ETV Bharat / bharat

Cyclone Mocha: ମୋକାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ୨୦୦ ବେଗରେ ବହୁଛି ପବନ

author img

By

Published : May 14, 2023, 9:01 AM IST

Updated : May 14, 2023, 2:30 PM IST

ବାଂଲାଦେଶ ଓ ମିଆଁମାର ମଧ୍ୟରେ ବାତ୍ୟା ମୋକାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

Cyclone Mocha
Cyclone Mocha

ନୂଆଦିଲ୍ଲୀ: ଅତି ଭୀଷଣ ରୂପ ଧାରଣ କରିଥିବା ବାତ୍ୟା ମୋକାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି (ରବିବାର) ମଧ୍ୟାହ୍ନ ସମୟରେ ବାତ୍ୟା ବାଂଲାଦେଶ ଓ ମିଆଁମାର ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଥିବା ବେଳେ ଏହାର ପ୍ରଭାବରେ ଘଣ୍ଟାପ୍ରତି ୧୯୦ରୁ ୨୦୦ ବେଗରେ ପବନ ବହିବାରେ ଲାଗିଛି । ଏହି ଭୀଷଣ ବାତ୍ୟା ଦୁଇ ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇବ । ଏହାର ପ୍ରଭାବରେ ବାଂଲାଦେଶ ଓ ମିଆଁମାରର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ହୋଇପାରେ ବୋଲି ବିଶ୍ବ ପାଣିପାଗ ସଂଗଠନ ପୂର୍ବାନୁମାନ କରିଛି । ତେବେ ମୋକାର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ଭୟଙ୍କର ସାମୁଦ୍ରିକ ଝଡ ମୋକାର ମଧ୍ୟାହ୍ନରେ ବାଂଲାଦେଶର କୋକ୍ସ ବାଜାର ଓ ମିଆଁମାରର କ୍ୟାଉକପିୟୁ ମଧ୍ୟରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ବାଂଲାଦେଶ ଓ ମିଆଁମାରରେ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମେତ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ବାଲାଂଦେଶ ସରକାର କୋକ୍ସସ ବାଜାର ଅଞ୍ଚଳରୁ ୧,୯୦,୦୦୦ ଏବଂ ଚିତ୍ତଗୋଙ୍ଗରୁ ପାଖାପାଖି ୧,୦୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଛନ୍ତି । ବାତ୍ୟା ବାଂଲାଦେଶ ଓ ମିଆଁମାର ଆଡକୁ ଅଗ୍ରସର ହେଉଥିବା ବେଳେ ଏହାର ପ୍ରଭାବରେ ଉତ୍ତରପୂର୍ବ ରାଜ୍ୟ, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ, ମଣିପୁର ଓ ଆସାମରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରଯାଇଛି ।

ଏହାମଧ୍ୟ ପଢନ୍ତୁ: କେରଳ ଉପକୂଳରୁ 12 ହଜାର କୋଟିର ଡ୍ରଗ୍ସ ଜବତ, ପାକିସ୍ତାନୀ ନାଗରିକ ଗିରଫ

ଏପଟେ ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ମୁଣ୍ଡଫଟା ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ୧୦ଟା ପରେ ଘରୁ ବାଦ କାଢିବା ମୁସ୍କିଲ ହୋଇଯାଉଛି । ମଧ୍ୟାହ୍ନ ବେଳକୁ ତାତି ୪୦ ଡିଗ୍ରୀ ଛୁଇଁବା ବେଳେ ରାସ୍ତାଘାଟ ସବୁ ଶୂନଶାନ ହୋଇଯାଉଛି । ପଙ୍ଖା ଘୁରୁବା ସତ୍ତ୍ବେ ମଧ୍ୟ ଲୋକେ ଗୁଳୁଗୁଳିରେ ଘରେ ଶାନ୍ତିରେ ରହିପାରୁ ନାହାନ୍ତି । ଅସହ୍ୟ ଗରମ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି ।

ଏହାମଧ୍ୟ ପଢନ୍ତୁ: ଦେଶର ସବୁ ବନ୍ଦରକୁ ପଛରେ ପକାଇ ପାରାଦ୍ବୀପ ବନ୍ଦର ହାତେଇଲା ସାଗର ଶ୍ରେଷ୍ଠ ସମ୍ମାନ

Last Updated : May 14, 2023, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.