ETV Bharat / international

ବିଶ୍ବର 1 ବିଲିୟନ ଦିବ୍ୟାଙ୍ଗ କୋରୋନା ଦ୍ବାରା ପ୍ରଭାବିତ

author img

By

Published : May 7, 2020, 10:16 AM IST

ଏକ ଭିଡିଓ ମେସେଜରେ ଆଣ୍ଟୋନିଓ ଏପରି ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ ବିଶ୍ବରେ ପ୍ରାୟ ସମସ୍ତ ଦିବ୍ୟାଙ୍ଗ ଲୋକ କୋରୋନା ଯୋଗୁଁ ଗରିବୀ, ଭୋକ, ଅବହେଳିତ, ହିଂସାକାଣ୍ଡର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...

ବିଶ୍ବର 1 ବିଲିୟନ ଦିବ୍ୟାଙ୍ଗ କୋରୋନା ଦ୍ବାରା ପ୍ରଭାବିତ
ବିଶ୍ବର 1 ବିଲିୟନ ଦିବ୍ୟାଙ୍ଗ କୋରୋନା ଦ୍ବାରା ପ୍ରଭାବିତ

ନ୍ୟୁୟର୍କ: କୋରୋନା ଭୂତାଣୁ ଯୋଗୁଁ ବିଶ୍ବର ପ୍ରାୟ 1 ବିଲିୟନ ଦିବ୍ୟାଙ୍ଗ ପ୍ରଭାବିତ ହୋଇଛନ୍ତି । ଏମାନଙ୍କୁ ମଧ୍ୟ ଉପଯୁକ୍ତ ସୁରକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ମିଳିତ ଜାତିସଙ୍ଘ ନିର୍ଦ୍ଦେଶ ଦେଇଛି । ଏନେଇ ଜାତିସଙ୍ଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେର୍ରେସ ବୁଧବାର ସୂଚନା ଦେଇଛନ୍ତି ।

ଏକ ଭିଡିଓ ମେସେଜରେ ଆଣ୍ଟୋନିଓ ଏପରି ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ ବିଶ୍ବରେ ପ୍ରାୟ ସମସ୍ତ ଦିବ୍ୟାଙ୍ଗ ଲୋକ କୋରୋନା ଯୋଗୁଁ ଗରିବୀ, ଭୋକ, ଅବହେଳିତ, ହିଂସାକାଣ୍ଡର ଶିକାର ହୋଇଛନ୍ତି । ବିଶ୍ବ ଜନସଂଖ୍ୟାର 15 ପ୍ରତିଶତ ଦିବ୍ୟାଙ୍ଗ ଅଟନ୍ତି । ସେହିପରି ବିଶ୍ବରେ 60 ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରେ 46 ପ୍ରତିଶତ ଦିବ୍ୟାଙ୍ଗ । ପୂର୍ବରୁ ସ୍ବାସ୍ଥ୍ୟ ସମସ୍ୟା ଥିବା ବୟସ୍କ ଲୋକଙ୍କୁ ଏହି ରୋଗ ଅଧିକ ଆକ୍ରମଣ କରିଛି । ଏଥିରେ ସେମାନେ ଅଧିକ ସଂକ୍ରମିତ ହୋଇଛନ୍ତି । ତେଣୁ ଏମାନଙ୍କ ପ୍ରତି ଅଧିକ ଧ୍ୟାନ ରଖିବାକୁ ସେ ସମସ୍ତ ରାଷ୍ଟ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଣ୍ଟୋନିଓଙ୍କ ଭିଡିଓ ମିଳିତ ଜାତିସଙ୍ଘର ଏକ ରିପୋର୍ଟ ସହ ପ୍ରକାଶ ପାଇଛି । ତେବେ ସେ କହିଛନ୍ତି ଯେ ବିଶ୍ବର ଅନେକ ରାଷ୍ଟ୍ରରେ ଦିବ୍ୟାଙ୍ଗ ଲୋକଙ୍କୁ ଯଥେଷ୍ଟ ପରିମାଣରେ ରାସନ ସାମଗ୍ରୀ ଯୋଗାଯାଉନାହିଁ । ସେମାନଙ୍କୁ ଅବହେଳା କରାଯିବ ସହ ଏହି ସାମଗ୍ରୀ ବଣ୍ଟନରେ ଭେଦଭାବ ସୃଷ୍ଟି କରାଯାଉଛି । ଏପରି ସମୟରେ ଏହି ଅବସ୍ଥା ଲାଗି ରହିବା ଉଚିତ ନୁହେଁ । ସମସ୍ତ ଦିବ୍ୟାଙ୍ଗଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେବାକୁ ଆଣ୍ଟୋନିଓ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.