Ryan Grantham: ଅଭିନେତା ରିଆନ୍‌ ଗ୍ରନ୍ଥମ୍‌ଙ୍କୁ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ, ନିଜ ମାଆଙ୍କୁ କରିଥିଲେ ହତ୍ୟା

author img

By

Published : Sep 23, 2022, 8:40 PM IST

ଅଭିନେତା ରିଆନ୍‌ ଗ୍ରନ୍ଥମ୍‌ଙ୍କୁ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ, ନିଜ ମାଆଙ୍କୁ କରିଥିଲେ ହତ୍ୟା

ହଲିଉଡ଼ ଅଭିନେତା ରିଆନ୍‌ ଗ୍ରନ୍ଥମ୍‌ (Ryan Grantham) ମାତୃହନ୍ତା । ନିଜ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହଲିଉଡ଼ ଅଭିନେତା ରିଆନ୍‌ ଗ୍ରନ୍ଥମ୍‌ (Ryan Grantham)ଙ୍କୁ ଅଦାଲତ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଧିକ ପଢନ୍ତୁ

ଲସ୍‌ ଆଞ୍ଜେଲସ: ନିଜ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହଲିଉଡ଼ ଅଭିନେତା ରିଆନ୍‌ ଗ୍ରନ୍ଥମ୍‌ (Ryan Grantham)ଙ୍କୁ ଅଦାଲତ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରସିଦ୍ଧ ନେଟଫ୍ଲିକ୍ସ ସୋ' ରିଭରଡେଲରେ ଅଭିନୟ କରିଥିବା ୨୪ ବର୍ଷୀୟ ରିଆନ୍‌ ଗ୍ରନ୍ଥମ୍‌ ତାଙ୍କ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ରିଆନ୍‌ ଗ୍ରନ୍ଥମ୍‌ ମାତ୍ର 6 ମାସ ପୂର୍ବରୁ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହି ମାମଲାରେ ଅଭିନେତାଙ୍କୁ ବର୍ତ୍ତମାନ ଦଣ୍ଡିତ କରାଯାଇଛି ।

ଏହି ଦଣ୍ଡ ଘୋଷଣା କରିବା ବେଳେ କୋର୍ଟ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଅନୁଯାୟୀ, ରିଆନ୍‌ ଗ୍ରନ୍ଥମ୍‌ ତାଙ୍କ ଜୀବନରେ ଆଉ ବନ୍ଧୁକ ବ୍ୟବହାର କରିପାରିବେ ନାହିଁ । ଏଥିସହ ତାଙ୍କୁ ଜେଲରେ ରହିବା ପରେ 14 ବର୍ଷ ପର୍ଯ୍ୟନ୍ତ ପାରୋଲରେ ମୁକ୍ତ କରାଯିବ ନାହିଁ । କାନାଡାର ଭାନକୋଭରରେ ଥିବା ବ୍ରିଟିଶ କଲମ୍ବିଆର ସୁପ୍ରିମକୋର୍ଟ ରିଆନ୍‌ ଗ୍ରନ୍ଥମ୍‌ଙ୍କୁ ଏହି ମାମଲାରେ ଦଣ୍ଡିତ କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ମାର୍ଚ୍ଚ 2020 ରେ ଅଭିନେତା ତାଙ୍କର 64 ବର୍ଷ ବୟସ୍କା ମା’ ବାରବରା ​‌ୱେ​ଙ୍କୁ ଗୁଳି କରିଥିଲେ । ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଷ୍ଟିସ କ୍ୟାଥଲିନ୍ କେର କୋର୍ଟଙ୍କ ନିଷ୍ପତ୍ତି ପ୍ରଦାନ କରିବାବେଳେ ଏହି ଘଟଣାକୁ ଦୁଃଖଦ, ହୃଦୟ ବିଦାରକ ଏବଂ ଜୀବନ ପ୍ରତି ବିପଦ ବୋଲି ବର୍ଣ୍ଣନା କରିଛନ୍ତି ।

ସୂଚନା ଅନୁଯାୟୀ, ହଲିଉଡ଼ ମୁଭି ଦ ଡାଇରୀ ଅଫ୍‌ ଏ ୱିମ୍ପି କିଡ (The Diary of a Wimpy Kid)ରେ ନିଖୁଣ ଅଭିନୟ ନିମନ୍ତେ ଅଭିନେତା ରିଆନ୍‌ ଗ୍ରନ୍ଥମ୍‌ଙ୍କୁ ରାତାରାତି ପ୍ରସିଦ୍ଧି ଆଣି ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.