ETV Bharat / entertainment

ଗର୍ଭାବସ୍ଥାରେ ରୁବିନା ଦିଲାଇକଙ୍କ ବୋଲ୍ଡ ଅନ୍ଦାଜ, ଫ୍ୟାନ୍ସ କଲେ ଏମିତି କମେଣ୍ଟ

author img

By ETV Bharat Odisha Team

Published : Oct 7, 2023, 12:33 PM IST

ବେବି ବମ୍ପ ସହିତ ରୁବିନାଙ୍କ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନ କିଛି ୟୁଜର୍ସ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ରୁବିନା ଦିଲାଇକ
ରୁବିନା ଦିଲାଇକ

ମୁମ୍ବାଇ: ଟିଭିର ଛୋଟି ବୋହୂ ରୁବିନା ଦିଲାଇକ୍ 16 ସେପ୍ଟେମ୍ବରରେ ଗର୍ଭବତୀ ଥିବା ଘୋଷଣା କରିଥିଲେ । ସେବେଠାରୁ ରୁବିନା ପ୍ରଶଂସକଙ୍କ ପାଇଁ ଭିଡିଓ ଏବଂ ଫଟୋ ମଧ୍ୟ ସେୟାର କରୁଛନ୍ତି । ବେବି ବମ୍ପ ସହିତ ରୁବିନାଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ବର୍ତ୍ତମାନ ୟୁଜର୍ସ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ରୁବିନା ଦିଲାଇକ୍ ଆଜିକାଲି ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି । ଟ୍ରେଣ୍ଡି ଫ୍ୟାଶନ୍ ପାଇଁ ଜଣାଶୁଣା ରୁବିନା ପୁଣି ଥରେ ତାଙ୍କ ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ଅଛନ୍ତି । ଗର୍ଭାବସ୍ଥାରେ ମଧ୍ୟ ରୁବିନା ଦିଲାଇକ୍ ବହୁତ ଷ୍ଟାଇଲିସ୍ ପୋଷାକ ପିନ୍ଧିଛନ୍ତି । ସେ ପ୍ରତିଦିନ ସୋସିଆଲ ମିଡିଆରେ ନିଜ ବେବି ବମ୍ପ ସହିତ ଫଟୋ ସେୟାର କରୁଛନ୍ତି ।

ନିକଟରେ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ବୋଲ୍ଡ ଷ୍ଟାଇଲରେ ଦେଖିବାକୁ ମିଳିଛି । ଡିପ୍‌ ନେକ୍‌ ଏବଂ ଛୋଟ ପୋଷାକରେ ରୁବିନା ଯେଉଁଭଳି ଭାବରେ ନିଜକୁ କ୍ୟାରି କରିଛନ୍ତି ତାହା ପ୍ରଶଂସନୀୟ । ଗର୍ଭଧାରଣର ଚମକ ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି । ତାଙ୍କର ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରେ କମେଣ୍ଟ ବର୍ଷା ଆରମ୍ଭ ହୋଇଯାଇଛି । ଅନେକ ଲୋକ ରୁବିନାଙ୍କ ଏହି ଲୁକ୍‌ ପ୍ରଶଂସା କରିଥିବା ବେଳେ ଅନେକ ୟୁଜର୍ସ ତାଙ୍କ ବୋଲ୍ଡ ଅନ୍ଦାଜକୁ ପସନ୍ଦ କରୁନାହାନ୍ତି । ଆଉ କିଛି ୟୁଜର୍ସ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବେବି ମୁନ୍‌ରେ ବାହାରିଲେ ରୁବିନା ଦିଲାଇକ୍, ଟ୍ରୋଲ କଲେ ଫ୍ୟାନ୍ସ

ୟୁଜରମାନଙ୍କ ମଧ୍ୟରୁ ଜଣେ ମନ୍ତବ୍ୟରେ ଲେଖିଛନ୍ତି ଯେ 'ସେ ସମ୍ପୂର୍ଣ୍ଣ ପାଗଳ ହୋଇଯାଇଛନ୍ତି ... ଜଣେ ମୂର୍ଖ ମହିଳା' । ଅନ୍ୟ ଜଣେ ମନ୍ତବ୍ୟରେ କହିଛନ୍ତି ସେ କେତେ ଅପରିଷ୍କାର ଦେଖାଯାଉଛନ୍ତି । ଆଉ ଜଣେ ୟୁଜର ଲେଖିଛନ୍ତି, 'ଆପଣ କୌଣସି ଆଶ୍ଚର୍ଯ୍ୟ ସୃଷ୍ଟି କରୁଛନ୍ତି କି ?

ଏହା ମଧ୍ୟ ପଢନ୍ତୁ: ମହାଦେବ ବେଟିଂ ଆପ୍ ମାମଲା: ପ୍ରଡକ୍ସନ୍ ହାଉସରେ ଇଡିର ଚଢାଉ, ଟଙ୍କା କାରବାର ଅଭିଯୋଗ

କହିରଖୁଛୁ ଯେ, ନିକଟରେ ରୁବିନା ଲସ୍ ଆଞ୍ଜେଲସରେ ନିଜର ବେବିମୁନ୍ ପାଳନ କରିବା ପରେ ଭାରତ ଫେରିଥିଲେ । ସେଠାରୁ ଫେରିବା ପରେ, ସେପ୍ଟେମ୍ବର 16 ତାରିଖରେ ରୁବିନା ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କହିଥିଲେ ଯେ, ସେ ଏବଂ ତାଙ୍କ ସ୍ୱାମୀ ଅଭିନଭ ଶୁକ୍ଲା ଖୁବଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.