ETV Bharat / international

ଆନୁଷ୍ଠାନିକ ଭାବରେ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନାମାଙ୍କନ ଗ୍ରହଣ କଲେ ଜୋ ବିଡେନ

author img

By

Published : Aug 21, 2020, 1:12 PM IST

ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନାମାଙ୍କନକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି।

ଆନୁଷ୍ଠାନିକ ଭାବରେ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନାମାଙ୍କନ ଗ୍ରହଣ କଲେ ଜୋ ବିଡେନ
ଆନୁଷ୍ଠାନିକ ଭାବରେ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନାମାଙ୍କନ ଗ୍ରହଣ କଲେ ଜୋ ବିଡେନ

ୱାଶିଂଟନ୍: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତିଙ୍କ ନାମାଙ୍କନକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ବିଡେନ କହିଛନ୍ତି ଯେ, ଅତ୍ୟନ୍ତ ସମ୍ମାନ ଓ ନମ୍ରତାର ସହିତ ମୁଁ ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ଏହି ନାମାଙ୍କନପତ୍ର ଗ୍ରହଣ କରୁଛି।

ଗୁରୁବାର ଦିନ ଆମେରିକାବାସୀଙ୍କୁ ସମ୍ବୋଧନ କରି ବିଡେନ କହିଛନ୍ତି ଯେ, ସେମାନେ ନୂତନ ଜାତୀୟ ନେତୃତ୍ବକୁ ସପକ୍ଷରେ ଭୋଟ୍‌ ଦିଅନ୍ତୁ। ଫଳରେ ଆମେରିକାରେ ଉପୁଜି ଥିବା ରାଜନୈତିକ ବିଭାଜନର ବିଲୟ ଘଟିବ।

ଡେମୋକ୍ରାଟିକ୍ ନ୍ୟାସନାଲ କନକ୍ଲେଭରେ ଭର୍ଚ୍ୟୁଆଲରେ ବିଡେନ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ଏହାସହ ଏକ ଭିଡିଓ ମାଧ୍ୟମରେ ସେ ତାଙ୍କ ଜୀବନ ଏବଂ କ୍ୟାରିୟର ଏବଂ ପିତା, ସ୍ୱାମୀ ଏବଂ ରାଜନୈତିକ ନେତା ଭାବରେ ତାଙ୍କର ଭୂମିକାକୁ ଦର୍ଶାଇଥିଲେ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବିଡେନ କହିଛନ୍ତି ଯେ ବର୍ତ୍ତମାନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳରେ ଆମେରିକାରେ ଘୋଟିଆସିଥିବା କଳାଦିନ ସରିଆସୁଛି। ଏହାସହ ବିଡେନ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ମହାନ କହି ଧନ୍ୟବାଦ ଜଣାଇଛନ୍ତି।

ସୂଚନା ଥାଉକି, ଗତ ସପ୍ତାହରେ, ବିଡେନ ଭାରତୀୟ ମୂଳ କମଲା ହାରିସଙ୍କୁ ତାଙ୍କର ଉପରାଷ୍ଟ୍ର ପତି ପଦ ପାଇଁ ମନୋନୀତ କରିଛନ୍ତି। ପ୍ରଥମ ଆଫ୍ରିକୀୟ-ଆମେରିକୀୟ ଏବଂ ଭାରତୀୟ-ଆମେରିକୀୟ ମହିଳା ଯିଏକି ଏକ ପ୍ରମୁଖ ପାର୍ଟି ଟିକେଟ୍ ରେ ମନୋନୀତ ହୋଇଛନ୍ତି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର 3 ରେ ହେବାକୁ ଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.