ETV Bharat / entertainment

ବିବାହ କରିବେ ଲଭବାର୍ଡ ରଶ୍ମିକା-ବିଜୟ, ଚଳିତ ମାସରେ ନିର୍ବନ୍ଧ !

author img

By ETV Bharat Odisha Team

Published : Jan 8, 2024, 3:20 PM IST

Vijay and Rashmika:ବିଜୟ ଦେବରକୋଣ୍ଡାଙ୍କ ସହ ଡେଟିଂକୁ ନେଇ ପୁଣି ଚର୍ଚ୍ଚାରେ ରଶ୍ମିକା ମନ୍ଦାନା । ଫେବୃଆରୀ ମାସରେ ସେମାନଙ୍କ ନିର୍ବନ୍ଧ ହେବାକୁ ଥିବା ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

Vijay and Rashmika
Vijay and Rashmika

ମୁମ୍ବାଇ: ପୁଣି ଚର୍ଚ୍ଚାରେ ସାଉଥର ରୁମର ଲଭବାର୍ଡ ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍ କରୁଥିବା ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିବା ବେଳେ ଲିଭ ଇନରେ ରହୁଥିବା ମଧ୍ୟ ଆଲୋଚନା ହେଉଛି । ହେଲେ ସେମାନଙ୍କ ସମ୍ପର୍କକୁ ଏପର୍ଯ୍ୟନ୍ତ ଅଫିସିଆଲ୍ କରିନାହାଁନ୍ତି । ତେବେ ମିଡିଆ ରିପୋର୍ଟ ଅନୁସାରେ ଉଭୟ ଫେବୃଆରୀ ମାସର ଦ୍ବିତୀୟ ସପ୍ତାହରେ ନିର୍ବନ୍ଧ କରିବାକୁ ଯାଉଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା ଏନେଇ କୌଣସି ନିଶ୍ଚିତତା ଦେଇନାହାଁନ୍ତି ।

ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଦୁଇଟି ଚଳଚ୍ଚିତ୍ର 'ଗୀତା ଗୋବିନ୍ଦମ୍' ଓ 'ଡିୟର କମରେଡ'ରେ ଏକାଠି କାମ କରିଛନ୍ତି । ଏହା ସହିତ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ କିଛି ଦିନ ହେବ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ନିର୍ବନ୍ଧ ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ରିପୋର୍ଟ ଅନୁଯାୟୀ, ଉଭୟ ତାରକାଙ୍କ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ନିର୍ବନ୍ଧ ହେବା ନେଇ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ପୋଷ୍ଟ ଖୋଲିଲା ସମ୍ପର୍କ ଗୁମର, ଡେଟିଂ ରୁମର ମଧ୍ୟରେ ଏକାଠି ଦୀପାବଳି ପାଳିଲେ ରଶ୍ମିକା-ବିଜୟ

ନିକଟରେ ରଶ୍ମିକା ମନ୍ଦାନା ହାଇଦ୍ରାବାଦରେ ବିଜୟ ଦେବରକୋଣ୍ଡାଙ୍କ ଘରେ ଦିପାବଳୀ ପାଳନ କରିଥିଲେ । ଉଭୟଙ୍କୁ ଏକାଠି ଭ୍ୟାକେସନରେ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏମାନେ ପରସ୍ପରକୁ ଡେଟ କରୁଥିବା ଚର୍ଚ୍ଚା ହୋଇଥିଲା । ରଶ୍ମିକା ମନ୍ଦାନା ରଣବୀର କପୁରଙ୍କ ସହିତ 'ଆନିମଲ୍'ରେ ୮୦୦ କୋଟିରୁ ଅଧିକ ରୋଜଗାର କରିଥିଲେ । ସେହିପରି ବିଜୟ ଦେବରକୋଣ୍ଡାଙ୍କ ନିକଟରେ ଅନେକ ଫିଲ୍ମ ଆସିବାକୁ ଯାଉଛି । ତାଙ୍କ ପାଖରେ ପ୍ରଡକ୍ସନ 'ରେନବୋ', ' ଦ ଗାର୍ଲଫ୍ରେଣ୍ଡ' ଏବଂ 'ଚାଭା' ମଧ୍ୟ ରହିଛି। ବିଜୟ ଦେବରକୋଣ୍ଡା ତାଙ୍କ ଆଗାମୀ ଚଳଚ୍ଚିତ୍ର ପର୍ଶୁରାମ ପଟେଲାଙ୍କ 'ଫ୍ୟାମିଲି ଷ୍ଟାର' ଏବଂ ନିର୍ଦ୍ଦେଶକ ଗୌତମ ତିନ୍ନୁରୀଙ୍କ 'ବିଡି 12' ରେ ନଜର ଆସିବେ ।

ପ୍ରକାଶ ଥାଉକି, ନିକଟରେ ରଶ୍ମିକାଙ୍କ ଡିପ୍ ଫେକ୍‌ ଭିଡିଓ ବେଶ ବାଇରାଲ ହୋଇଥିଲା । AI ସାହାଯ୍ୟରେ ଅନ୍ୟ ଯୁବତୀଙ୍କ ମୁହଁକୁ ଏଡିଟ କରି ରଶ୍ମିକାଙ୍କ ମୁହଁ ଯୋଡ଼ିଥିଲେ । ଏହି ସମୟରେ ରଶ୍ମିକାଙ୍କ ସମର୍ଥନରେ ଅନେକ ସେଲିବ୍ରିଟି ଏବଂ ରାଜନେତା ବାହାରି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ଏହି ସମୟରେ ମଧ୍ୟ ବିଜୟ ରଶ୍ମିକାଙ୍କୁ ସମର୍ଥନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.