ଜୁଲାଇ ୭ରୁ ଆସୁଛି Koffee With Karan ସପ୍ତମ ସଂସ୍କରଣ

author img

By

Published : Jun 19, 2022, 7:00 PM IST

Koffee With Karan 7: ଜୁଲାଇ ୭ରୁ କଫି ୱିଥ୍ କରନର ସପ୍ତମ ସଂସ୍କରଣ ଆରମ୍ଭ

କଫି ୱିଥ୍ କରନ୍(Koffee with Karan)ର ସପ୍ତମ ସଂସ୍କରଣ ଆରମ୍ଭ ନେଇ ସଙ୍କେତ ଦେଲେ କରନ ଜୋହର । ଅଧିକ ପଢନ୍ତୁ

ମୁମ୍ବାଇ: କଫି ୱିଥ୍ କରନ୍(Koffee with Karan)ର ସପ୍ତମ ସଂସ୍କରଣ ଆରମ୍ଭ ନେଇ ସଙ୍କେତ ଦେଲେ କାର୍ଯ୍ୟକ୍ରମର ନିର୍ଦ୍ଦେଶକ କରନ ଜୋହର । ଜୁଲାଇ ୭ ରୁ ଏହି ଲୋକପ୍ରିୟ କାର୍ଯ୍ୟକ୍ରମ ପୁନର୍ବାର ଆରମ୍ଭ ହେବାକୁ ଯାଉଥିବା ସେ କହିଛନ୍ତି । ଏନେଇ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି କରନ ।

କରନ ଟ୍ବିଟ କରି ଲେଖିଛନ୍ତି ଯେ, ଅନୁମାନ କରନ୍ତୁ କିଏ ପୁନର୍ବାର ଆସୁଛି ? ଏହିଥର କିଛି ହଟକେ ହେବ । ଏଥିସହ କରନ ହ୍ୟାଚ୍ ଟ୍ୟାଗ ଦେଇ "#HotstarSpecials #KoffeeWithKaran S7 starts 7th July only on Disney+ Hotstar !" ଟ୍ବିଟ କରିଛନ୍ତି । ଅର୍ଥାତ୍ ଆସନ୍ତା ଜୁଲାଇ ୭ ଡିଜନୀ ପ୍ଲସ୍ ହଟଷ୍ଟାରରେ କଫୁ ୱିଥ୍ କରନର ନୂଆ ସଂସ୍କରଣ ଆସୁଛି ବୋଲି ସେ କହୁଛନ୍ତି । ତେବେ କରନଙ୍କ ଏହି ଲୋକପ୍ରିୟ କାର୍ଯ୍ୟକ୍ରମ ୨୦୦୪ ରୁ ଷ୍ଟାର ୱାର୍ଲ୍ଡରେ ପ୍ରସାରିତ ହୋଇଆସୁଛି । ୨୦୧୯ ପର୍ଯ୍ୟନ୍ତ ଏହାର ଷଷ୍ଠ ସଂସ୍କରଣ ଦେଖି ସାରିଛନ୍ତି ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.