ETV Bharat / international

ଆମେରିକାର ସାଂଘାତିକ ଅଭିଯୋଗ; ଖଲିସ୍ତାନୀ ଆତଙ୍କୀ ପନ୍ନୁକୁ ହତ୍ୟା ଷଡଯନ୍ତ୍ର କରୁଛି ଭାରତ

author img

By ETV Bharat Odisha Team

Published : Nov 30, 2023, 8:45 AM IST

Updated : Nov 30, 2023, 9:13 AM IST

ଆମେରିକାରେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛି ଭାରତ । ସାଂଘାତିକ ଅଭିଯୋଗ ଆଣିଲା ଆମେରିକା । ଅଧିକ ପଢ଼ନ୍ତୁ

ପନ୍ନୁକୁ ହତ୍ୟା ଷଡଯନ୍ତ୍ର କରୁଛି ଭାରତ
ପନ୍ନୁକୁ ହତ୍ୟା ଷଡଯନ୍ତ୍ର କରୁଛି ଭାରତ

ନୂଆଦିଲ୍ଲୀ: ଭାରତ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ଆମେରିକା । ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜାର ହତ୍ୟାକାଣ୍ଡ ଘଟଣାରେ କାନାଡା ଓ ଭାରତ ମଧ୍ୟରେ ବିବାଦ ତୁଟି ନଥିବାବେଳେ ଏବେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନକୁ ନେଇ ଆମେରିକା ଓ ଭାରତ ମୁହାଁମୁହିଁ ହୋଇଛନ୍ତି । ଆମେରିକା ଅଭିଯୋଗ କରିଛି ଯେ, ବିଚ୍ଛିନ୍ନତାବାଦୀ ନେତା ଗୁରୁପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବାକୁ ଭାରତ ଷଡ଼ଯନ୍ତ୍ର କରୁଛି । ଏଥିପାଇଁ ଭାରତ ୫୨ ବର୍ଷୀୟ ନିଖିଲ ଗୁପ୍ତା ନାମକ ବ୍ୟକ୍ତିଙ୍କୁ ପଠାଇଥିଲା । ଯିଏକି ଗୁଇନ୍ଦା ବିଭାଗ ପାଇଁ କାମ କରୁଥିଲେ । ତେବେ ଏଭଳି କାର୍ଯ୍ୟକୁ କେବେ ବି ବରଦାସ୍ତ କରାଯିବନି ବୋଲି ଆମେରିକା ଚେତାବନୀ ଦେଇଛି ।

କହିରଖୁଛୁ କି, ଗତ ସପ୍ତାହରେ ଫାଇନାନ୍ସିଆଲ ଟାଇମ୍ସ ଏକ ରିପୋର୍ଟରେ ଆରୋପ ଲଗାଇଥିଲା ଯେ, କିଛି ମାସ ତଳେ ବିଚ୍ଛିନ୍ନତାବାଦୀ ନେତା ପନ୍ନୁକୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ବେଳେ ଆମେରିକା ଏହାକୁ ବିଫଳ କରିଥିଲା । ଏହି ମାମଲାରେ ଆମେରିକା ଭାରତକୁ ଚେତାବନୀ ଜାରି କରିଥିବା ଉକ୍ତ ରିପୋର୍ଟରେ କୁହାଯାଇଥିଲା । ଏବେ ଆମେରିକାର ନ୍ୟାୟ ବିଭାଗ ଅଭିଯୋଗ କରିଛି କି, ଭାରତ ସରକାରଙ୍କ ଜଣେ କର୍ମଚାରୀ କିଛି ଲୋକଙ୍କ ସହ ମିଶି ଆମେରିକାରେ ଦୁଇଟି ହତ୍ୟାକାଣ୍ଡ ଘଟାଇବାକୁ ଷଡ଼ଯନ୍ତ୍ର କରିଥିଲେ । ସେମାନଙ୍କ ମଧ୍ୟରେ ନିଖିଲ ଗୁପ୍ତା ସାମିଲ ଅଛନ୍ତି । ଏହି ଭାରତୀୟ ନାଗରିକମାନେ ଜଣେ ଆମେରିକୀୟ ଆଟର୍ଣ୍ଣି ଏବଂ ଆଉ ଜଣେ ରାଜନୈତିକ କର୍ମକର୍ତ୍ତା ଯିଏକି ଭାରତୀୟ ବଂଶୋଦ୍ଭବ ଓ ଆମେରିକା ନାଗରିକ(ପନ୍ନୁ) ଅଟେ, ତାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଆମେରିକା ମୁହାଁ ଭାରତୀୟ, ଗୋଟିଏ ବର୍ଷରେ 1.40 ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ର ଭିସା ଜାରି, ରେକର୍ଡ କଲା ଆମେରିକା

ଭାରତର ସେହି କର୍ମଚାରୀ(ନିଖିଲ ଗୁପ୍ତା) ନିଜକୁ ସିନିୟର ଫିଲ୍ଡ ଅଫିସର ବୋଲି ପରିଚୟ ଦେଇଥିବା ବେଳେ ସେ ସୁରକ୍ଷା ପରିଚାଳନା ଓ ଗୁଇନ୍ଦା ବିଭାଗ ପାଇଁ କାମ କରୁଥିବା ସ୍ବୀକାର କରିଛନ୍ତି । ତେବେ ଯଦି ନିଖିଲ ଗୁପ୍ତା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୨୦ ବର୍ଷର ଜେଲ ଦଣ୍ଡ ମିଳିପାରେ । ଆମେରିକା ଆହୁରି କହିଛି ଯେ, ଦୁଇ ହତ୍ୟାକାଣ୍ଡ ଘଟାଇବା ପାଇଁ ଗୁପ୍ତା ଜଣକୁ ୧୦୦,୦୦୦ ଡଲାର ଦେବାକୁ କଥା ଦେଇଥିଲେ । ତା' ଭିତରୁ ଚଳିତ ବର୍ଷ ଜୁନ ୯ରେ ସେ ୧୫ ହଜାର ଡଲାର ଆଡଭାନ୍ସରେ ଦେଇଥିଲେ ।

ତେବେ ଗୁପ୍ତା ଏହି ହତ୍ୟାକାଣ୍ଡ ପାଇଁ ଯାହାକୁ ସୁପାରି ଦେଇଥିଲେ ସେ ଆମେରିକାର ଗୁଇନ୍ଦା ଏଜେଣ୍ଟ ଥିଲେ । ଯାହାଫଳରେ ସତ ସାମ୍ନାକୁ ଆସିଥିଲା । ନିଖିଲ ଗୁପ୍ତାଙ୍କୁ ଗିରଫ କରାଯାଇଛି । ତେବେ ନିଜ ମାଟିରେ ତା'ର ନାଗରିକଙ୍କୁ ହତ୍ୟା କରାଯିବା ଘଟଣାକୁ କେବେ ବରଦାସ୍ତ କରିବ ନାହିଁ ବୋଲି ଆମେରିକା କହିଛି । ସେପଟେ ଆମେରିିକାର ଏଭଳି ଗୁରୁତର ଅଭିଯୋଗ ପରେ ଭାରତ ସରକାର ଆଲର୍ଟ ମୋଡରେ ଅଛନ୍ତି ।

Last Updated : Nov 30, 2023, 9:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.