ETV Bharat / entertainment

ଭାଣିଜୀଙ୍କ ସହ କେକ୍ କାଟି ବର୍ଥ ଡେ ସେଲିବ୍ରେଟ କଲେ ଭାଇଜାନ, ଝଲକ ଦେଖାଇଲେ ବବି ଦେଓଲ

author img

By ETV Bharat Odisha Team

Published : Dec 27, 2023, 10:14 AM IST

Salman Khan And His Niece Aayat Birthday: ସଲମାନ ଖାନ ଏବଂ ଭାଣିଜୀ ଆୟତ ଆଜି ୨୭ ଡିସେମ୍ବରରେ ଉଭୟ ଜନ୍ମଦିନ ପାଳନ କରିଛନ୍ତି । ଏହି ସେଲିବ୍ରେସନ ସମାରୋହରେ ବବି ଦେଓଲ, ଅରବାଜ ଖାନ, ଅରହାନ ଖାନ ସମେତ ବହୁ ସେଲିବ୍ରିଟି ସାମିଲ ହୋଇଥିଲେ । ଦେଖନ୍ତୁ ଭିଡିଓ

ଭାଣିଜୀଙ୍କ ସହ କେକ୍ କାଟି ବର୍ଥ ଡେ ସେଲିବ୍ରେଟ କଲେ ଭାଇଜାନ, ଝଲକ ଦେଖାଇଲେ ବବି ଦେଓଲ
ଭାଣିଜୀଙ୍କ ସହ କେକ୍ କାଟି ବର୍ଥ ଡେ ସେଲିବ୍ରେଟ କଲେ ଭାଇଜାନ, ଝଲକ ଦେଖାଇଲେ ବବି ଦେଓଲ

ହାଇଦ୍ରାବାଦ: ବଲିଉଡ୍‌ ଭାଇଜାନ ସଲମାନ ଖାନ ଆଜି ତାଙ୍କ ୫୮ତମ ଜନ୍ମଦିନ ପାଳନ କରୁଛନ୍ତି । ଆଜି ଖାନ ପରିବାରରେ କେବଳ ଭାଇଜାନଙ୍କ ନୁହଁନ୍ତି ବରଂ ଭଉଣୀ ଅର୍ପିତା ଖାନ୍‌ଙ୍କ ଝିଅ ତଥା ତାଙ୍କର ଭାଣିଜୀ ଆୟତ ମଧ୍ୟ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ସଲମାନ ଖାନ୍‌ ତାଙ୍କ ଭାଣିଜୀଙ୍କ ସହ ଏକାଠି ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ପରିବାର ସମେତ କିଛି ବଲିଉଡ୍‌ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସଲମାନ ନିଜ ୫୮ତମ ଜନ୍ମଦିନରେ ଭାଣିଜୀ ଆୟତଙ୍କ ସହ କେକ୍ କାଟି ଧୁମଧାମରେ ଜନ୍ମଦିନ ପାଳନ କରିଛନ୍ତି । ଏହି ସମୟରେ ସଲମାନ ଏବଂ ଭାଣିଜୀଙ୍କ ସହ ଭଉଣୀ ଅର୍ପିତା ଖାନ, ଆୟୁଷ ଶର୍ମା, ଭାଇ ଅରବାଜ ଖାନ ଅରହାନ ଖାନ, ଅଲବିରା ଖାନ ଅଗ୍ନିହୋତ୍ରୀ, ବବି ଦେଓଲ, ସାଜିଦ ସମେତ ଅନେକ ପରିବାର ସଦସ୍ୟ ଏବଂ ସାଙ୍ଗସାଥୀ ସାମିଲ ହୋଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ସଲମାନ ଏବଂ ଆୟତ କେକ୍‌ କାଟିବା ସମୟରେ ହେଲେନ୍‌, ଅର୍ପିତା ଜନ୍ମଦିନ ଗୀତ ଗାଉଥିବା ନଜର ଆସିଛନ୍ତି । ସଲମାନ୍‌ ଲାଡଲି ଭାଣିଜୀଙ୍କୁ କେକ୍‌ ଖୁଆଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ଭାଇରାଲ ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି । ଏବଂ ଉଭୟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ବବି ଦେଓଲ ଏହି ଜନ୍ମଦିନ ସେଲିବ୍ରେସନର କିଛି ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରଥମ ଫଟୋରେ ସେ ସେଲଫି ନେବା ସମୟରେ ସଲମାନଙ୍କ ଗାଲରେ କିସ୍‌ କରୁଥିବା ନଜର ଆସିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି, 'ମାମୁଁ ମୁଁ ତୁମକୁ ଭଲ ପାଏ ।' ୨ୟ ଫଟୋରେ ଉଭୟ ହସି କ୍ୟାମେରା ଆଗରେ ପୋଜ୍‌ ଦେଉଥିବା ନଜର ଆସିଛନ୍ତି । ଏହି ପୋଷ୍ଟ ସେୟାର ହେବା ମାତ୍ରେ ଭାଇ ସନ୍ନି ଦେଓଲ ଲାଲ ହାର୍ଟ ଇମୋଜି ଦେବା ସହ ଉଭୟଙ୍କ ପ୍ରଶଂସା କରିଛନ୍ତି । ସେହିପରି ଅନେକ ସେଲିବ୍ରିଟି ଏବଂ ଫ୍ୟାନ୍ସ ମଧ୍ୟ ଏହାକୁ ଲାଇକ୍‌ କରିଛନ୍ତି । ଏବଂ ଭାଇଜାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭାଇଜାନଙ୍କ ସହ ସମ୍ପର୍କକୁ ନେଇ କ୍ୟାଟ୍ରିନାଙ୍କ ଖୁଲାସା, କହିଲେ-ତାଙ୍କ ସହ ରହିବା ମୋ ପାଇଁ...

ସେପଟେ ମ୍ୟୁଜିସିଆନ ସାଜିଦ ମଧ୍ୟ ଏହି ସମାରୋହରେ ସାମିଲ ହୋଇଥିବା ବେଳେ ସେ ମଧ୍ୟ ସୋସିଆଲ ମିଡିଆରେ ଏହାର କିଛି ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି । ସେ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏହା ସେୟାର କରିଛନ୍ତି । ପ୍ରଥମ ଫଟୋରେ ସେ ସଲମାନଙ୍କ ସହ ସେଲଫି ନେଉଥିବା ଦେଖିବାକୁ ମିଳିଛି । ୨ୟ ଟିରେ ସେ ବବି ଦେଓଲଙ୍କ ସହ ସେଲଫି ନେଉଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.