ETV Bharat / entertainment

ବିଜୟ-ରଶ୍ମିକାଙ୍କ ନିର୍ବନ୍ଧ ! ଖବରକୁ ମିଥ୍ୟା କହିଲେ ଅଭିନେତାଙ୍କ ଟିମ୍

author img

By ETV Bharat Odisha Team

Published : Jan 9, 2024, 10:16 PM IST

Vijay-Rashmika Engagemenet: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଥିଲା । ଯେଉଁଥିରେ ଉଭୟଙ୍କ ନିର୍ବନ୍ଧ ନେଇ ଆଲୋଚନା ହେଉଥିଲା । ବର୍ତ୍ତମାନ ଅଭିନେତାଙ୍କୁ ଟିମ ଏହି ରୁମର ଖବରକୁ ମିଥ୍ୟା ବୋଲି କହିଛନ୍ତି । ଅଧିକ ପଢନ୍ତୁ,

ବିଜୟ-ରଶ୍ମିକାଙ୍କ ନିର୍ବନ୍ଧ! ଖବରକୁ ମିଥ୍ୟା କହିଲେ ଅଭିନେତାଙ୍କ ଟିମ୍
ବିଜୟ-ରଶ୍ମିକାଙ୍କ ନିର୍ବନ୍ଧ! ଖବରକୁ ମିଥ୍ୟା କହିଲେ ଅଭିନେତାଙ୍କ ଟିମ୍

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଆଜିକାଲି ବେଶ ଚର୍ଚ୍ଚାରେ ରହିଛନ୍ତି । ଏହି କପଲଙ୍କ ବିଷୟରେ ଖବର ଆସିଥିଲା ଯେ, ଦୁହେଁ ଚଳିତ ବର୍ଷ ଫେବୃଆରୀରେ ନିର୍ବନ୍ଧ କରିବାକୁ ଯାଉଛନ୍ତି । ଏହି ଖବର ବେଶ ଆଲୋଚନା ହୋଇଥିଲା । ବର୍ତ୍ତମାନ ଏହି ଖବର ନେଇ ମୁହଁ ଖୋଲିଛନ୍ତି ଅଭିନେତାଙ୍କ ଟିମ୍ । ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ନିର୍ବନ୍ଧ ଖବରକୁ ମିଥ୍ୟା ବୋଲି କହିଛନ୍ତି ।

ରିପୋର୍ଟ ଅନୁସାରେ, ବିଜୟ ଦେବରକୋଣ୍ଡା-ରଶ୍ମିକା ମନ୍ଦାନାଙ୍କ ଡେଟିଂ ନେଇ ଖୁବ ଆଲୋଚନା ହେଉଛି । ଉଭୟ ତାରକାଙ୍କ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ନିର୍ବନ୍ଧ କରୁଥିବା ଖବର ସାମ୍ନାକୁ ଆସିଥିଲା । ଏବେ ବିଜୟଙ୍କ ଟିମ ଏହାକୁ ମିଥ୍ୟା କହି ଏହି ରୁମର ଖବର ଉପରର ଅନ୍ତ ଘଟାଇଛନ୍ତି । ସୂଚନା ଥାଉ କି, ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଦୁଇଟି ଚଳଚ୍ଚିତ୍ର 'ଗୀତା ଗୋବିନ୍ଦମ୍' ଓ 'ଡିୟର କମରେଡ'ରେ ଏକାଠି କାମ କରିଛନ୍ତି । ଫିଲ୍ମରେ ଉଭୟଙ୍କ ଲଭକେମେଷ୍ଟ୍ରି ଦର୍ଶକ ବେଶ ପସନ୍ଦ କରିଥିଲେ । ଏବେ ରିଅଲ ଲାଇଫରେ ମଧ୍ୟ ଉଭୟ ଡେଟ କରୁଥିବା ଚର୍ଚ୍ଚା ଜୋର ଧରିଛି । ଏପରିକି ଲିଭଇନରେ ରହୁଥିବା ମଧ୍ୟ ଆଲୋଚନା ହେଉଛି । କିନ୍ତୁ ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଖୁଲାସା କରିନାହାନ୍ତି ।

ଅନେକ ଥର ରଶ୍ମିକା ଏବଂ ବିଜୟଙ୍କ ପୋଷ୍ଟର ପୃଷ୍ଟଭୂମି ଏକା ଦେଖିବାକୁ ମିଳିଛି । ଏଥିସହ ଯେତେବେଳେ ଆନିମଲ ଫିଲ୍ମ ରିଲିଜ ପାଇଁ ମଧ୍ୟ ରଶ୍ମିକାଙ୍କୁ ଶୁଭେଚ୍ଛା ଜଣାଇଥିଲେ ବିଜୟ । କେବଳ ଏତିକି ନୁହେଁ ଆନିମଲର ଡିପଫେକ ମାମଲାରେ ମଧ୍ୟ ଅଭିନେତ୍ରୀଙ୍କୁ ସମର୍ଥନ କରିଥିଲେ ବିଜୟ । ଏଥିସହ ଆନିମଲ ପ୍ରମୋସନର ଏକ ଇଭେଣ୍ଟରେ ମଧ୍ୟ ରଣବୀର କପୁର ରଶ୍ମିକା ବିଜୟଙ୍କ ପୋଲ ଖୋଲିଥିଲେ ।

ଏହା ମଧ୍ୟ ପଢନ୍ତୁ: ଲିଭ ଇନରେ ରହୁଛନ୍ତି କି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ? ଫଟୋ କହୁଛି ସତ !

ବିଜୟ ଏବଂ ରଶ୍ମିକାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ ରଶ୍ମିକାଙ୍କୁ ଆନିମଲରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ବିଶ୍ବରେ ୮୦୦କୋଟିରୁ ଅଧିକ ରୋଜଗାର କରି ସଫଳତା ହାସଲ କରିଛି । ନିକଟରେ ଏହି ଫିଲ୍ମର ସଫଳତା ପାର୍ଟି ମଧ୍ୟ ଆୟୋଜିତ ହୋଇଥିଲା । ଯେଉଁଥିରେ ଫିଲ୍ମର ସମସ୍ତ ତାରକା ସାମିଲ ହୋଇଥିଲେ । ତେବେ ସେ ଆଗାମୀ ଫିଲ୍ମ ପୁଷ୍ପା-୨, 'ରେନବୋ', ' ଦ ଗାର୍ଲଫ୍ରେଣ୍ଡ' ଏବଂ 'ଛାଭା' ରେ ନଜର ଆସିବେ । ସେପଟେ ବିଜୟଙ୍କ କଥା କହିବାକୁ ଗଲେ, ବିଜୟ ଦେବରକୋଣ୍ଡା ତାଙ୍କ ଆଗାମୀ ଚଳଚ୍ଚିତ୍ର ପର୍ଶୁରାମ ପଟେଲାଙ୍କ 'ଫ୍ୟାମିଲି ଷ୍ଟାର' ଏବଂ ନିର୍ଦ୍ଦେଶକ ଗୌତମ ତିନ୍ନୁରୀଙ୍କ 'ବିଡି 12' ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.