ETV Bharat / entertainment

ସ୍ବାମୀଙ୍କ ପର୍ଣ୍ଣୋଗ୍ରାଫି ମାମଲା ପରେ ଦେଶ ଛାଡିଥାନ୍ତେ ଶିଳ୍ପା, ଖୁଲାସା କଲେ ରାଜ କୁନ୍ଦ୍ରା

author img

By ETV Bharat Odisha Team

Published : Oct 26, 2023, 8:34 AM IST

ରାଜ କୁନ୍ଦ୍ରା ଖୁବଶୀଘ୍ର UT 69 ଚଳଚ୍ଚିତ୍ର ସହ ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ସମୟରେ ରାଜ ଫିଲ୍ମର ଜୋରଦାର ପ୍ରମୋସନ କରୁଥିବା ବେଳେ କିିଛି ଘଟଣା ବିଷୟରେ କିଛି ଖୁଲାସା ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ

ସ୍ବାମୀଙ୍କ ପର୍ଣ୍ଣୋଗ୍ରାଫି ମାମଲା ପରେ ଦେଶ ଛାଡିଥାନ୍ତେ ଶିଳ୍ପା, ଖୁଲାସା କଲେ ରାଜ କୁନ୍ଦ୍ରା
ସ୍ବାମୀଙ୍କ ପର୍ଣ୍ଣୋଗ୍ରାଫି ମାମଲା ପରେ ଦେଶ ଛାଡିଥାନ୍ତେ ଶିଳ୍ପା, ଖୁଲାସା କଲେ ରାଜ କୁନ୍ଦ୍ରା

ହାଇଦ୍ରାବାଦ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଖୁବ୍ ଶୀଘ୍ର ଅଭିନୟ କ୍ୟାରିଅରରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଫିଲ୍ମ UT69 ରେ ଜଣେ ମୁଖ୍ୟ ଅଭିନେତା ଭାବରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ପର୍ଣ୍ଣୋଗ୍ରାଫି ମାମଲା ଠାରୁ ଆରମ୍ଭ କରି ତାଙ୍କ ଜେଲରେ ଥିବା ଯାତ୍ରାର କାହାଣୀ ଦେଖିବାକୁ ମିଳିବ । ବର୍ତ୍ତମାନ ରାଜ ଫିଲ୍ମର ଜୋରଦାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଜୀବନର ଏହି କଠିନ ପର୍ଯ୍ୟାୟ ବିଷୟରେ ଅନେକ ଖୁଲାସା କରୁଛନ୍ତି ।

ରାଜ କୁନ୍ଦ୍ରା ଜେଲରେ ଥିବା ସମୟରେ ଶିଳ୍ପା ଚାହୁଁଥିଲେ ଯେ ଦେଶ ଛାଡି ଚାଲିଯିବେ । ରାଜ କହିଛନ୍ତି ଯେ, ଶିଳ୍ପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ମୋତେ ଦେଶ ଛାଡି ବିଦେଶ ଯିବାକୁ କହିଥିଲେ । ସେ ମୋତେ କହିଥିଲେ ଯେ, ଯଦି ତୁମେ ଏଠାରୁ ବିଦେଶ ଯିବାକୁ ଚାହୁଁଛ ତେବେ ମୁଁ ତୁମ ସହିତ ଅଛି । ଆମେ ସମସ୍ତେ ଲଣ୍ଡନ ଯାଇ ସିଫ୍ଟ ହୋଇପାରିବା । ହେଲେ ମୁଁ ତାଙ୍କ ନିଷ୍ପତ୍ତିକୁ ମନା କରିଦେଇଥିଲି । ମୁଁ ଶିଳ୍ପାଙ୍କୁ କହିଥିଲି ଯେ ମୁଁ ଭାରତକୁ ଭଲପାଏ । ଏଣୁ ମୁଁ କେବଳ ଭାରତରେ ରହିବାକୁ ଚାହୁଁଛି । ଲୋକମାନେ ବଡ଼ ଦୁର୍ନୀତି କରି ଟଙ୍କା ରୋଜଗାର କରିବା ପରେ ଦେଶ ଛାଡି ଚାଲିଯାଆନ୍ତି । ହେଲେ ମୁଁ ସେପରି କିଛି କରି ନାହିଁ । ସେଥିପାଇଁ ମୁଁ ଏଠାରୁ ଯିବି ନାହିଁ ।"

ଏଥିସହ ସେ ନିଜ ଜେଲ ଭିତର ଦିନକୁ ବି ମନେ ପକାଇ କହିଛନ୍ତି, ଏକ ମୁହୂର୍ତ୍ତ ଆସିଲା ଯେତେବେଳେ ସେ ସବୁକିଛି ଶେଷ କରିବାକୁ ଚାହୁଁଥିଲେ । ତାଙ୍କୁ ଏବଂ ତାଙ୍କ ପରିବାରକୁ ବହୁତ କିଛି ସହିବାକୁ ପଡିଲା । ଏହି ସବୁ ଦେଖି ରାଜ ଜେଲ ଭିତରେ ସବୁକିଛି ଶେଷ କରିବାକୁ ଚାହୁଁଥିଲେ । ମନରେ ଅନେକ ଥର ଖରାପ ଚିନ୍ତାଧାରା ଆସିଥିଲା । କିନ୍ତୁ ଶିଳ୍ପା ସେ ସମୟରେ ତାଙ୍କୁ ଛାଡି ନଥିଲେ ଏବଂ ତାଙ୍କୁ ପ୍ରତ୍ୟେକ ପଦକ୍ଷେପରେ ସମର୍ଥନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଅଲଗା ହେବେ କି ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀ ? ଜାଣନ୍ତୁ କଣ କହିଲେ ରାଜ

UT69 ଫିଲ୍ମଟି ରାଜ କୁନ୍ଦ୍ରାଙ୍କ ଜୀବନୀ ଉପରେ ଆଧାରିତ ଅଟେ । ସେ ଏହି ଫିଲ୍ମରେ ସେ ୨ ମାସ କିପରି ଜେଲରେ ଅତିବାହିତ କରିଛନ୍ତି । ତାହା ଏଥିରେ ଦର୍ଶାଯାଇଛି । ତେବେ ରାଜଙ୍କ ଜୀବନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ନଭେମ୍ବର 3ରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ଫିଲ୍ମର ସୁଟିଂ ମାତ୍ର 18 ଦିନ ମଧ୍ୟରେ ଶେଷ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.