ଆଉ ନାହାନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ତରୁଣ ମଜୁମଦାର

author img

By

Published : Jul 4, 2022, 1:35 PM IST

ଆଉ ନାହାନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ତରୁଣ ମଜୁମଦାର

ବିଶିଷ୍ଟ ଭାରତୀୟ ସିନେମା ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ଦେହାନ୍ତ ହୋଇଛି । ଆଜି ସକାଳ 11ଟା 17 ମିନିଟ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ

କୋଲକାତା: ବିଶିଷ୍ଟ ଭାରତୀୟ ସିନେମା ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ (Tarun Majumdar Died) ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା । ଆଜି ସକାଳ 11ଟା 17 ମିନିଟ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ନିର୍ଦ୍ଦେଶକ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ।

କିଡନୀ ଜନିତ ସମସ୍ୟା ହେତୁ ତାଙ୍କୁୁ ଜୁନ୍ 14 ରେ କୋଲକାତାର SSKM ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହଠାତ୍ ରବିବାର ତାଙ୍କ ଅବସ୍ଥା ବିଗିଡି ଯାଇଥିଲା, ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ଆଜି (ସୋମବାର) ସକାଳେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ଶେଷରେ ସେ ପ୍ରାଣ ତ୍ୟାଗ କରିଛନ୍ତି । ତରୁଣ ମଜୁମଦାରଙ୍କ ଦେହାନ୍ତରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଡାକ୍ତରଖାନାରେ ତରୁଣ ମଜୁମଦାରଙ୍କୁ ଭେଟିବାକୁ ଯାଇଥିଲେ । ଏଥିସହ ମମତା ବାନାର୍ଜୀ ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି । ତାଙ୍କ ସମବେଦନା ବାର୍ତ୍ତାରେ ସେ କହିଛନ୍ତି ଯେ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ । ସେ ଆଜି କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତରୁଣ ମଜୁମଦାର ତାଙ୍କର ନିର୍ଦ୍ଦେଶନା ପାଇଁ ଜଣାଶୁଣା । ତାଙ୍କୁ ପଦ୍ମଶ୍ରୀ, ଜାତୀୟ ପୁରସ୍କାର, BFJA ପୁରସ୍କାର, ଚଳଚ୍ଚିତ୍ର ପୁରସ୍କାର ସମେତ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଙ୍କ ବିୟୋଗ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଅପୂରଣୀୟ କ୍ଷତି। ତରୁଣ ମଜୁମଦାରଙ୍କ ପରିବାର ପ୍ରତି ମୁଁ ମୋର ଗଭୀର ସମବେଦନା ଜଣାଉଛି।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.