ETV Bharat / entertainment

'କ୍ଲିନିକାଲି ମୁଁ ମରିଯାଇଥିଲି', ହାର୍ଟ ଆଟାକରୁ ସୁସ୍ଥ ପରେ ଅନୁଭୂତି ବଖାଣିଲେ ଶ୍ରେୟସ

author img

By ETV Bharat Odisha Team

Published : Jan 3, 2024, 2:00 PM IST

Shreyas Talpade Opens Up On Heart Attack: ଗତ ବର୍ଷ ଡିସେମ୍ବରରେ ହୃଦଘାତର ଶିକାର ହୋଇଥିଲେ ଶ୍ରେୟସ ତଲପଡେ । ହସ୍ପିଟାଲରେ ୬ଦିନ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ଅଭିନେତା । ବର୍ତ୍ତମାନ ଅଭିନେତା ନିଜ ସ୍ବାସ୍ଥ୍ୟବସ୍ଥାକୁ ନେଇ ଅନୁଭୂତି ସେୟାର କରିଛନ୍ତି । ଅଧିକ ପଢନ୍ତୁ

'କ୍ଲିନିକାଲି ମୁଁ ମରିଯାଇଥିଲି', ହାର୍ଟ ଆଟାକରୁ ସୁସ୍ଥ ପରେ ଅନୁଭୂତି ବଖାଣିଲେ ଶ୍ରେୟସ
'କ୍ଲିନିକାଲି ମୁଁ ମରିଯାଇଥିଲି', ହାର୍ଟ ଆଟାକରୁ ସୁସ୍ଥ ପରେ ଅନୁଭୂତି ବଖାଣିଲେ ଶ୍ରେୟସ

ହାଇଦ୍ରାବାଦ: ବଲିଉଡ ଅଭିନେତା ଶ୍ରେୟସ ତଲପଡେ ୨୦୨୩, ଡିସେମ୍ବରରେ ହୃଦଘାତର ଶିକାର ହୋଇଥିଲେ । ଯାହାପରେ ଅଭିନେତାଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଅଭିନେତା ହସ୍ପିଟାଲରେ ୬ ଦିନ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏହି ଘଟଣା ପରେ ବର୍ତ୍ତମାନ ଅଭିନେତା ତଲପଡେ ନିଜ ସ୍ବାସ୍ଥ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ''ଏହି ଘଟଣା ମୋତେ ସ୍ବାସ୍ଥ୍ୟର ମହତ୍ତ୍ବ ବିଷୟରେ ବୁଝାଇ ଦେଇଛି । କ୍ଲିନିକାଲି ମୁଁ ମରିଯାଇଥିଲି । ଯଦି ମୋର ଠିକ ସମୟରେ ଚିକିତ୍ସା ହୋଇନଥାନ୍ତା ତେବେ ହୁଏତ ମୁଁ ଆଜି ବଞ୍ଚିନଥାନ୍ତି ।''

ନିକଟରେ ଏକ ସାକ୍ଷାତକାରରେ ଶ୍ରେୟସ ତଲପଡେ ନିଜ ହୃଦଘାତ ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ମୁଁ 'ୱେଲକମ ଟୁ ଜଙ୍ଗଲ'ର ସୁଟିଂ ସାରି ଘରକୁ ଫେରୁଥିଲି । ସେହି ସମୟରେ ମୋତେ ଶ୍ବାସକ୍ରିୟା ନେବାରେ ଅସୁବିଧା ହୋଇଥିଲା ଏବଂ ମୋର ବାମ ହାତରେ ଯନ୍ତ୍ରଣା ହୋଇଥିଲା । ମୋତେ ଲାଗିଲା ମାଂସପେଶୀରେ ଯନ୍ତ୍ରଣା କାରଣ ମୁଁ ଆକ୍ସନ ସିନ ସୁଟ କରିଥିଲି । କିନ୍ତୁ କାରରେ ମୋର ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା ।

ଅଭିନେତା ଆହୁରି କହିଛନ୍ତି, ମୁଁ ସେହି ଅବସ୍ଥାରେ ଘରକୁ ଫେରିଥିଲି ଏବଂ ମୋର ସ୍ତ୍ରୀ ମୋତେ ହସ୍ପିଟାଲ ନେଇଥିଲେ । ହେଲେ ରାସ୍ତାରେ ଟ୍ରାଫିକ ସମସ୍ୟା ପରେ ବି କିଛି ଲୋକଙ୍କ ସହାୟତାରେ ସେ ଜରୁରୀକାଳୀନ ଚିକିତ୍ସା ସହାୟତା ମିଳିଥିଲା । ପରେ ସେ ହସ୍ପିଟାଲ ପହଞ୍ଚିବା ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଏହି ସମୟରେ ମୁଁ ଅନୁଭବ କରିଥିଲି ଯେ, ମୁଁ କ୍ଲିନିକାଲି ମୁଁ ମରି ଯାଇଥିଲି । ମୋ ସହ ଏହା ଏକ ବଡ ଘଟଣା ହୋଇଛି । ଯଦି ମୋର ଠିକ ସମୟରେ ଚିକିତ୍ସା ହୋଇନଥାନ୍ତା ତେବେ ହୁଏତ ମୁଁ ଆଜି ବଞ୍ଚିନଥାନ୍ତି । ମୋର ଦ୍ବିତୀୟ ଜନ୍ମ ହୋଇଛି ଏବଂ ଏହାର ଶ୍ରେୟ ମୋର ପତ୍ନୀ ଏବଂ ସେହି ଲୋକମାନଙ୍କୁ ଦେବାକୁ ଚାହୁଁଛି, ଯେଉଁମାନେ ସେହି ସମୟରେ ମୋତେ ସାହାଯ୍ୟ କରିଥିଲେ ।''

ଏହା ମଧ୍ୟ ପଢନ୍ତୁ: ହସ୍ପିଟାଲରୁ ଡିସଚାର୍ଜ ହେଲେ ଶ୍ରେୟସ ତଲପଡେ, ପତ୍ନୀ କହିଲେ, 'ମୋ ଜୀବନ ଫେରିଆସିଲା'

ଏଥିସହ ସେ ଆହୁରି କହିଛନ୍ତି ଯେ, ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ସତ୍ତ୍ବେ ଧୂମପାନରୁ ଦୂରେଇ ରହିବା, ବେଳେବେଳେ ମଦ୍ୟପାନ କରିବା ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ସତ୍ତ୍ବେ ସେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା କହିଛନ୍ତି । ସେ କୋଭିଡ ପରବର୍ତ୍ତୀ ମାମଲାକୁ ନେଇ ମଧ୍ୟ କହିଛନ୍ତି ଯେ, ସୁସ୍ଥ ବ୍ୟକ୍ତିମାନେ ମଧ୍ୟ ହୃଦଘାତର ଶିକାର ହୋଇଥିଲେ । ଏହି ସମୟରେ ନିଜ ଅନୁଭୂତିକୁ ସେୟାର କରିବା ସହ ଲୋକଙ୍କୁ ସ୍ବାସ୍ଥ୍ୟକୁ ଅଣଦେଖା ନକରି ବିଶେଷ ଯତ୍ନବାନ ଏବଂ ସ୍ବାସ୍ଥ୍ୟର ନିୟମିତ ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.