ETV Bharat / international

ହମାସ୍-ଇସ୍ରାଏଲ ଅସ୍ତ୍ରବିରତି; ଶାନ୍ତି ପଡ଼ିଛି ଯୁଦ୍ଧଭୂମି, ଆଉ ୧୬ ବନ୍ଦୀଙ୍କୁ ଛାଡିଲା ହମାସ୍

author img

By ETV Bharat Odisha Team

Published : Nov 30, 2023, 10:43 AM IST

ଅସ୍ତ୍ରବିରତି ଚୁକ୍ତିର ଶେଷ ଦିନରେ ଆଉ ୧୬ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍ । ଅଧିକ ପଢନ୍ତୁ

ହମାସ୍-ଇସ୍ରାଏଲ ଅସ୍ତ୍ରବିରତି ଶେଷ
ହମାସ୍-ଇସ୍ରାଏଲ ଅସ୍ତ୍ରବିରତି ଶେଷ

ତେଲ୍ ଅଭିଭ୍: ୬ ଦିନ ହେଲାଣି ଶାନ୍ତ ପଡିଛି ଯୁଦ୍ଧଭୂମି ଗାଜା । ହମାସ୍ ଓ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ପାଇଁ ଗାଜା ଉପରେ ରକେଟ୍ ଓ ଗୁଳିଗୋଳା ବର୍ଷା ଥମିଛି । ଏଥିସହିତ ଚୁକ୍ତି ଅନୁଯାୟୀ ଅସ୍ତ୍ରବିରତିର ଶେଷ ଦିନରେ ହମାସ୍ କବଳରୁ ମୁକୁଳିଛନ୍ତି ଆଉ ୧୬ ପଣବନ୍ଦୀ । ହମାସ୍ ବୁଧବାର ଦିନ ୧୦ ଇସ୍ରାଏଲ ନାଗରିକଙ୍କ ସହ ୧୬ ଜଣ ପଣବନ୍ଦୀଙ୍କୁ ଇସ୍ରାଏଲକୁ ହସ୍ତାନ୍ତର କରିଛି । ଏନେଇ ରେଡ୍ କ୍ରସ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ଦିନ ଗାଜା ଜେଲରୁ ମୁକୁଳିଥିବା ବନ୍ଧକଙ୍କ ମଧ୍ୟରେ ୧୦ ଇସ୍ରାଏଲ ମହିଳା ଓ ଛୁଆ, ୪ ଜଣ ଥାଇ ନାଗରିକ ଏବଂ ଦୁଇ ଜଣ ଋଷୀୟ ମହିଳା ରହିଛନ୍ତି । ଏହା ବଦଳରେ ଇସ୍ରାଏଲ ମଧ୍ୟ ୩୦ ଜଣ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିବ ବୋଲି ତାଲିକା ଦେଇଛି । ଏମାନଙ୍କ ମଧ୍ୟରେ ୧୬ ଜଣ ନାବାଳକ ଏବଂ ୧୪ ଜଣ ମହିଳା ରହିଛନ୍ତି । ଏନେଇ କତାର ବୈଦେଶିକ ବିଭାଗର ମୁଖପାତ୍ର ଅଜେଦ ଅଲ-ଅନସାରୀ ବିବୃତ୍ତି ଜାରି କରିଛନ୍ତି । ଯୁଦ୍ଧ ଯୋଗୁଁ ଦେଢ଼ ମାସରୁ ଅଧିକ ଦିନ ହେଲା ପଣବନ୍ଦୀ ଥିବା ଲୋକେ କତାରର ମଧ୍ୟସ୍ଥତାରେ ଘର ବାହୁଡୁଛନ୍ତି । ସେମାନେ ପୁଣିଥରେ ନିଜ ପରିବାର ପାଖକୁ ଫେରି ଖୁସିରେ ଆତ୍ମହରା ହୋଇପଡିଥିବାର ଦୃଶ୍ୟ ଦେଖାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲ-ହମାସ ଅସ୍ତ୍ରବିରତି; ପଞ୍ଚମ ଦିନରେ ଘର ବାହୁଡିଲେ ୩୦ ପାଲେଷ୍ଟାଇନ ପଣବନ୍ଦୀ

ଗତ ଅକ୍ଟୋବର ୭ ତାରିଖରୁ ହମାସ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ହମାସ୍ ଗୋଷ୍ଠୀ ଇସ୍ରାଏଲରୁ ପ୍ରାୟ ୨୪୦ ଜଣଙ୍କୁ ଉଠାଇ ନେଇ ପଣବନ୍ଦୀ କରିଥିଲା । ହମାସର ଆକ୍ରମଣରେ ୧୨୦୦ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିବା ଦାବି କରାଯାଇଥିଲା । ତେବେ କତାରର ମଧ୍ୟସ୍ଥତା ଯୋଗୁଁ ଦୀର୍ଘ ଦିନ ଧରି ଚାଲିଥିବା ଏହି ଯୁଦ୍ଧ କିଛି ଦିନ ପାଇଁ ଶାନ୍ତ ପଡିଛି । କତାରର ବୁଝାମଣାରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଜରିଆରେ ଉଭୟ ପକ୍ଷ ପର୍ଯ୍ୟାୟକ୍ରମେ ପଣବନ୍ଦୀମାନଙ୍କୁ ମୁକ୍ତ କରୁଛନ୍ତି ।

ହମାସ୍ ଓ ଇସ୍ରାଏଲ ମଧ୍ୟରେ ପ୍ରାଥମିକ ଭାବେ ୪ ଦିନିଆ ଅସ୍ତ୍ରବିରତି ହୋଇଥିଲା । ପରେ ଏହି ଅବଧିକୁ ଆଉ ୨ ଦିନ ପାଇଁ ବୃଦ୍ଧି କରାଯାଇଥିଲା । କାଲି(ବୁଧବାର) ଏହି ଚୁକ୍ତିର ଶେଷ ଦିନ ଥିବାବେଳେ ହମାସ୍ ୧୬ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି । ତେବେ ପୁଣିଥରେ ଅସ୍ତ୍ରବିରତି ଅବଧି ବୃଦ୍ଧି କରିବାକୁ ଆଲୋଚନା କରାଯାଉଥିବା ନେଇ ଦୁଇ ଜଣେ ପାଲେଷ୍ଟାଇନ ଅଧିକାରୀ ସୂଚନା ଦେଇଥିବା ଖବର ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.