିଶେଷଜ୍ଞ ଯୋଗଦେଇ ଜଳ ସଙ୍କଟ ଉପରେ ଆଲୋଚନା କରିବେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.