ସ୍ପେସ ପର୍ଯ୍ୟଟନରେ ଇତିହାସ, ୪ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଲା Space X

author img

By

Published : Sep 16, 2021, 4:59 PM IST

ସ୍ପେସ ପର୍ଯ୍ୟଟନରେ ଇତିହାସ, ୪ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଲା  Space X

ବିଜନେସମ୍ୟାନ ଏଲନ ମସ୍କ (Elon Musk)ଙ୍କ କମ୍ପାନୀ Space X ପ୍ରଥମ ଥର ସାଧାରଣ ନାଗରିକଙ୍କୁ ବୁଧବାର ରାତିରେ ମହାକାଶକୁ ପଠାଇଛି । ପ୍ରଥମ ଥର ୪ ଜଣ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଛି ଏହି କମ୍ପାନୀ । ଅଧିକ ପଢନ୍ତୁ...

ୱାଶିଂଟନ: ମହାକାଶ ପର୍ଯ୍ୟଟନରେ ନୂଆ ଇତିହାସ । ବିଜନେସମ୍ୟାନ ଏଲନ ମସ୍କ(Elon Musk)ଙ୍କ କମ୍ପାନୀ Space X ପ୍ରଥମ ଥର ସାଧାରଣ ନାଗରିକଙ୍କୁ ବୁଧବାର ରାତିରେ ମହାକାଶକୁ ପଠାଇଛି । ପ୍ରଥମ ଥର ୪ ଜଣ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଛି ଏହି କମ୍ପାନୀ ।

ଖାସ କଥା ହେଉଛି ଯେ ଏହା ପୃଥିବୀ କକ୍ଷକୁ ଯାଇଥିବା ପ୍ରଥମ ନନ୍‌ ପ୍ରଫେସନାଲ ଆଷ୍ଟ୍ରୋନଟ୍ସ କ୍ରୁ । ମହାକାଶ ଯାତ୍ରା କରିଥିବା ୪ ଜଣ ସାଧାରଣ ନାଗରିକ ଡ୍ରାଗନ କ୍ୟାପସୁଲରୁ ମହାକାଶ ଯାଇଛନ୍ତି । ଏହି ଯାତ୍ରୀମାନେ ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନରୁ ୧୬୦ କିଲୋମିଟର ଉଚ୍ଚ କକ୍ଷରେ ବିଶ୍ବ ପରିକ୍ରମା କରି ମହାକାଶରେ ୩ ଦିନ ବିତାଇବେ । ଏହାପରେ ସ୍ପେସକ୍ରାଫ୍ଟ ପୃଥିବୀର ବାୟୁମଣ୍ଡଳରେ ପୁଣିଥରେ ପ୍ରବେଶ କରିବ ଏବଂ ଫ୍ଲୋରିଡା ଉପକୂଳରେ ପହଁଞ୍ଚିବ ।

୩୮ ବର୍ଷୀୟ ଇସାକମ୍ୟାନଙ୍କ କାନ୍ଧରେ ରହିଛି ଏହି ମିଶନର ଭାର । ଏସାକମ୍ୟାନ ପେମେଣ୍ଟ କମ୍ପାନୀର ପ୍ରତିଷ୍ଠାତା ଓ ସିଇଓ ଅଛନ୍ତି । ସେ ୧୬ ବର୍ଷ ବୟସରେ ଏହି କମ୍ପାନୀ ଆରମ୍ଭ କରିଥିଲେ । ଏହା ସ୍ପେସ ଏକ୍ସ ପ୍ରତିଷ୍ଠାତା ଏଲନ ମସ୍କଙ୍କ ମହାକାଶ ପର୍ଯ୍ୟଟନ ଦୁନିଆରେ ପ୍ରଥମ ଏଣ୍ଟ୍ରି । ଏହା ପୂର୍ବରୁ ବ୍ଲୁ ଓରିଜନ ଓ ଭର୍ଜିନ ସ୍ପେସ ସିପ ମଧ୍ୟ ପ୍ରାଇଭେଟ ସ୍ପେସ ପର୍ଯ୍ୟଟନ ଆରମ୍ଭ କରି ମହାକାଶକୁ ଉଡାଣ ଭରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.