ETV Bharat / international

Cyclone Mocha: ମିଆଁମାରରେ ମୋକା ତାଣ୍ଡବ, 3 ମୃତ ଜଳବନ୍ଦୀ ଅନେକ ସହର

author img

By

Published : May 15, 2023, 7:32 AM IST

ମିଆଁମାରରେ ସାମୁଦ୍ରିକ ବାତ୍ୟା ମୋକାର ତାଣ୍ଡବ । ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଥିବା ବେଳେ 3 ମୃତ । ଅଧିକ ପଢନ୍ତୁ

Cyclone Mocha floods Myanmar port city
Cyclone Mocha floods Myanmar port city

ଢାକା: ସାମୁଦ୍ରିକ ବାତ୍ୟା ମୋକା ବାଂଲାଦେଶ ଏବଂ ଉତ୍ତର ମିଆଁମାରରେ ଲ୍ୟାଣ୍ଡଫଲ କରିବା ପରେ ତାଣ୍ଡବ ରଚିଛି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ଏହି ଦୁଇ ଦେଶ ଗଭୀର ଭାବେ ପ୍ରଭାବିତ ହୋଇଛି । ମିଆଁମାରରେ ଭୁସ୍ଖଳ ହେବାରୁ 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଛ ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି । ବାତ୍ୟା ମୋକାର ଲ୍ୟାଣ୍ଡଫଲ ପରେ ମିଆଁମାର ପୋର୍ଟ ସହର ସିଟଓ୍ବେରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବହୁ ସ୍ଥାନ ଜଳବନ୍ଦୀ ହୋଇ ରହିଥିବା ବେଳେ ପବନ ଯୋଗୁଁ ବହୁ ଘର କ୍ଷତିଗ୍ରସ୍ତ ହୋଇଛି । ମୋବାଇଲ ଟାଓ୍ବାର ଖୁଣ୍ଟି ଭାଙ୍ଗିଯାଇଥିବାରୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି ।

ଏହା ମଧ୍ୟ ପଢନ୍ତୁ-Cyclone Mocha: ମୋକାର ଲ୍ୟାଣ୍ଡଫଲ୍‌ ଜାରି, ମିଆଁମାର-ବାଂଲାଦେଶରେ ଛେଚୁଛି ବର୍ଷା ଭାସୁଛି ଯାନ

ବାତ୍ୟାର ପ୍ରଭାବରେ ମିଆଁମାରର ସିଟୱେ, କାୟୁକପିୟୁ ଏବଂ ଗୱା ଟାଉନସିପ୍‌ରେ ଘର, ବିଦ୍ୟୁତ ଟ୍ରାନ୍ସଫର୍ମର, ମୋବାଇଲ୍ ଟାୱାର ସେବା ବନ୍ଦ ରହିଛି । ସେହିପରି କୋକୋ ଦ୍ୱୀପପୁଞ୍ଜରେ ଥିବା ଏକ ବଡ ସ୍ପୋର୍ଡ୍ସ ବିଲ୍ଡିଂର ଛାତ ଭୁଶୁଡି ପଡିଛି । ବାତ୍ୟାରେ ପ୍ରାଣ ହରାଇଥିବା ଦୁଇ ମୃତକ ହେଉଛନ୍ତି ଦମ୍ପତି । ଭୂସ୍ଖଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଟାଚିଲେଇକ ଟାଉନସିପରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଦେଶର ପୂର୍ବ ଶାନ ରାଜ୍ୟର ଏକ ଉଦ୍ଧାରକାରୀ ଟିମ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ-Cyclone Mocha: ମୋକାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ୨୦୦ ବେଗରେ ବହୁଛି ପବନ

ସିଟଓ୍ବେରେ ପ୍ରାୟ 3 ଲକ୍ଷ ଲୋକଙ୍କ ମଧ୍ୟରୁ 4 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ସହରରେ ଉଚ୍ଚସ୍ଥାନରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ବର୍ତ୍ତମାନ 20 ହଜାରରୁ ଊର୍ଦ୍ଧ୍ବ ଲୋକ ଆଶ୍ରୟ ନେଉଛନ୍ତି । ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ମିଆଁମାରରେ ତାଣ୍ଡବ ରଚାଇବାରେ ପରେ ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ମୋକା । ଅନ୍ୟପଟେ ବାଂଲାଦେଶରେ ବାତ୍ୟା ମୋକା ବହୁ ଅଞ୍ଚଳରେ କ୍ଷତି ଘଟାଇଛି । କୋକ୍ସା ବଜାର ଏବଂ ଚଟ୍ଟୋଗ୍ରାମରେ ଅଧିକ କ୍ଷତିଗ୍ରସ୍ତ ହୋଇଛି । ସେଣ୍ଟ ମାର୍ଟିନ ଦ୍ବୀପ ମଧ୍ୟ ସମ୍ପୂର୍ଣ୍ଣ ଜଳମଗ୍ନ ରହିଛି । ଅନେକ ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଆସିବା ପୂର୍ବରୁ ଏଠାରେ 3 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ରବିବାର ଅପରାହ୍ନରେ ବାଂଲାଦେଶ ଏବଂ ଉତ୍ତର ମିଆଁମାର ସ୍ଥଳ ଭାଗରେ ପ୍ରବେଶ କରିଥିଲା ବାତ୍ୟା ମୋକା । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ 195 କିମି ରହିଥିବା ବେଳେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.