ପରମବୀର ଚକ୍ର ବିଜେତା ବିକ୍ରମଙ୍କ ନାମରେ ନାମିତ ହେଲା ଦ୍ବୀପ, ଗର୍ବିତ ରିଲ୍ ଶେରଶାହ

ପରମବୀର ଚକ୍ର ବିଜେତା ବିକ୍ରମଙ୍କ ନାମରେ ନାମିତ ହେଲା ଦ୍ବୀପ, ଗର୍ବିତ ରିଲ୍ ଶେରଶାହ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରମବୀର ଚକ୍ର ବିଜେତାଙ୍କ ନାମରେ 21ଟି ଦ୍ବୀପିକୁ ନାମିତ କରିଛନ୍ତି । ସେଥିରେ କ୍ୟାପ୍ଟେନ ବିକ୍ରମ ବତ୍ରା ଙ୍କ ନାମ ରହିଛି । ଏ ନେଇ ଶୁସି ବ୍ୟକ୍ତ କରିଛନ୍ତି ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କଠୁ ନେଇ ଅନ୍ୟ ଅଭିନେତା ଓ ନିର୍ଦ୍ଦେଶକ । ଅଧିକ ପଢନ୍ତୁ
ହାଇଦ୍ରାବାଦ: ଆଜି ପରାକ୍ରମ ଦିବସ । ଏହି ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର 21ଟି ନାମବିହୀନ ଦ୍ବୀପକୁ ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ସେନାଧିକାରୀଙ୍କ ନାମରେ ନାମିତ କରିଛନ୍ତି । ଏଥିରେ ବାହାଦୂର ଓ ବୀର ଯବାନ କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ ନାମରେ ଏକ ଦ୍ବୀପ ରହିଛି । ତାଙ୍କ ସାହାସିକତାକୁ ନେଇ ଆଧାରିତ ଫିଲ୍ମ ଶେରଶାହାର ଅଭିନେତା ତଥା ବିକ୍ରମଙ୍କ ଭୂମିକା ତୁଲାଇଥିବା ସିଦ୍ଧାର୍ଥ ମଲହୋତ୍ରା ଖୁସି ବ୍ୟକ୍ତ କରିଛନ୍ତି ।
-
सभी 21 परमवीर...सबके लिए एक ही संकल्प था- राष्ट्र सर्वप्रथम! India First! pic.twitter.com/4LarHjMkU1
— PMO India (@PMOIndia) January 23, 2023
କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ ନାମରେ ବାତ୍ରା ଆଇଲ୍ୟାଣ୍ଡ ନାମିତ ହୋଇଛି । ଏ ନେଇ ଗର୍ବ ଅନୁଭବ କରିଛନ୍ତି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଟ୍ବିଟ କରି ସିଦ୍ଧାର୍ଥ ଲେଖିଛନ୍ତି, "ଆମ ହିରୋ କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ନାମରେ ଆଣ୍ଡାମାନ ଦ୍ବୀପ ନାମିତ ଖବରକୁ ନେଇ ଗର୍ବିତ । ମୁଁ ଏହି ମହାନ ବ୍ୟକ୍ତିଙ୍କ ଚରିତ୍ର ନିଭାଇ ନିଜକୁ ସୌଭାଗ୍ୟ ମନେ କରୁଛି । ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ଶେରଶାହକୁ ସର୍ବଦା ଜୀବିତ କରି ରଖିବ ।"
ଏହା ବି ପଢନ୍ତୁ...Parakram Diwas: ପରମବୀର ବିଜେତାଙ୍କ ନାମରେ ନାମିତ ହେଲା 21 ଦ୍ବୀପ
-
The very news that an island in Andaman & Nicobar is named after our hero Capt. Vikram Batra leaves me with goosebumps!
— Sidharth Malhotra (@SidMalhotra) January 23, 2023
My heart swells with pride that I was fortunate to live his role on screen. This step taken by PM @narendramodi ensures that Shershaah lives on forever.
କାର୍ଗିଲ ଯୁଦ୍ଧରେ ଦିଲ ମାଙ୍ଗେ ମୋର କୋଡୱାର୍ଡ ସହ ବିଜୟ ଘୋଷଣା କରିଥିବା କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ ନାମରେ ଆଣ୍ଡାମାନର ଏକ ଦ୍ୱୀପକୁ ସମର୍ପିତ କରାଯାଇଛି । ବିକ୍ରମଙ୍କ ସମେତ 21 ଜଣ ପରମବୀରଙ୍କ ପାଇଁ ଦ୍ବୀପର ନାମକରଣ କରାଯାଇଛି । କ୍ୟାପଟେନ୍ ବାତ୍ରାଙ୍କ ନାମ ଶୁଣିଲେ ଶତ୍ରୁ ଛାନିଆ ହୋଇଯାଏ । ସେ ଅଦମ୍ୟ ସାହାସ ପାଇଁ ଭାରତୀୟ ସେନାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ଖାଲି ସେତିକି ନୁହେଁ ତାଙ୍କ ଡାଏରୀ ମଧ୍ୟ ଦେଶପ୍ରେମୀ କବିତାରେ ପରିପୂର୍ଣ୍ଣ ଥିଲା । ତାଙ୍କ ବନ୍ଧୁ ଏବଂ ପରିବାରବର୍ଗଙ୍କୁ ସେ ଏକ ପ୍ରତିଶ୍ରୁତି ଦେଇଥିଲେ, 'ହୁଏତ ମୁଁ ଉଡୁଥିବା ତ୍ରିରଙ୍ଗା ନେଇ ଫେରିବି, କିମ୍ବା ନିଜେ ତ୍ରିରଙ୍ଗାରେ ଗୁଡାଇ ହୋଇ ଫେରିବି, କିନ୍ତୁ ମୁଁ ଫେରିବି ନିଶ୍ଚିତ । ଯାହା ସତ ହୋଇଥିଲା । ସେ ଦେଶ ପାଇଁ ଜୀବନ ଦେଇଥିଲେ । ତାଙ୍କର ଦେଶପ୍ରତି ବଳିଦାନକୁ ନେଇ ଏକ ଫିଲ୍ମ ନିର୍ମାଣ ହୋଇଥିଲା ଯାହାର ନାମ ଶେରଶାହା । ତାଙ୍କୁ କାର୍ଗିଲ ହିରୋ କୁହାଯାଏ । ସେଥିରେ ବିକ୍ରମଙ୍କ ଚରିତ୍ରରେ ଅଭିନୟ କରିଥିଲେ ସିଦ୍ଧାର୍ଥ । 2021ରେ ଜୁଲାଇ 2 ପରଦାକୁ ଆସିଥିଲା ।
