ETV Bharat / entertainment

ବବିଙ୍କ 'ଜମାଲ କୁଡ୍ଡୁ' ଗୀତରେ ନାଚିଲେ ଭାଇଜାନ

author img

By ETV Bharat Odisha Team

Published : Dec 31, 2023, 10:30 AM IST

Salman Dance On Jamal Jamalo Song: ବିଗ୍ ବସ୍ ୧୭ ଶୋ'ର ଲାଟେଷ୍ଟ ପ୍ରମୋ ସେୟାର କରାଯାଇଛି । ଯେଉଁଥିରେ ଆନିମଲ ଫିଲ୍ମର ଲୋକପ୍ରିୟ ଗୀତ 'ଜମାଲ କୁଡ୍ଡୁ'ରେ ସଲମାନ ଠୁମକା ଲଗାଉଥିବା ନଜର ଆସିଛନ୍ତି । ଦେଖନ୍ତୁ ଭିଡିଓ

ବବି ଦେଓଲଙ୍କ 'ଜମାଲ କୁଡ୍ଡୁ' ଗୀତରେ ନାଚିଲେ ଭାଇଜାନ, ବିଗ ବସ୍ ୧୭ ଘରେ ଏମିତି ପାଳିବେ ନୂଆ ବର୍ଷ
ବବି ଦେଓଲଙ୍କ 'ଜମାଲ କୁଡ୍ଡୁ' ଗୀତରେ ନାଚିଲେ ଭାଇଜାନ, ବିଗ ବସ୍ ୧୭ ଘରେ ଏମିତି ପାଳିବେ ନୂଆ ବର୍ଷ

ହାଇଦ୍ରାବାଦ: ବିଗ ବସ୍ ୧୭ ଘରେ ନୂଆ ବର୍ଷ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ମଧ୍ୟରେ ବର୍ତ୍ତମାନ ଶୋ'ର ଲାଟେଷ୍ଟ ପ୍ରୋମୋ ସେୟାର କରାଯାଇଛି । ଯେଉଁଥିରେ ଆନିମଲ ଫିଲ୍ମର ଲୋକପ୍ରିୟ ଗୀତ 'ଜମାଲ କୁଡ୍ଡୁ'ରେ ସଲମାନ ଠୁମକା ଲଗାଉଥିବା ନଜର ଆସିଛନ୍ତି । ଏହି ଭିଡିଓରେ ସଲମାନ ବବି ଦେଓଲଙ୍କ ସିଗ୍ନେଚର ଷ୍ଟେପ କରୁଥିବା ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ବେଶ୍ ଭାଇରାଲ ହେବାରେ ଲାଗିଛି ।

ବିଗ ବସ୍ ୧୭ର ଲାଟେଷ୍ଟ ପ୍ରୋମୋ ତଥା ନୂଆ ବର୍ଷର ପ୍ରୋମୋ ନିର୍ମାତା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓରେ ସଲମାନ ଖାନ, ଧର୍ମେନ୍ଦ୍ର, ଅରବାଜ ଖାନ, ସୋହିଲ ଖାନ ଏବଂ ଲୋକପ୍ରିୟ ହାସ୍ୟ ଅଭିନେତା କ୍ରିଷ୍ଣା ଅଭିଷେକ ନଜର ଆସିଛନ୍ତି । ଏହି ସମୟରେ ସମସ୍ତ ତାରକା ଆନିମଲ ଫିଲ୍ମର ଲୋକପ୍ରିୟ ଗୀତ 'ଜମାଲ କୁଡ୍ଡୁ'ରେ ଠୁମକା ଲଗାଉଥିବା ନଜର ଆସିଛନ୍ତି । ସଲମାନ ବବି ଦେଓଲଙ୍କ ସିଗ୍ନଚେର ଷ୍ଟେପ କରୁଥିବା ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହ ଭାଇଜାନଙ୍କ ପ୍ରଶଂସା କରୁଛନ୍ତି ।

ସୂଚନା ଥାଉକି, ବିଗ ବସ୍ ୧୭ ଘରେ ନୂଆ ବର୍ଷ ବଲିଉଡ ଭେଟେରାନ ତାରକା ଧର୍ମେନ୍ଦ୍ରଙ୍କ ସହ ସେଲିବ୍ରେଟ କରାଯିବ । ଏଥର ବିଗ ବସ୍ ଘରେ ଧର୍ମେନ୍ଦ୍ର ଅତିଥି ଭାବେ ନଜର ଆସିବ ଏବଂ ଏହି ସମୟରେ ଧର୍ମେନ୍ଦ୍ରଙ୍କ ସହ ଶୋ'ରେ ସଲମାନ ଖୁବ୍ ମସ୍ତି କରିବା ସହ ପ୍ରତିଯୋଗୀମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଶୋ' ଆଜି ରାତି ୯.୩୦ରେ ପ୍ରସାରିତ ହେବ ।

ଏହା ମଧ୍ୟ ପଢନ୍ତୁ: ପ୍ଲବିକ ଡିମାଣ୍ଡରେ ରିଲିଜ ହେଲା 'ଜମାଲ କୁଡୁ' ଗୀତର ଭିଡିଓ, ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ 'ଆନିମଲ'

କହିରଖୁଛୁ କି, ଡିସେମ୍ବର ୧ରେ ରିଲିଜ ହୋଇଥିଲା 'ଆନିମଲ' ବକ୍ସ ଅଫିସରେ ଖୁବ ପ୍ରଶଂସା ସାଉଁଟୁଛି । ଏବେ ସୁଦ୍ଧା ଥିଏଟରରେ ଫିଲ୍ମର ଜଲୱା ଜାରି ରହିଥିବା ବେଳେ ୫୦୦ କୋଟିରୁ ଅଧିକ ଆୟ କରି ଫିଲ୍ମ ସଫଳତା ହାସଲ କରିଛି । ଏହି ଫିଲ୍ମର ବବି ଦେଓଲଙ୍କ ଲୋକପ୍ରିୟ ଗୀତ 'ଜମାଲ କୁଡ୍ଡୁ' ଗୀତ ବେଶ ଟ୍ରେଣ୍ଡ କରୁଛି । ପବ୍ଲିକ ଡିମାଣ୍ଡରେ ଏହି ଗୀତର ଭିଡିଓ ଭର୍ସନ ଆଜି ରିଲିଜ ହୋଇଥିଲା । ସୋସିଆଲ ମିଡିଆରେ ଏହି ଗୀତ ରିଲିଜ ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ୮ ହଜାରରୁ ଅଧିକ ଭ୍ୟୁ ମିଳିଥିଲା । ଲେକେ ଏହି ଗୀତକୁ ବେଶ ପସନ୍ଦ କରୁଛନ୍ତି ଏବଂ ଏହି ଗୀତରେ ବବିଙ୍କ ସିଗ୍ନେଚର ଷ୍ଟେପ ସହ ସମସ୍ତେ ରିଲ କରୁଥିବା ନଜର ଆସିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.