ETV Bharat / entertainment

ପ୍ରିୟ କଳାକାରଙ୍କ ଜନ୍ମଦିନରେ ବ୍ୟାନର ଲଗାଉଥିଲେ, ବିଦ୍ୟୁତ ନେଲା ଫ୍ୟାନ୍ସଙ୍କ ଜୀବନ

author img

By ETV Bharat Odisha Team

Published : Jan 8, 2024, 3:45 PM IST

Yash Fans Electrocuted: କେଜିଏଫ ତାରକା ୟଶଙ୍କ ଜନ୍ମଦିନ ପାଳନ ସମୟରେ ଦୁର୍ଘଟଣା । ବିଦ୍ୟୁତ ଆଘାତରେ ଚାଲିଗଲା ୩ ଫ୍ୟାନ୍ସଙ୍କ ଜୀବନ । ୟଶଙ୍କ ବ୍ୟାନର ଲଗାଇବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ୟଶଙ୍କ ଜନ୍ମଦିନରେ ୩ଜଣ ଫ୍ୟାନ୍ସଙ୍କ ମୃତ୍ୟୁ, ବ୍ୟାନର ଲଗାଇବା ସମୟରେ ଚାଲିଗଲା ଜୀବନ
ୟଶଙ୍କ ଜନ୍ମଦିନରେ ୩ଜଣ ଫ୍ୟାନ୍ସଙ୍କ ମୃତ୍ୟୁ, ବ୍ୟାନର ଲଗାଇବା ସମୟରେ ଚାଲିଗଲା ଜୀବନ

ଗଡଗ(କର୍ଣ୍ଣାଟକ): ଆଜି ଲୋକପ୍ରିୟ ସାଉଥ ତାରକା ତଥା କେଜିଏଫ ଫେମ ଅଭିନେତା ୟଶ ତାଙ୍କ ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ଅଭିନେତାଙ୍କ ଜନ୍ମଦିନ ତାଙ୍କ ଫ୍ୟାନ୍ସଙ୍କ ପାଇଁ କୌଣସି ସେଲିବ୍ରେସନ ଠାରୁ କମ ନୁହେଁ । ସବୁଠି ଫ୍ୟାନ୍ସ ଉତ୍ସାହର ସହ ୟଶଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ୟଶଙ୍କ ଜନ୍ମଦିନ ପାଳନ ଅବସରରେ ବିଦ୍ୟୁତ ଆଘାତ ଲାଗି ୩ ଫ୍ୟାନ୍ସଙ୍କ ଜୀବନ ଚାଲିଯାଇଛି । ଏଥିସହ ଅନେକ ଲୋକ ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କର୍ଣ୍ଣାଟକର ଗଡଗ ଜିଲ୍ଲାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ରବିବାର ବିଳମ୍ବିତ ରାତ୍ରିରେ ଗଡଗ ଜିଲ୍ଲାରେ ୟଶଙ୍କ ଜନ୍ମଦିନ ପାଳନ ଅବସରରେ ଫ୍ୟାନ୍ସମାନେ ଅଭିନେତାଙ୍କ ବ୍ୟାନର ଖୁଣ୍ଟରେ ଲଗାଉଥିଲେ । ଏହି ସମୟରେ ସେମାନେ ହଠାତ୍ ବିଦ୍ୟୁତଚ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଣଟଣାସ୍ଥଳରେ ୩ଜଣ ଫ୍ୟାନ୍ସ ପ୍ରାଣ ହରାଇଛନ୍ତି । ଅନେକ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ୨୪ ବର୍ଷୀୟ ହନୁମାନଥା ହରିଜନ, ୨୦ ବର୍ଷୀୟ ମୁରଲୀ ନନ୍ଦୁମନି ଏବଂ ୨୦ ବର୍ଷୀୟ ନବୀନ ଗାଜି । ଆହତ ମାନେ ହେଲେ ମଞ୍ଜୁନାଥ ହରିଜନ, ପ୍ରାକଶ ମାୟାଗୋରୀ ଏବଂ ଦୀପକ ହରିଜନ ।

ଘଟଣା ନେଇ ଏସପି ବି.ଏସ ନେମାଗୋଡ ସୂଚନା ଦେଇ କହିଛନ୍ତି ଯେ, ୟଶଙ୍କ ଫ୍ୟାନ୍ସ ପ୍ରାୟ ୯ଜଣ ସଦସ୍ୟ ଲୁହାର ଖୁଣ୍ଟରେ ଅଭିନେତାଙ୍କ କଟ-ଆଉଟ ଲଗାଉଥିଲେ । ଦୁଃଭାଗ୍ୟବଶତଃ ଏହି ସମୟରେ ସେମାନେ ଏକ ବିଦ୍ୟୁତ ତାରର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଏହି ଦୁର୍ଘଟଣାଟି ଘଟିଥିଲା । ତେବେ ଆହତଙ୍କ ମଧ୍ୟରେ ୩ଜଣ ଗୁରୁତର ଥିବା ମଧ୍ୟ ସେ କହିଛନ୍ତି । ଏହି ୨ଜଣ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି ଏବଂ ସେମାନଙ୍କୁ ଠିକ୍ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ରହସ୍ୟ ଘେରରେ Jr NTRଙ୍କ ଫ୍ୟାନ୍ସଙ୍କ ମୃତ୍ୟୁ, ଘଟଣାର ତଦନ୍ତ ଦାବି କଲେ ଅଭିନେତା

ସେପଟେ ଏହି ଖବର ଶୁଣି ସ୍ଥାନୀୟ ବିଧାୟକ ଚନ୍ଦ୍ର ଲାମାନି ସ୍ଥାନୀୟ ଡାକ୍ତରଖାନା ଲକ୍ଷ୍ମେଶ୍ବର ଡାକ୍ତରଖାନା ପରିଦର୍ଶନ କରି ଆହତମାନଙ୍କୁ ଭେଟିଛନ୍ତି । ଏଥିସହ ବିଧାୟକ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଏଚ.କେ ଘଟଣାର ସୂଚନା ସଂଗ୍ରହ ପାଇଁ ପାଟିଲ ଡେପୁଟି କମିଶନର ତଥା ପୋଲିସ ଅଧୀକ୍ଷକଙ୍କ ସହ ୟୋଗାୟୋଗ କରିଛନ୍ତି । ଏଥିସହ ପୀଡ଼ିତ ଏବଂ ଅନେକ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ସେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.