ETV Bharat / international

ମିଆଁମାରରେ ମୋକା ତାଣ୍ଡବ, ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି

author img

By

Published : May 17, 2023, 9:10 AM IST

ମିଆଁମାରରେ ମୋକା ତାଣ୍ଡବ । ଲ୍ୟାଣ୍ଡଫଲ ବେଳେ ତାଣ୍ଡବ ରଚିଛି ବାତ୍ୟା । ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Cyclone Mocha death toll
Cyclone Mocha death toll

ଢାକା: ମିଆଁମାର ଉପକୂଳରେ ଲ୍ୟାଣ୍ଡଫଲ କରିଛି ସାମୁଦ୍ରିକ ବାତ୍ୟା ମୋକା । ଏହାପରେ ବାତ୍ୟା ଦୁର୍ବଳ ହୋଇଯାଇଥିବା ବେଳେ ବହୁ କ୍ଷୟକ୍ଷତି ଘଟାଇଛି । ଦିନକୁ ଦିନ ଦୁର୍ଦ୍ଦଶା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ପ୍ରଶାସନର ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ମୋକା ପ୍ରଭାବରେ ୮୧ଜଣଙ୍କ ଜୀବନ ଯାଇଛି ।

ଏହା ମଧ୍ୟ ପଢନ୍ତୁ: Cyclone Mocha: ମିଆଁମାରରେ ମୋକା ତାଣ୍ଡବ, 3 ମୃତ ଜଳବନ୍ଦୀ ଅନେକ ସହର

ଏକ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ରଖିନେ ରାଜ୍ୟର ବୁମା ଏବଂ ଖୁଙ୍ଗ ଡୋକେ କର ଗ୍ରାମରେ ରୋହିଙ୍ଗ୍ୟା ମୁସଲିମ ସଂପ୍ରଦାୟ ବାସ କରୁଥିଲେ । ତେବେ ବାତ୍ୟା ମୋକାର ତାଣ୍ଡବ ଲୀଳାରେ ସେଠାରେ ଅତିକମରେ ୪୬ଜଣଙ୍କ ପ୍ରାଣ ଯାଇଥିବା ଜଣାପଡିଛି । ରଖିନର ରାଜଧାନୀ ସୀତ୍ୱେର ଉତ୍ତରରେ ଥିବା ରାଥେଡାଙ୍ଗ ଟାଉନସିପ୍ ଅନ୍ତର୍ଗତ ଏକ ଗ୍ରାମରେ ରହିଥିବା ବହୁ ପୁରାତନ ଧାର୍ମିକ ପୀଠ ଭୁଶୁଡି ପଡିବାରୁ ପାଖାପାଖି ୧୩ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ନିକଟସ୍ଥ ଗ୍ରାମର ଏକ ଘର ଭୁଶୁଡିବାରୁ ଜଣେ ମହିଳାଙ୍କ ଜୀବନ ଯାଇଥିବା ନେଇ ମିଆଁମାର ଏକ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାତ୍ୟା ମୋକାର ତାଣ୍ଡବରେ ୧୦୦ଜଣ ଲୋକ ନିଖୋଜ ରହିଥିବା ବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ବୁମା ଭିଲେଜର ମୁଖ୍ୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Cyclone Mocha: ମୋକାର ଲ୍ୟାଣ୍ଡଫଲ୍‌ ଜାରି, ମିଆଁମାର-ବାଂଲାଦେଶରେ ଛେଚୁଛି ବର୍ଷା ଭାସୁଛି ଯାନ

ବାତ୍ୟା ମୋକାର ଲ୍ୟାଣ୍ଡଫଲ ପରେ ମିଆଁମାର ପୋର୍ଟ ସହର ସିଟଓ୍ବେରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବହୁ ସ୍ଥାନ ଜଳବନ୍ଦୀ ହୋଇ ରହିଥିବା ବେଳେ ପବନ ଯୋଗୁଁ ବହୁ ଘର କ୍ଷତିଗ୍ରସ୍ତ ହୋଇଛି । ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୯୫ କିଲୋମିଟର ରହିଥିବା ବେଳେ ଅନେକ କାଠ ତିଆରି ଡଙ୍ଗା ଭାସି ଯାଇଥିବା ଜଣାପଡିଛି । ତେବେ ରେହିଙ୍ଗା କ୍ୟାମ୍ପରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କ୍ୟାମ୍ପର ମୁଖ୍ୟ ସୂଚନା ଦେଇଛନ୍ତି । ବ୍ରିଜ୍‌ ଭୁଶୁଡି ପଡିବା କାରଣରୁ ଲୋକେ କ୍ୟାମ୍ପରୁ ବାହାରକୁ ଆସିନପାରି ମୃତ୍ୟୁ ହୋଇଥିବା ନେଇ ସେ କହିଛନ୍ତି ।

ପ୍ରକାଶଥାଉକି, ବାତ୍ୟା ମୋକାର ପ୍ରଭାବ ପୂର୍ବ ଭାରତ ଉପରେ ପଡିଛି । କୋଲକାତା ଏବଂ ଦକ୍ଷିଣ ପଶ୍ଚିମବଙ୍ଗର କିଛି ଜିଲ୍ଲାରେ ୯ଜଣ ଲୋକ ପ୍ରାଣ ହରାଇଛନ୍ତି । ମିଜୋରାମରେ ୨୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ମିଆଁମାରକୁ ଲାଗିଥିବା ସିୟାହା ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.