ETV Bharat / international

Russia-Ukraine War: ୟୁକ୍ରେନ ସେନା ବାଣ୍ଟିଲା ୧୮ହଜାର ବନ୍ଧୁକ, ଦେଶ ଛାଡିପାରିବେନି ପୁୁରୁଷ

author img

By

Published : Feb 25, 2022, 9:31 PM IST

ୟୁକ୍ରେନ ବିରୁଦ୍ଧରେ ଋଷର ରୂପ ଆହୁରି ଉଗ୍ର ହେବାରେ ଲାଗିଛି। ଏହାରି ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍‌ ପଶିଛି ଋଷ ସେନା । ଅଧିକ ପଢ଼ନ୍ତୁ

Russia-Ukraine Conflict: ୟୁକ୍ରେନ ସେନାକୁ ମିଳିଲା ୧୮ ହଜାର ହଥିଆର, ଦେଶ ଛାଡ଼ିପାରିବେନି ପୁୁରୁଷ
Russia-Ukraine Conflict: ୟୁକ୍ରେନ ସେନାକୁ ମିଳିଲା ୧୮ ହଜାର ହଥିଆର, ଦେଶ ଛାଡ଼ିପାରିବେନି ପୁୁରୁଷ

ନୂଆଦିଲ୍ଲୀ: ୟୁକ୍ରେନ ବିରୁଦ୍ଧରେ ଋଷର ରୂପ ଆହୁରି ଉଗ୍ର ହେବାରେ ଲାଗିଛି। ଏହାରି ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍‌ ପଶିଛି ଋଷ ସେନା । ଏଥିପାଇଁ ୟୁକ୍ରେନ ସେନା ସାଧାରଣ ନାଗରିକଙ୍କୁ ଗୋଳା ବାରୁଦ ସହ ୧୮ ହଜାର ବନ୍ଧୁକ ଯୋଗାଇ ଦିଆଯାଇଛି । ଖାଲି ସେତିକି ନୁହେଁ ଦେଶର କୌଣସି ପୁରଷଙ୍କୁ ଦେଶ ଛାଡ଼ି ଯିବା ଉପରେ କଟକଣା ଜାରି କରାଯାଇଛି ।

ସେପଟେ ଏହାକୁ ନେଇ ୟୁକ୍ରେନର ଚିଫ୍‌ ଅଫ୍‌ ଷ୍ଟାଫ୍‌ କହିଛନ୍ତି ଯେ, 'ଖୁବଶୀଘ୍ର ଆମକୁ ଆମ ସହଯୋଗୀ ଦେଶଗୁଡ଼ିକଠାରୁ ଆଧୁନିକ ଅସ୍ତ୍ରଶସ୍ତ୍ର ପ୍ରାପ୍ତ ହେବ । ତାସହ ଅନ୍ୟାନ୍ୟ ସମର୍ଥନ ମିଳିବ ଆମେ ଲଢ଼ିବା ଜାରି ରଖିବୁ । ଗୁରୁବାର ଋଷର ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ସେନା ବାହିନୀକୁ ବିସ୍ତାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଥିପାଇଁ ଦେଶର ୧୮ରୁ ୬୦ ବର୍ଷର ପୁରୁଷଙ୍କୁ ଦେଶ ଛାଡ଼ିବା ଉପରେ ପ୍ରତିବନ୍ଧ ଜାରି କରାଯାଇଛି । ଏହାସହ ୟୁକ୍ରେନ୍ର ସଶସ୍ତ୍ର ବାହିନୀକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶର ସାମରିକ ୟୁନିଟ ସହ ଅନ୍ୟାନ୍ୟ ସେବାରେ ନିୟୋଜିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.