ETV Bharat / international

ଆମେରିକା ମୁହାଁ ଭାରତୀୟ, ଗୋଟିଏ ବର୍ଷରେ 1.40 ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ର ଭିସା ଜାରି, ରେକର୍ଡ କଲା ଆମେରିକା

author img

By ETV Bharat Odisha Team

Published : Nov 29, 2023, 9:11 AM IST

ଭାରତରେ ରେକର୍ଡ କଲା ଆମେରିକା ଦୂତାବାସ । ଗୋଟିଏ ବର୍ଷରେ 1.40 ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ର ଭିସା ଜାରି । ଅଧିକ ପଢନ୍ତୁ

ଆମେରିକା ମୁହାଁ ହେଉଛନ୍ତି ଭାରତୀୟ
ଆମେରିକା ମୁହାଁ ହେଉଛନ୍ତି ଭାରତୀୟ

ଓ୍ବାଶିଂଟନ: ଭାରତରେ ରେକର୍ଡ କଲା ଆମେରିକା ଦୂତାବାସ । ଏକ ବର୍ଷ ମଧ୍ୟରେ 1ଲକ୍ଷ 40 ହଜାରରୁ ଊର୍ଦ୍ଧ୍ୱ ଛାତ୍ର ଭିସା ଜାରି କଲା ଆମେରିକା । ଭାରତୀୟଙ୍କୁ ଭିସା ପ୍ରଦାନ କ୍ଷେତ୍ରରେ ନୂତନ ରେକର୍ଡ କଲା ଆମେରିକା ଦୂତାବାସ । ପ୍ରଥମ ଥର ପାଇଁ ଏକ ବର୍ଷ ମଧ୍ୟରେ 1ଲକ୍ଷ 40 ହଜାରରୁ ଊର୍ଦ୍ଧ୍ବ ଛାତ୍ର ଭିସା ଜାରି କରିଛି ଆମେରିକା । ଭାରତରେ ଆମେରିକା ଦୂତାବାସ ଓ ବାଣିଜ୍ୟ ଦୂତାବାସ ଅକ୍ଟୋବର 2022ରୁ ସେପ୍ଟେମ୍ବର 2023 ମଧ୍ୟରେ 1 ଲକ୍ଷ 40 ହଜାରରୁ ଊର୍ଦ୍ଧ୍ବ ଅନୁମୋଦିତ ଛାତ୍ର ଭିସା ନେଇ ସୂଚନା ଦେଇଛି ।

ମଙ୍ଗଳବାର ଦିନ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । କୁହାଯାଇଛି, "ଭାରତରେ ଆମ ଦୂତାବାସ ଏବଂ ଆଡଭାଇଜରୀ ଭିସା ଜାରି କ୍ଷେତ୍ରରେ ଏକ ବିଶାଳ ରେକର୍ଡ କରିଛି । 1ଲକ୍ଷ 40 ହଜାରରୁ ଉର୍ଦ୍ଧ୍ବ ଛାତ୍ର ଭିସା ଏକ ବର୍ଷ ମଧ୍ୟରେ ଜାରି କରାଯାଇଛି ।"

ତେବେ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ଅକ୍ଟୋବର 2022ରୁ ସେପ୍ଟେମ୍ବର 2023 ଅର୍ଥାତ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ସାରା ବିଶ୍ବରେ 10 ମିଲିୟନ(ଏକ କୋଟି) ରୁ ଉର୍ଦ୍ଧ୍ବ ଅଣ-ପ୍ରବାସୀ( ନନ-ଇମ୍ମାଇଗ୍ରାଣ୍ଟ) ଭିସା ଜାରି କରି ଏହି କ୍ଷେତ୍ରରେ ମଧ୍ୟ ରେକର୍ଡ ଦେଖିବାକୁ ମିଳିଛି । ନିକଟରେ ବାଣିଜ୍ୟ, ପର୍ଯ୍ୟଟନ ଭଳି କ୍ଷେତ୍ରରେ ଆମେରିକା ଆସିବାକୁ ଥିବା 8 ମିଲିୟନରୁ ଉର୍ଦ୍ଧ୍ବ ଭିସା ଜାରି କରିଛି ଆମେରିକା ଦୂତାବାସ । 2015 ପରେ ଏତେ ଅଧିକ ସଂଖ୍ୟାରେ ଭିସା ଅନ୍ୟ ସମୟରେ ଜାରି ହୋଇନଥିବା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ନ୍ୟୁୟର୍କରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବ୍ୟବହାର, କଡ଼ା ନିନ୍ଦା କଲା ଆମେରିକାନ ଶିଖ ସଂସ୍ଥା

ସେହିଭଳି ଆଉ ମଧ୍ୟ କୁହାଯାଇଛି, "ଆମେରିକା ଦୂତାବାସ ଓ ପରାମର୍ଶଦାତା ପକ୍ଷରୁ ଆମେରିକାକୁ ଆସିବାକୁ 6 ଲକ୍ଷ ଛାତ୍ର ଭିସା ଜାରି କରାଯାଇଛି । ଯାହା 2017 ଆର୍ଥିକ ବର୍ଷକୁ ଛାଡିଦେଲେ ସବୁଠୁ ଅଧିକ ଅଟେ ।" ତେବେ ଏହି ସଫଳତାର ଶ୍ରେୟ ବୈଦେଶିକ ବିଭାଗ ଦୂତାବାସ ଓ ପରାମର୍ଶଦାତାକୁ ଦେଇଛନ୍ତି । ଦୂତାବାସର ଅଭିନବ ପ୍ରଣାଳୀରେ ସମସ୍ତ ସମସ୍ୟାର ସମାଧାନ ଯୋଗୁଁ ଏହି ସଫଳତା ମିଳିପାରିଛି । ତେବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରିଚାଳନାକୁ ଆହୁରି ସୁବ୍ୟବସ୍ଥିତ କରିବା ପାଇଁ ଆହୁରୀ ନୂତନ ବିକଳ୍ପର ଖୋଜ କରାଯାଉଛି । ଗତ ମାସରେ ଭାରତରେ 'ଆମେରିକା ମିଶନ 2023'ରେ 10 ଲକ୍ଷରୁ ଅଧିକ ଭାରତୀୟ ଅଣପ୍ରବାସୀ ଭିସା ଆବେଦନକୁ ଅନୁମୋଦନ ମିଳିଛି ।

ବୟାନରେ ଆଉ ମଧ୍ୟ କୁହାଯାଇଛି,"ଆମେରିକା ଆସିବା ପାଇଁ ସାରା ବିଶ୍ବରେ ଭିସା ଆବେଦନକାରୀଙ୍କ ମଧ୍ୟରେ କେବଳ 10 ପ୍ରତିଶତ ଭାରତୀୟ ରହିଛନ୍ତି । ଏଥିରେ 20 ପ୍ରତିଶତ ଛାତ୍ର ଭିସା ଆବେଦନ କରାଯାଇଥିବା ବେଳେ 65 ପ୍ରତିଶତ ଏଚ ଆଣ୍ଡ୍ ଏଲ କାଟାଗୋରୀ(ରୋଜଗାର) ଭିସା ଆବେଦନ ରହିଛି । ଆମେରିକା ଏହାକୁ ସ୍ବାଗତ କରୁଛି । ଅନ୍ୟପଟେ ଆମେରିକା ଦୂତାବାସ ଓ ପରାମର୍ଶଦାତା ପକ୍ଷରୁ କୁହାଯାଇଛି ଯେ, ଗତ ବର୍ଷ 12 ଲକ୍ଷରୁ ଉର୍ଦ୍ଧ୍ବ ଭାରତୀୟ ଆମେରିକା ଗସ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.