୩୩ ବର୍ଷରେ ଆଖି ବୁଝିଲେ ଗାୟକ ଟମ୍‌ ପାର୍କ, ବ୍ରେନ୍‌ ଟ୍ୟୁମରରେ ଥିଲେ ପୀଡିତ

author img

By

Published : Mar 31, 2022, 8:22 PM IST

୩୩ ବର୍ଷରେ ଆଖି ବୁଝିଲେ ଗାୟକ ଟମ୍‌ ପାର୍କ, ବ୍ରେନ୍‌ ଟ୍ୟୁମରରେ ଥିଲେ ପୀଡିତ

ଆଖି ବୁଝିଲେ ବ୍ରିଟିଶ ବ୍ୟାଣ୍ଡ ଦି ୱାଣ୍ଟେଡର ଗାୟକ ଟମ୍ ପାର୍କ । ବ୍ରେନ୍ ଟ୍ୟୁମରରେ ୩୩ ବର୍ଷିୟ ଗାୟକଙ୍କ ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଖି ବୁଝିଲେ ବ୍ରିଟିଶ ବ୍ୟାଣ୍ଡ ‘ଦି ୱାଣ୍ଟେଡ୍’ର ଗାୟକ ଟମ୍ ପାର୍କ । ବ୍ରେନ୍ ଟ୍ୟୁମରରେ ୩୩ ବର୍ଷିୟ ଗାୟକଙ୍କ ଦେହାନ୍ତ ହୋଇଛି। ଦୁଇ ବର୍ଷ ପୂର୍ବେ ଜଣାପଡିଥିଲା ତାଙ୍କୁ ବ୍ରେନ୍‌ ଟ୍ୟୁମର ହୋଇଛି । ଏନେଇ ତାଙ୍କ ପତ୍ନୀ କେଲସି ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଟମ୍‌ଙ୍କ ଦେହାନ୍ତ ସୂଚନା ଦେଇଛନ୍ତି ।

ଏହି ପୋଷ୍ଟରେ କେଲସି ଲେଖିଛନ୍ତି, ଟମ୍‌ ପରିବାର ଉପସ୍ଥିତିରେ ଏହି ଦୁନିଆକୁ ଅଲବିଦା କହି ଚାଲିଗଲେ। ଆମକୁ ଏକା କରି ଚାଲିଯାଇଛନ୍ତି। ଆମ ହୃଦୟ ବି ଭାଙ୍ଗିଯାଇଛି। ଟମ୍ ଆମ ଦୁନିଆର ଏକ କେନ୍ଦ୍ର ଥିଲେ ଆଉ ସମସ୍ତେ ତାଙ୍କ ହସି ଥିଲୁ । ଶକ୍ତିଶାଳୀ ଉପସ୍ଥିତି ବିନା ନିଜ ଜୀବନର କଳ୍ପନା ମଧ୍ୟ କରିପାରିବୁ ନାହିଁ । ତୁମର ଭଲପାଇବା ଏବଂ ସମର୍ଥନ ପାଇଁ ଆମେ କୃତଜ୍ଞ ଏବଂ ଏହା ସୁନିଶ୍ଚିତ କରିବାକୁ ଆମକୁ ଏକଜୁଟ ହେବାକୁ ପଡିବ । ଯେଉଁମାନେ ଆମକୁ ଟମଙ୍କ ଯତ୍ନ ନେବାରେ ସାହାଯ୍ୟ କରିଥିଲେ, ସମସ୍ତଙ୍କୁ ଧନ୍ୟବାଦ। ସେ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ଏବଂ ମୁଁ ତାଙ୍କ ପାଇଁ ସର୍ବଦା ଗର୍ବିତ ରହିବି।

୨୦୧୮ ରେ ଟମ୍ ଏବଂ କେଲସି ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ଝିଅ ଏବଂ ପୁଅ ଅଛି । ଟମଙ୍କ ଝିଅ ଆରେଲିଆ ୨୦୧୯ ରେ ଏବଂ ପୁଅ ଥୋମାସ ୨୦୨୧ ରେ ଜନ୍ମ ହୋଇଥିଲେ। କେଲସି ଦୁଇଟି ଫଟୋ ସେୟାର କରିଛନ୍ତି । ଗୋଟିଏରେ, ଟମଙ୍କର ଏକ କଳା ଏବଂ ଧଳା ଫଟୋ ଥିବାବେଳେ ଅନ୍ୟଟିରେ ପୁରା ପରିବାର ଏକାଠି ଦେଖାଯାଇଛନ୍ତି । ଉଲ୍ଲେଖନୀୟ ଯେ, 2020 ରେ ଟମଙ୍କୁ ବ୍ରେନ୍‌ ଟ୍ୟୁମର ହୋଇଥିଲା ଏବଂ ସେହି ବର୍ଷ ଅକ୍ଟୋବରରେ ସେ ଏହି ଖବର ସମସ୍ତଙ୍କ ସହ ସେୟାର କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.