ETV Bharat / entertainment

ଅଲଗା ହେବେ କି ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀ ? ଜାଣନ୍ତୁ କଣ କହିଲେ ରାଜ

author img

By ETV Bharat Odisha Team

Published : Oct 20, 2023, 9:11 PM IST

ଶିଳ୍ପା ସେଟ୍ଟୀ ଏବଂ ନିଜ ବିବାହ ବିଚ୍ଛେଦ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ରାଜ କୁନ୍ଦ୍ରା । ଲାଟେଷ୍ଟ ପୋଷ୍ଟ ସେୟାର କରି ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ଅଭିନେତା । ଅଧିକ ପଢନ୍ତୁ,

ଅଲଗା ହେବେ ରାଜ କୁନ୍ଦ୍ରା ଏବଂ ଶିଳ୍ପା ସେଟ୍ଟୀ! ଚର୍ଚ୍ଚା ମଧ୍ୟରେ ସ୍ପଷ୍ଟୀକରଣ ରଖିଲେ ରାଜ
ଅଲଗା ହେବେ ରାଜ କୁନ୍ଦ୍ରା ଏବଂ ଶିଳ୍ପା ସେଟ୍ଟୀ! ଚର୍ଚ୍ଚା ମଧ୍ୟରେ ସ୍ପଷ୍ଟୀକରଣ ରଖିଲେ ରାଜ

ହାଇଦ୍ରାବାଦ: ସୋସିଆଲ ମିଡିଆ ପୋଷ୍ଟ ପାଇଁ ଚର୍ଚ୍ଚାରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ନିକଟରେ ନିର୍ମାତା ତଥା ଅଭିନେତା ରାଜ କୁନ୍ଦ୍ରା ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ 'ଆମେ ଅଲଗା ହେଉଛୁ' ବୋଲି କହିଥିଲେ । ଏଥିପାଇଁ ଶିଳ୍ପା ସେଟ୍ଟୀ ଏବଂ ରାଜ ଅଲଗା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ରାଜ କୁନ୍ଦ୍ରା ଆଉ ଏକ ପୋଷ୍ଟ ସେୟାର କରି ଏହି ଗୁଜବ ଖବରର ଅନ୍ତ କରିଛନ୍ତି । ସେ କହିଛନ୍ତି ମୁଁ କେଉଁ ବ୍ୟକ୍ତିଙ୍କ ଠାରୁ ନୁହେଁ ବରଂ ମୋ ମାସ୍କ ଠାରୁ ଅଲଗା ହେଉଛି ।

  • Farewell Masks …it’s time to separate now! Thank you for keeping me protected over the last two years. Onto the next phase of my journey #UT69 🙏🎭🥹 🧿😇❤️ pic.twitter.com/svhiGS8aHt

    — Raj Kundra (@onlyrajkundra) October 20, 2023 " class="align-text-top noRightClick twitterSection" data=" ">
  • We have separated and kindly request you to give us time during this difficult period 🙏💔

    — Raj Kundra (@onlyrajkundra) October 19, 2023 " class="align-text-top noRightClick twitterSection" data=" ">

ପୂର୍ବରୁ ରାଜ କୁନ୍ଦ୍ରା ଏକ୍ସରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, 'ଆମେ ଅଲଗା ହେଉଛୁ ଏବଂ ଏହିପରି କଠିନ ପରିସ୍ଥିତିରେ ଆପଣଙ୍କୁ ଅନୁରୋଧ କରୁଛି ଆମକୁ ସମୟ ଦିଅ । ଏହି ଟ୍ବିଟ ବେଶ ଭାଇରାଲ ହୋଇଥିଲା । ଏବଂ ରାଜଙ୍କ ଏହି ପୋଷ୍ଟ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହେବା ସହ ଶିଳ୍ପା ସେଟ୍ଟୀଙ୍କ ଏବଂ ରାଜଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ବର୍ତ୍ତମାନ ରାଜ ଆଉ ଏକ ପୋଷ୍ଟ ସେୟାର କରି ସ୍ପଷ୍ଟୀକରଣ ରଖିଛନ୍ତି । ଅଭିନେତା ଏକ୍ସରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି ଯେ, "ବିଦାୟ ମାସ୍କ... ବର୍ତ୍ତମାନ ଆମେ ଅଲଗା ହେବାର ସମୟ ଆସିଛି । ଗତ ଦୁଇ ବର୍ଷ ମଧ୍ୟରେ ମୋତେ ସୁରକ୍ଷିତ ରଖିଥିବାରୁ ଧନ୍ୟବାଦ । ପରବର୍ତ୍ତୀ ପର୍ଯ୍ୟାୟରେ ମୋର ଯାତ୍ରା UT69 ।''

ସୂଚନା ଥାଉ କି, ରାଜ କୁନ୍ଦ୍ରା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଯେଉଁଠାରେ ସେ ମାସକ ମଧ୍ୟରେ ପ୍ରଥମ ଥର ପାଇଁ ନିଜର ମାସ୍କ ଖୋଲିଥିଲେ । ପର୍ଣ୍ଣୋଗ୍ରାଫି ଫିଲ୍ମ ନିର୍ମାଣ ମାମଲାରେ ଜୁଲାଇ 2021ରେ ରାଜ କୁନ୍ଦ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ମୁମ୍ବାଇ ପୋଲିସ ଗିରଫ କରିଥିଲା । ଯେଉଁଥିପାଇଁ ରାଜ ପ୍ରାୟ 64 ଦିନ ଜେଲରେ ଥିଲେ । ଏବଂ ପରେ ଜାମିନରେ ସେ ବାହାରିଥିଲେ । ବାହାରକୁ ଆସିବା ପରେ ରାଜ ସର୍ବଦା ମାସ୍କ ପିନ୍ଧୁଥିବାର ଦେଖିବାକୁ ମିଳୁଥିଲା ।

ଏହା ମଧ୍ୟ ପଢନ୍ତୁ: UT 69 ଟ୍ରେଲର ଲଞ୍ଚ ଇଭେଣ୍ଟରେ ଭାବୁକ ହେଲେ ରାଜ କୁନ୍ଦ୍ରା, ହଟାଇଲେ ମାସ୍କ

ବର୍ତ୍ତମାନ ସେ UT 69 ସହ ବଲିଉଡରେ ଅଭିନେତା ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମଟି ରାଜ କୁନ୍ଦ୍ରାଙ୍କ ଜୀବନୀ ଉପରେ ଆଧାରିତ ଅଟେ । ବର୍ତ୍ତମାନ ଅଭିନେତା ଫିଲ୍ମର ଜୋରଦାର ପ୍ରମୋସନରେ ଲାଗିପଡିଛନ୍ତି । ତେବେ ଫିଲ୍ମରେ ସେ ୨ ମାସ କିପରି ଜେଲରେ ଅତିବାହିତ କରିଛନ୍ତି । ତାହା ଏଥିରେ ଦର୍ଶାଯାଇଛି । ତେବେ ରାଜଙ୍କ ଜୀବନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ନଭେମ୍ବର 3ରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ଫିଲ୍ମର ସୁଟିଂ ମାତ୍ର 18 ଦିନ ମଧ୍ୟରେ ଶେଷ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.