ETV Bharat / international

ନ୍ୟୁୟର୍କରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବ୍ୟବହାର, କଡ଼ା ନିନ୍ଦା କଲା ଆମେରିକାନ ଶିଖ ସଂସ୍ଥା

author img

By ETV Bharat Odisha Team

Published : Nov 28, 2023, 6:58 PM IST

american sikh body calls on newyork gurdwara : ନ୍ୟୁୟର୍କ ସ୍ଥିତ ଏକ ଗୁରୁଦ୍ବାରରେ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂହ ସାନ୍ଧୁଙ୍କ ସହ ଦୁର୍ବ୍ୟବହାର । ଖଲିସ୍ଥାନୀ ସମର୍ଥକଙ୍କ ଦୁର୍ବ୍ୟବହାରକୁ ଶିଖ ଫର ଜଷ୍ଟିସ ର କଡା ନିନ୍ଦା । ଅଧିକ ପଢନ୍ତୁ

ନ୍ୟୁୟର୍କରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବ୍ୟବହାର, ଆମେରିକାନ ଶିଖ ସଂସ୍ଥାର କଡା ନିନ୍ଦା

ୱାସିଂଟନ: ଗତ ରବିବାର ଦିନ ଆମେରିକାର ନ୍ୟୁୟର୍କ ସ୍ଥିତ ଏକ ଗୁରୁଦ୍ବାରରେ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂହ ସାନ୍ଧୁଙ୍କ ସହ ଦୁର୍ବ୍ୟବହାର ଘଟଣାକୁ ଆମେରିକାର ଏକ ଶିଖ ସଂସ୍ଥା 'ଶିଖ ଫର ଜଷ୍ଟିସ' କଡା ନିନ୍ଦା କରିଛି । ଏଥି ସହ ଏହି ଘୃଣ୍ୟ ଘଟଣାରେ ସାମିଲ ଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସଂସ୍ଥା ଗୁରୁଦ୍ବାର ପ୍ରବନ୍ଧନ କମିଟି ସାମନାରେ ଦାବି ରଖିଛି । ଶିଖ୍‌ ଫର ଜଷ୍ଟିସ ନାମକ ସଂସ୍ଥା ସୋମବାର ଦିନ ଏକ ବୟାନ ଜାରିକରି କହିଛି ଯେ ଗୁରୁଦ୍ବାର ଏକ ପୂଜା ସ୍ଥଳୀ ଅଟେ ଏବଂ ଲୋକମାନେ ଏଠାରେ ଆସି ନିଜର ବ୍ୟକ୍ତିଗତ ରାଜନୈତିକ ବିଚାରକୁ ଦୂରରେ ରଖିବା ଆବଶ୍ୟକ । ସାନ୍ଧୁ ରବିବାର ଦିନ ଗୁରୁପର୍ବ ଅବସରରେ ନ୍ୟୁୟର୍କ ସ୍ଥିତ ଲଙ୍ଗ ଆଇଲ୍ୟାଣ୍ଡ ହିସ୍କଭିଲେ ଗୁରୁଦ୍ବାରରେ ପ୍ରାର୍ଥନା କରିବାକୁ ଯାଇଥିଲେ । ସେଠାରେ ଖଲିସ୍ଥାନର କିଛି ସମର୍ଥକ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ ଖଲିସ୍ଥାନୀ ବିଛିନ୍ନତାବାଦୀ ନେତା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ଏହା ପରେ ସେଠାରେ ଉପସ୍ଥିତ ଶିଖ୍‌ ସମୁଦାୟର ଲୋକମାନେ ଏହି ଉପଦ୍ରବୀମାନଙ୍କୁ ଗୁରୁଦ୍ବାରରୁ ବାହାର କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ... Hamas-Like Attacks: ଭାରତରେ ହମାସ ପରି ଆକ୍ରମଣ କରିବାକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କୀ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁନ

ଶିଖ୍‌ ଫର ଜଷ୍ଟିସ ସଙ୍ଗଠନର ସଂସ୍ଥାପକ ଜସଦୀପ ସିଂ ଜସ୍ସି ଓ ଅଧ୍ୟକ୍ଷ କଂୱଲଜିତ ସିଂ ସୋନୀ ଏକ ମିଳିତ ବିବୃତିରେ କହିଛନ୍ତି କି 'ଆମେ ଗୁରୁଦ୍ବାରା ପ୍ରବନ୍ଧନ କମିଟିକୁ ଏହି ଉପଦ୍ରବୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅପିଲ କରୁଛୁ, ଯାହା ଫଳରେ ନ୍ୟୁୟର୍କରେ ଶାନ୍ତିପ୍ରିୟ ଶିଖ ସମୁଦାୟ ବିନା କାହାରି ଡର କିମ୍ବା ଚାପରେ ଗୁରୁଦ୍ବାର ଆସି ପାରିବେ । ରାଷ୍ଟ୍ରଦୂତ ସାନ୍ଧୁ ଗୁରୁଦ୍ବାର ସାହିବରେ ପ୍ରାର୍ଥନା କରିବାକୁ ଯାଇଥିଲେ ଏବଂ ସେଠାକାର ପ୍ରବନ୍ଧନ ତାଙ୍କୁ 'ସିରୋପା ସାହିବ' ସମ୍ମାନରେ ସମ୍ମାନିତ କରିଥିଲେ । ସେଠାରେ କିଛି ଉପଦ୍ରବୀ ତତ୍ତ୍ବ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ଗୁରୁଦ୍ବାର ସାହିବର ଶାନ୍ତି ଏବଂ ପବିତ୍ରତା ଭଙ୍ଗ କରିଛନ୍ତି । ଗୁରୁଦ୍ବାର ଏକ ପୂଜା ସ୍ଥଳୀ ଏବଂ ଲୋକଙ୍କୁ ଏଠାରେ ଆସି ନିଜର ବ୍ୟକ୍ତିଗତ ରାଜନୈତିକ ବିଚାରକୁ ଦୂର ରେ ରଖିବା ଆବଶ୍ୟକ '। ଖଲିସ୍ଥାନୀ ସମର୍ଥକଙ୍କ ବିରୋଧର ଆଶଙ୍କା ସତ୍ତ୍ବେ ସାନ୍ଧୁଙ୍କୁ ହିସ୍କଭିଲେ ଗୁରୁଦ୍ବାରରେ ଖୁବ ଜୋରସୋରରେ ସ୍ବାଗତ କରାଯାଇ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.