ETV Bharat / international

ଆଉ ଗୋଟିଏ ଦିନ ବଢିଲା ହମାସ୍-ଇସ୍ରାଏଲ ଅସ୍ତ୍ରବିରତି

author img

By ETV Bharat Odisha Team

Published : Nov 30, 2023, 12:05 PM IST

ହମାସ୍-ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ଅବଧି ଆଉ ଗୋଟିଏ ଦିନ ବୃଦ୍ଧି । ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ଦିଆଗଲା ସୂଚନା । ଅଧିକ ପଢନ୍ତୁ

ହମାସ୍-ଇସ୍ରାଏଲ ଅସ୍ତ୍ରବିରତି ବୃଦ୍ଧି
ହମାସ୍-ଇସ୍ରାଏଲ ଅସ୍ତ୍ରବିରତି ବୃଦ୍ଧି

ତେଲ୍ ଅଭିଭ୍: ହମାସ୍ ଓ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ଆଜି ସକାଳ ୭ଟାରୁ ଶେଷ ହେଉଥିଲା । ହେଲେ ପୁନର୍ବାର ଅସ୍ତ୍ରବିରତି ବୃଦ୍ଧି ପାଇଁ ରାଜି ହୋଇଛନ୍ତି ଉଭୟ ପକ୍ଷ । ଅଧିକ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ଅସ୍ତ୍ରବିରତି ଅବଧି ଦିନକ ପାଇଁ ବୃଦ୍ଧି କରାଯାଇଛି । ଆସନ୍ତକାଲି(ଶୁକ୍ରବାର) ସକାଳ ପର୍ଯ୍ୟନ୍ତ ଏହି ଅସ୍ତ୍ରବିରତି ଜାରି ରହିବ । ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ(IDF) ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦିଆଯାଇଛି । ଏହାରି ସହିତ ୭ ଦିନ ହେଲାଣି ଯୁଦ୍ଧଭୂମି ଗାଜାରେ ଶାନ୍ତି ବଜାୟ ରହିଛି ।

  • The operational pause will continue in light of the mediators' efforts to continue the process of releasing the hostages and subject to the terms of the framework.

    — Israel Defense Forces (@IDF) November 30, 2023 " class="align-text-top noRightClick twitterSection" data=" ">

ଆଜି(ଗୁରୁବାର) ଆଇଡିଏଫ୍ ପକ୍ଷରୁ କୁହାଯାଇଛି, ମଧ୍ୟସ୍ଥିଙ୍କ ପ୍ରୟାସ କ୍ରମେ ବନ୍ଧକ ନାଗରିକଙ୍କ ମୁକ୍ତି ପ୍ରକ୍ରିୟା ଜାରି ରଖିବାକୁ ଅସ୍ତ୍ରବିରତି ଅଭିଯାନ ଜାରି ରହିବ । ଆଉ ଗୋଟିଏ ଦିନ ପାଇଁ ଅସ୍ତ୍ରବିରତି ବୃଦ୍ଧି କରାଯାଉଛି । ଅନ୍ୟ ଏକ ବିବୃତ୍ତିରେ ହମାସ୍ ସଂଗଠନ କହିଛି ଯେ, ଆହୁରି ୨୪ ଘଣ୍ଟା ପାଇଁ ଅର୍ଥାତ୍ ଶୁକ୍ରବାର ପର୍ଯ୍ୟନ୍ତ ଅସ୍ତ୍ରବିରତି ବୃଦ୍ଧି କରିବାକୁ ଚୁକ୍ତି ହୋଇଛି । ପୂର୍ବ ସର୍ତ୍ତାବଳୀ ଅନୁସାରେ ଦୁଇ ପକ୍ଷ ଏହି ଚୁକ୍ତି ପାଇଁ ରାଜି ହୋଇଛନ୍ତି । ଯାହା ଅନ୍ତର୍ଗତ ହମାସ୍ ପ୍ରତିଦିନ ୩୦ ପାଲେଷ୍ଟାଇନ ନାଗରିକଙ୍କ ପ୍ରତିବଦଳରେ ୧୦ ଜଣ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବ ।

ଏହା ମଧ୍ୟ ପଢନ୍ତୁ: ହମାସ୍-ଇସ୍ରାଏଲ ଅସ୍ତ୍ରବିରତି; ଶାନ୍ତି ପଡ଼ିଛି ଯୁଦ୍ଧଭୂମି, ଆଉ ୧୬ ବନ୍ଦୀଙ୍କୁ ଛାଡିଲା ହମାସ୍

କହିରଖୁଛୁ କି, ପଣବନ୍ଦୀଙ୍କ ମୁକ୍ତି ପାଇଁ କତାରର ମଧ୍ୟସ୍ଥତାରେ ହମାସ୍ ଓ ଇସ୍ରାଏଲ ମଧ୍ୟରେ ୪ ଦିନିଆ ଅସ୍ତ୍ରବିରତି ଚୁକ୍ତି ହୋଇଥିଲା । ଏହାଦ୍ବାରା ଗତ ୨୪ ତାରିଖରୁ ଗାଜା ଉପରେ ଇସ୍ରାଏଲ ସାମରିକ ଅଭିଯାନ ବନ୍ଦ କରିବା ସହିତ ପଣବନ୍ଦୀଙ୍କ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଥିଲା । ପରେ ଆଉ ଦୁଇ ଦିନ ପାଇଁ ଏହି ଅସ୍ତ୍ରବିରତି ବୃଦ୍ଧି ପାଇଥିଲା । ଯାହାକି ଆଜି ସକାଳ ୭ଟାରେ ଶେଷ ହେଉଥିବା ବେଳେ ଏହାପୂର୍ବରୁ ଉଭୟ ପକ୍ଷ ଆହୁରି ୨୪ ଘଣ୍ଟା ପାଇଁ ଅସ୍ତ୍ରବିରତି ଜାରି ରଖିବାକୁ ରାଜି ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆମେରିକାର ସାଂଘାତିକ ଅଭିଯୋଗ; ଖଲିସ୍ତାନୀ ଆତଙ୍କୀ ପନ୍ନୁକୁ ହତ୍ୟା ଷଡଯନ୍ତ୍ର କରୁଛି ଭାରତ

ପ୍ରକାଶ ଥାଉ କି, ଅସ୍ତ୍ରବିରତି ବୃଦ୍ଧିର ଶେଷ ଦିନରେ ବୁଧବାକ ହମାସ୍ ଆଉ ୧୬ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା । ଏମାନଙ୍କ ମଧ୍ୟରେ ୧୦ ଇସ୍ରାଏଲ ନାଗରିକଙ୍କ ସହ ୪ ଜଣ ଥାଇ ଏବଂ ୨ ଜଣ ଋଷୀୟ ମହିଳା ଥିଲେ । ତା' ଭିତରୁ ଅନେକ ମହିଳା ଓ ଛୋଟ ଛୁଆ ରହିଥିଲେ । ଚୁକ୍ତି ଅନୁଯାୟୀ ଏବେ ଆଉ ଥରେ ହମାସ୍ ୧୦ ଇସ୍ରାଏଲ ବନ୍ଧକଙ୍କୁ ହସ୍ତାନ୍ତର କରିବ । ଇସ୍ରାଏଲ ମଧ୍ୟ ୩୦ ପାଲେଷ୍ଟାଇନ ନାଗରିକଙ୍କୁ ଛାଡ଼ିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.