ତୁର୍କୀରୁ ଭାରତ ଆସୁଥିବା ଜାହାଜ ଲୋହିତ ସାଗରରେ ଅପହୃତ ! ଥିଲେ ବିଭିନ୍ନ ଦେଶର 25ରୁ ଅଧିକ ନାଗରିକ
ତୁର୍କୀରୁ ଭାରତ ଆସୁଥିବା ଜାହାଜ ଲୋହିତ ସାଗରରେ ଅପହୃତ ! ଥିଲେ ବିଭିନ୍ନ ଦେଶର 25ରୁ ଅଧିକ ନାଗରିକ
ତୁର୍କୀରୁ ଭାରତ ଆସୁଥିବା କାର୍ଗୋ ଜାହାଜକୁ ଉତ୍ତର ଲୋହିତ ସାଗରରେ ହାଉଥି ସଂଗଠନ ଅପହରଣ କରିନେଇଥିବା ଇସ୍ରାଏଲର ଦାବି । ଅଧିକ ପଢନ୍ତୁ
ହାଇଦ୍ରାବାଦ: ତୁର୍କୀରୁ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ (କାର୍ଗୋ ସିପ୍)କୁ ଲୋହିତ ସାଗରରେ ଅପହରଣ କରାଯାଇଥିବା ସୂଚନା ମିଳିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୟେମାନର ବିଦ୍ରୋହୀ ଗୋଷ୍ଠୀ ‘ହାଉଥି’ ସଂଗଠନ ଏହି ଅପହରଣ କରିଛି । ଏଥିରେ ବିଭିନ୍ନ ଦେଶରୁ ପ୍ରାୟ 25 ଜଣ ନାଗରିକ ଥିଲେ । ଏହାକୁ ଅପହରଣ କରିଥିବା ନେଇ ନିଜେ ‘ହାଉଥି’ ସଂଗଠନ ପକ୍ଷରୁ ଦାବି କରାଯାଇଛି । ସେମାନେ ଏକ ଇସ୍ରାଏଲୀ ଜାହାଜକୁ ଜବତ କରିଥିବା ହାଉଥି ଦାବି କରୁଥିବା ବେଳେ ଏହାକୁ ଇସ୍ରାଏଲ ଖଣ୍ଡନ କରିଛି । ହାଉଥି ସଂଗଠନ ଅପହରଣ କରିଥିବା ଜାହାଜ ଇସ୍ରାଏଲର ନୁହେଁ ବରଂ ଏହା ତୁର୍କୀରୁ ଭାରତ ଅଭିମୁଖେ ଆସୁଥିବା ବେଳେ ଅପହରଣର ଶିକାର ହୋଇଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ଦାବି କରାଯାଇଛି ।
-
Onboard the vessel are 25 crew members of various nationalities including Ukrainian, Bulgarian, Filipino and Mexican.
— Prime Minister of Israel (@IsraeliPM) November 19, 2023
No Israelis are onboard.
ତେବେ ଏନେଇ ଇସ୍ରାଏଲ ସେନା ଓ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଟ୍ବିଟ କରି ଏପରି ସୂଚନା ଦେଇଛି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଜାହାଜରେ ଏକାଧିକ ଦେଶର 25 ଜଣ ନାଗରିକ ଥିବା ବେଳେ ସେମାନଙ୍କ ମଧ୍ୟରେ କେହି ଇସ୍ରଏଲୀ ନାଗରିକ ନଥିବା ମଧ୍ୟ ଇସ୍ରାଏଲ କହିଛି । ଇସ୍ରାଏଲ ସେନା ଏହି ଅପହରଣକୁ ନିନ୍ଦା କରିବା ସହ କହିଛି, ଏହା ପଛରେ ଇରାନରେ ହାତ ରହିଛି । ଇରାନର ସହଯୋଗରେ ୟେମେନର ବିଦ୍ରୋହୀ ସଂଗଠନ ହାଉଥି ଏହି ଅନ୍ତର୍ଜାତୀୟ କାର୍ଗୋ ସିପକୁ ଉତ୍ତର-ଲୋହିତ ସାଗର ଅଞ୍ଚଳରେ ଅପହରଣ କରି ନେଇଛି । ଇସ୍ରାଏଲ ଆହୁରି ମଧ୍ୟ କହିଛି ଏହି ଜାହାଜର ମାଲିକାନ ସହ ଇସ୍ରାଏଲର କୌଣସି ସମ୍ପର୍କ ନାହିଁ । ଏହା ଏକ ବ୍ରିଟିଶ କମ୍ପାନୀ ମାଲିକାନାରେ ରହିଛି ଓ ଏହାକୁ ଜାପାନର ଏକ କମ୍ପାନୀ ସଞ୍ଚାଳିତ କରୁଛି ।
-
The hijacking of a cargo ship by the Houthis near Yemen in the southern Red Sea is a very grave incident of global consequence.
— Israel Defense Forces (@IDF) November 19, 2023
The ship departed Turkey on its way to India, staffed by civilians of various nationalities, not including Israelis. It is not an Israeli ship.
ତେବେ ଏହି ଜାହାଜଟି ଭାରତର କେଉଁ ବନ୍ଦର ଅଭିମୁଖେ ଆସୁଥିଲା ସେ ନେଇ କୌଣସି ସୂଚନା ମିଳିନି । ଭାରତ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି । ଅନ୍ୟପଟେ ଇସ୍ରାଏଲର ଅଭିଯୋଗ ଅନୁସାରେ, ଏହି ଜାହାଜଟି ତୁର୍କୀରୁ ବାହାରିଥିବା କୁହାଯାଉଥିଲେ ସୁଦ୍ଧା, ତୁର୍କୀ ଏନେଇ କିଛି ସ୍ପଷ୍ଟ କରିନି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଟ୍ବିଟ ଅନୁସାରେ, ଏହି ଅନ୍ତର୍ଜାତୀୟ କାର୍ଗୋ ଜାହାଜରେ ଫିଲିଫିନ୍ସ, ମେକ୍ସିକୋ ବୁଲଗେରିଆ ଓ ୟୁକ୍ରେନର ନାଗରିକ ରହିଛନ୍ତି । ସେମାନଙ୍କ ସଂଖ୍ୟା ପ୍ରାୟ 25 ରୁ ଅଧିକ ହେବା ନେଇ ଅନୁମାନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
