ETV Bharat / international

ବାଲୋଚିସ୍ତାନରେ 8 ସନ୍ଦିଗ୍ଧ ଟିଟିପି-ଆଇଏସ ଆତଙ୍କୀ ନିପାତ

author img

By ETV Bharat Odisha Team

Published : Sep 4, 2023, 9:00 AM IST

ଗତ ନଭେମ୍ବରରୁ ଟିଟିପି ଉପରେ ପ୍ରତିବନ୍ଧକ ଲଗାଯିବା ପରେ ପାକିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ବିଶେଷ କରି ବାଲୋଚିସ୍ତାନ ଓ ଖାଇବର ପଖତୁନଖୱାରେ ଆତଙ୍କୀ କାର୍ଯ୍ୟକଳାପ ବଢିଛି । ବାଲୋଚିସ୍ତାନରେ ଦୁଇଟି ଆତଙ୍କୀ ଦମନ ଅପରେସନରେ 8 ସନ୍ଦିଗ୍ଧ ଟିଟିପି ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

IS terrorists killed in Balochistan
suspected members of TTP killed in Balochistan

ଇସଲାମବାଦ: ପାକିସ୍ତାନର ବାଲୋଚିସ୍ତାନରେ ଦୁଇଟି ଆତଙ୍କୀ ଦମନ ଅପରେସନରେ 8 ସନ୍ଦିଗ୍ଧ ଟିଟିପି ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି । ବାଲୋଚିସ୍ତାନର କ୍ବେଟା ଓ ୱାଖୁକ ଜିଲ୍ଲାରେ ଦୁଇଟି ଅପରେସନ 8 ଆତଙ୍କୀ ନିପାତ ହୋଇଛନ୍ତି । ପ୍ରତିବନ୍ଧିତ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଓ ଆଇଏସର ସନ୍ଦିଗ୍ଧ 8 ଆତଙ୍କୀ ନିପାତ ହୋଇଥିବା ଜଣାପଡିଛି । ଅପରେସନ ସମୟରେ ସିଟିଡି ଅଧିକାରୀ ଆତଙ୍କୀ ଗଡରୁ ଜଣେ ଅପହରଣ ହୋଇଥିବା ବ୍ୟକ୍ତିଙ୍କ ଉଦ୍ଧାର କରିଛନ୍ତି । ଗୋଟିଏ ମାସ ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିଲା । ଆଇରନ ଚେନରେ ବ୍ୟକ୍ତି ଜଣଙ୍କୁ ବାନ୍ଧି ଗୋଟିଏ ଅନ୍ଧାର ଘରେ ବନ୍ଦୀ କରି ରଖାଯାଇଥିଲା ।

ଘଟଣାସ୍ଥଳରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସେଥିରେ ବନ୍ଧୁକ, ହ୍ୟାଣ୍ଡ ଗ୍ରେନେଡ, 9ମମ ପିସ୍ତଲ, ବିସ୍ଫୋରକ ସାମଗ୍ରୀ ରହିଛି । ଘଟଣାକୁ ନେଇ ମାମଲା ରୁଜ୍ଜୁ ହେବା ସହିତ ତଦନ୍ତ ଜାରି ରହିଥିବା ସିଟିଡି ମୁଖପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି । ଗତ ନଭେମ୍ବରରୁ ଟିଟିପି ଉପରେ ପ୍ରତିବନ୍ଧକ ଲଗାଯିବା ପରେ ପାକିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ବିଶେଷ କରି ବାଲୋଚିସ୍ତାନ ଓ ଖାଇବର ପଖତୁନଖୱାରେ ଆତଙ୍କୀ କାର୍ଯ୍ୟକଳାପ ବଢିଛି । ପିଆଇସିଏସଏସ (Pakistan Institute for Conflict and Security Studies) ଦ୍ବାରା ପ୍ରକାଶିତ ରିପୋର୍ଟରୁ ଜଣାପଡିଛି କେବେଳ ଅଗଷ୍ଟ ମାସରେ 83 ପ୍ରତିଶତ ଆତଙ୍କୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି ।

ଅଗଷ୍ଟ ମାସରେ ପାକିସ୍ତାନରେ ଆତଙ୍କୀ ଆକ୍ରମଣ ବଢିଛି । ଏପର୍ଯ୍ୟନ୍ତ 99ଟି ଆତଙ୍କୀ ଆକ୍ରମଣ ମାମଲା ସାମ୍ନାକୁ ଆସିଛି । ତଥ୍ୟ ଅନୁସାରେ 2014 ନଭେମ୍ବର ପରଠୁ ଗୋଟିଏ ମାସରେ ଏହା ସର୍ବାଧିକ ରେକର୍ଡ । ଜୁଲାଇ ତୁଳନାରେ ଅଗଷ୍ଟ ମାସରେ 83 ପ୍ରତିଶତ ମାମଲା ବଢିିଛି । ଅଗଷ୍ଟରେ 54ଟି ଆତଙ୍କୀ ଆକ୍ରମଣ ହୋଇଛି ।

ଏହା ବି ପଢନ୍ତୁ...ପାକିସ୍ତାନରେ ପୁଲଓ୍ୱାମା ଷ୍ଟାଇଲ୍ ଆତ୍ମଘାତୀ ବିସ୍ଫୋରଣ: 9 ପୋଲିସ ମୃତ, 11 ଆହତ

ପିଆଇସିଏସଏସ (Pakistan Institute for Conflict and Security Studies) ରିପୋର୍ଟ ଅନୁସାରେ ମୋଟ 4ଟି ଆତ୍ମଘାତୀ ଆକ୍ରମଣରେ ଖାଇବର ପାଖତୁନଖୱାରେ 3ଟି ଆଦିବାସୀ ଜିଲ୍ଲା ଗୋଟିଏ ମଧ୍ୟ ଜନବସତି ଅଞ୍ଚଳରେ ଘଟିଥିଲା । ପାକିସ୍ତାନରେ ସାଧାରଣ ନାଗରିକ ଓ ଅଫିସରଙ୍କ ଉପରେ ଆଟାକ ହୋଇଥିବା ଖବର ମିଳିଛି । ଜୁଲାଇ ମାସରେ 5ଟି ଆତ୍ମଘାତୀ ଆକ୍ରମଣ ହୋଇଛି ଯାହା ଏହି ବର୍ଷରେ ସର୍ବାଧିକ । 2023ର ପ୍ରଥମ 8ମାସରେ ଦେଶରେ ମୋଟ 22ଟି ଆତ୍ମଘାତୀ ଆକ୍ରମଣ ହୋଇଛି ଯେଉଁଥିଲେ 227 ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 497ଜଣ ଆହତ ହୋଇଛନ୍ତି ।

ପିଆଇସିଏସଏସ ତଥ୍ୟରୁ ଆହୁରି ଜଣାପଡିଛି ଯେ, ଆତଙ୍କୀଙ୍କୁ ସୁରକ୍ଷାବାହିନୀ କଡା ଜବାବ ଦେଇଛି । ଅନେକ ଆକ୍ରମଣକୁ ବିଫଳ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା ବାହିନୀ । ଅତିକମରେ 24ଜଣ ଆତଙ୍କୀଙ୍କ ନିପାତ ହୋଇଛନ୍ତି । ଏକାଧିକ ଅପରେସନରେ 69 ଜଣଙ୍କୁ ଗିରଫ କରାଯାଇଛି । ଅଗଷ୍ଟରେ ଆତଙ୍କୀବାଦ କାର୍ଯ୍ୟକଳାପ ଦ୍ବାରା ବାଲୋଚିସ୍ତାନ ଅଧିକ ପ୍ରଭାବିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.