ବାପା ସୁପରମ୍ୟାନର ଟ୍ରେଲର ରିଲିଜ୍, ଜାନୁଆରୀରେ ପରଦାକୁ ଆସିବ ଫିଲ୍ମ

author img

By

Published : Dec 17, 2022, 12:54 PM IST

ବାପା ସୁପରମ୍ୟାନ ଟ୍ରେଲର ରିଲିଜ୍

ଜାନୁଆରୀରେ ପରଦାକୁ ଆସିବ ବାପା ସୁପରମ୍ୟାନ । ଯାହାର ଟ୍ରେଲର ଗତକାଲି ଏକାମ୍ର ହାଟରେ ରିଲିଜ୍ ହୋଇଛି । ଅଧିକ ପଢନ୍ତୁ

ବାପା ସୁପରମ୍ୟାନ ଟ୍ରେଲର ରିଲିଜ୍

ଭୁବନେଶ୍ବର: ଜାନୁଆରୀରେ ପରଦାକୁ ଆସିବ ବାପା ସୁପରମ୍ୟାନ (Bapa Superman )। ଯାହାର ଟ୍ରେଲର ଗତକାଲି ଏକାମ୍ର ହାଟରେ ରିଲିଜ୍ ହୋଇଯାଇଛି । ଓଁକାର ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ବାପା ସୁପରମ୍ୟାନ । ବାପା କାହା ପାଇଁ କ‘ଣ, ବାପା ସୁପରମ୍ୟାନ କେମିତି ବା ବାପାଙ୍କ ତ୍ୟାଗ ଓ ଭଲପାଇବାର ନିଦର୍ଶନ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । ଏହି ଫିଲ୍ମଟି ଜାନୁଆରୀରେ ରିଲିଜ୍‌ ହେବ ।

ମୌଳିକ କାହାଣୀ ଉପରେ ଏହି ଫିଲ୍ମ ଆଧାରିତ ହୋଇଛି । ସୁଧାଂଶୁ ମୋହନ ସାହୁଙ୍କ ଦ୍ଵାରା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ତଥା ବାପା ଭୂମିକାରେରେ ଅଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଆଉ ତାଙ୍କ ପୁଅ ଭୂମିକାରେ ଅଛନ୍ତି ଶୁଭମ୍ । ଅନ୍ୟ ଭୂମିକାରେ ସୁପ୍ରିୟା ଶୁଭ୍ରାଂଶୁ ସୋଫିଆ ଆଲମ୍ ପ୍ରକାଶ ଜେନା ପ୍ରମୁଖ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା । ତେବେ ଏହି ସିନେମାଟି ବର୍ତ୍ତମାନର ଓଡ଼ିଆ ଦର୍ଶକଙ୍କ ସ୍ୱାଦକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ସମସ୍ତଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର ।

ଅନ୍ୟପଟେ ଏହି ସିନେମାରେ ମୋ ବାପା ମୋ ପାଇଁ କାହିଁକି ସୁପରମ୍ୟାନ ଏହି ଶୀର୍ଷକରେ ଏକ କ୍ୟାମ୍ପେନର ଶୁଭାରମ୍ଭ ହୋଇଛି । ଯେଉଁଥିରେ ଏହି ଶୀର୍ଷକରେ ଇଚ୍ଛୁକ ବ୍ୟକ୍ତି ବା ଶିଶୁ ନିଜର ମତ ବା କାହାଣୀ ୯୧୭୮୧୮୨୪୪୧ ନମ୍ବର ରେ ପଠେଇବେ । ଆଉ ସେଥିରୁ ୫ ଜଣଙ୍କୁ ଶ୍ରେଷ୍ଠ ବିବେଚିତ କରାଯିବା ସହ ଗୋଟେ ଦିନ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ବିତାଇବାକୁ ସମୟ ମିଳିବ । ଆଉ ଏଥି ମଧ୍ୟରୁ ଏକ କାହାଣୀ ବାପା ସୁପରମ୍ୟାନର ଦ୍ୱିତୀୟ ଚଳଚ୍ଚିତ୍ରର କାହାଣୀ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.