ମେକ୍ସିକୋ ବାର୍‌ରେ ଗୁଳିକାଣ୍ଡ, ୧୦ ମୃତ

author img

By

Published : Sep 23, 2022, 6:52 AM IST

ମେକ୍ସିକୋ ବାର୍‌ରେ ଗୁଳିକାଣ୍ଡ, ୧୦ ମୃତ

ସେଣ୍ଟ୍ରାଲ ମେକ୍ସିକୋର ଏକ ବାର୍‌ରେ ଗୁଳିକାଣ୍ଡ । ବନ୍ଧୁକଧାରୀଙ୍କ ଅତର୍କିତ ଆକ୍ରମଣରେ ୧୦ ଜଣ ମୃତ । ଅଧିକ ପଢନ୍ତୁ

ମେକ୍ସିକୋ ସିଟି: ମେକ୍ସିକୋରେ ଫୁଟିଲା ଗୁଳି(Mexico Shooting ) । ବୁଧବାର ବିଳମ୍ବିତ ରାତିରେ ସେଣ୍ଟ୍ରାଲ ମେକ୍ସିକୋ ଅନ୍ତର୍ଗତ ଗୁଆନାଜୁଆଟୋ(Guanajuato)ର ଏକ ବାର୍‌ରେ ଗୁଳିକାଣ୍ଡ ଘଟିଛି । ଏଥିରେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ପୁରୁଷ ଅଟନ୍ତି । ତେବେ ଏହି ଘଟଣାରେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ପାରିନାହିଁ । ଗୁଳିକାଣ୍ଡ ଭିଆଇଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ସର୍ଚ୍ଚ ଅପରେସନ ଚଳାଇଛି । ଗୁରୁବାର ମେକ୍ସିକୋ ସରକାରୀ ଅଧିକାରୀଙ୍କ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, କିଛି ବନ୍ଧୁକଧାରୀ ହଠାତ୍ ବାର୍ ମଧ୍ୟକୁ ପଶି ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ(gunmen open fire at bar in central Mexico) । ଫଳରେ ଲୋକେ ଭୟରେ ଏଣେତେଣେ ଦୌଡିବାକୁ ଆରମ୍ଭ କରିଥିଲେ । ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡରେ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା । ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଥିଲେ । ଏହି ଗୁଳିକାଣ୍ଡରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ ଡ୍ରଗ୍ ଗ୍ୟାଙ୍ଗମାନଙ୍କ ମଧ୍ୟରେ ବିବାଦକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା କୁହାଯାଉଛି । ଚଳିତ ସପ୍ତାହ ମଧ୍ୟରେ ଗୁଆନାଜୁଆଟୋରେ ରାଜ୍ୟରେ ଏପରି ଅନେକ ହତ୍ୟାକାଣ୍ଡ ଘଟିଛି ।

ଏହାଧ୍ୟ ପଢନ୍ତୁ: ଉଡାଣ ଭରିବା ବେଳେ ବିମାନରେ ଲାଗିଲା ନିଆଁ: ଖଣ୍ଡ ଖଣ୍ଡ ଖସିଲା ଭଗ୍ନାବଶେଷ, ସୁରକ୍ଷିତ ଭାବେ ଯାତ୍ରୀ ଉଦ୍ଧାର

ଗତ ମେ' ମାସରେ ମଧ୍ୟ ମେକ୍ସିକୋରେ ଏହିଭଳି ସମାନ ଗୁଳିକାଣ୍ଡ ଘଟିଥିଲା । ମେକ୍ସିକୋରେ କେନ୍ଦ୍ରୀୟ ସହର ସେଲାୟା(Celaya)ରେ ଥିବା ଏକ ହୋଟେଲ ଓ ଦୁଇଟି ବାର ଉପରେ ବନ୍ଧୁକଧାରୀ ଅତର୍କିତ ଆକ୍ରମଣ କରି ୧୦ ଜଣଙ୍କୁ ହତ୍ୟା କରିଥିଲେ । ଗତ ମାର୍ଚ୍ଚରେ ଏକ କ୍ଲବରେ ଗୁଳିକାଣ୍ଡ ଯୋଗୁଁ ୧୯ ଜଣଙ୍କ ଜୀବନ ଯାଇଥିଲା । ତେବେ ବିଶେଷକରି ଦୁର୍ବୃତ୍ତମାନେ ବାର୍‌ ଗୁଡିକୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳୁଛି । ନିଶା କାରବାରକୁ କେନ୍ଦ୍ରକରି ଅଧିକାଂଶ ଆକ୍ରମଣ ହେଉଥିବାରୁ ୨୦୦୬ରେ ମେକ୍ସିକୋ ସରକାରଙ୍କ ପକ୍ଷରୁ ଡ୍ରଗ ବିରୋଧି ଅଭିଯାନ ଆରମ୍ଭ କରାଯାଇଥିଲା । ଏବେସୁଦ୍ଧା ଏଠାରେ ୩,୪୦,୦୦୦ ଜଣଙ୍କ ହତ୍ୟା କରାଯାଇଥିବା ରିପୋର୍ଟରୁ ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.