ETV Bharat / international

ଗୋପନ ଦସ୍ତାବିଜ ରଖିବା ମାମଲାର ଡୋନାଲ୍ଡ ଟ୍ରମ୍ପ ଗିରଫ, ମିଳିଲା ଜାମିନ

author img

By

Published : Jun 14, 2023, 8:47 AM IST

ଜାତୀୟ ସୁରକ୍ଷା ସମ୍ପର୍କିତ ଗୋପନ ତଥ୍ୟ ଲୁଚାଇବା ମାମଲାରେ ଟ୍ରମ୍ପ ଗିରଫ । ନିଜକୁ ନିର୍ଦ୍ଦୋଷ କହିଲେ ପୂର୍ବତନ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ଗୋପନ ଦସ୍ତାବିଜ ରଖିବା ମାମଲାର ଡୋନାଲ୍ଡ ଟ୍ରମ୍ପ ଗିରଫ
ଗୋପନ ଦସ୍ତାବିଜ ରଖିବା ମାମଲାର ଡୋନାଲ୍ଡ ଟ୍ରମ୍ପ ଗିରଫ

ୱାଶିଂଟନ: ଜାତୀୟ ସୁରକ୍ଷା ସମ୍ପର୍କିତ ଗୋପନ ତଥ୍ୟ ଲୁଚାଇବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି । ମଙ୍ଗଳବାର ଫ୍ଲୋରିଡାର ମିଆଁମି ଫେଡେରାଲ କୋର୍ଟରେ ହାଜର ହେବାକୁ ଆସିଥିବା ବେଳେ ଟ୍ରମ୍ପଙ୍କୁ ଗିରଫ କରାଯାଇଛି । ତେବେ ଗିରଫଦାରୀର କିଛି ସମୟ ମଧ୍ୟରେ ହିଁ ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ମଧ୍ୟ ମିଳିଛି । ଦେଶର ସୁରକ୍ଷା ସମ୍ବଳିତ ଗୋପନ ଦସ୍ତାବିଜକୁ ନିଜ ପାଖରେ ରଖି ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପଦରେ ପକାଇବା ଭଳି ସଙ୍ଗୀନ ଅଭିଯୋଗ ଟ୍ରମ୍ପଙ୍କ ବିରୋଧରେ ରହିଛି । ଏହି ଅଭିଯୋଗ ସତ ପ୍ରମାଣିତ ହେବେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଅତିକମରେ ୧୦ ବର୍ଷ ଜେଲଦଣ୍ଡ ହୋଇପାରେ ।

ଅଭିଯୋଗ ଅନୁସାରେ, ୨୦୨୧ ମସିହା ଜାନୁୟାରୀରେ ଟ୍ରମ୍ପ ହ୍ବାଇଟ୍ ହାଉସ ଛାଡିବା ସମୟରେ ଜାତୀୟ ସୁରକ୍ଷା ସମ୍ବଳିତ ଅନେକ ଗୋପନ ଦସ୍ତାବିଜ ତାଙ୍କ ଫ୍ଲୋରିଡା ସ୍ଥିତ ଘରକୁ ନେଇ ଯାଇଥିଲେ । ପରମାଣୁ, ଅସ୍ତ୍ରଶସ୍ତ୍ର ଫାଇଲ, ଆମେରିକାର ବିଦେଶ ନୀତି, ପେଣ୍ଟାଗନ ସହ ସମ୍ବଳିତ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ନିଜ ପାଖରେ ରଖିଥିଲେ । ଜାତୀୟ ସୁରକ୍ଷା ସମ୍ପର୍କିତ ଫାଇଲକୁ ଜାଣିଶୁଣି ନିଜ ପାଖରେ ଲୁଚାଇ ରଖିବା, ମିଥ୍ୟା ବୟାନ ଦେବା ଅଭିଯୋଗରେ ଟ୍ରମ୍ପ ଓ ତାଙ୍କର ପୂର୍ବତନ ସହଯୋଗୀ ୱାଲ୍ଟ ନୌଟାଙ୍କ ନାଁରେ ମାମଲ ରୁଜୁ ହୋଇଥିଲା । ମଙ୍ଗଳବାର କୋର୍ଟରେ ଉକ୍ତ ମାମଲାର ଶୁଣାଣି ଥିବାବେଳେ ଟ୍ରମ୍ପ ହାଜର ହୋଇଥିଲେ । ଏହି ସମୟରେ ତାଙ୍କୁ ଗିରଫ କରାଯିବା ପରେ ସଙ୍ଗେ ସଙ୍ଗେ ଜାମିନ ମିଳିଥିଲା । ତେବେ ଏହି ଘଟଣା ଆମେରିକା ଇତିହାସର ବିରଳ ।

ଏହାମଧ୍ୟ ପଢନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମ୍ବ ପଠାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ଡୋନାଲ୍ଡ ଟ୍ରମ୍ପ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ । ତେବେ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିବା ଏହାକୁ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି । ମୁଁ ନିର୍ଦ୍ଦୋଷ, ମୋତେ ଜାଣି ଶୁଣି ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ । ତେବେ ପୂର୍ବରୁ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲ ମାମଲାରେ ଟ୍ରମ୍ପ ଗିରଫ ହୋଇଥିବା ବେଳେ ଏବେ ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ଲୁଚାଇବା ମାମଲାରେ ପୁଣିଥରେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି । ଯାହା ଫଳରେ ଆମେରିକାର ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରତିଦ୍ବନ୍ଦିତା କରିବା ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.