ETV Bharat / entertainment

Jawan New Song: ରମାୟା ଭସ୍ତାଭିୟା ଗୀତ ରିଲିଜ, ନୟନତାରାଙ୍କ ସହ ଠୁମକା ଲଗାଇଲେ କିଙ୍ଗ ଖାନ

author img

By ETV Bharat Odisha Team

Published : Aug 30, 2023, 8:08 AM IST

ଶାହାରୁଖ ଖାନଙ୍କ ଫିଲ୍ମ ଜବାନକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ସେପ୍ଟେମ୍ବର 7ରେ ରିଲିଜ ହେବ । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଫିଲ୍ମର 3ୟ ଗୀତ ରମାୟା ଭସ୍ତାଭିୟା ରିଲିଜ କରିଛନ୍ତି । ଅଧିକ ପଢନ୍ତୁ

ଫିଲ୍ମର 3ୟ ଗୀତ ରମାୟା ଭସ୍ତାଭିୟା ରିଲିଜ, ନୟନତାରାଙ୍କ ସହ ଠୁମକା ଲଗାଇଲେ କିଙ୍ଗ ଖାନ
ଫିଲ୍ମର 3ୟ ଗୀତ ରମାୟା ଭସ୍ତାଭିୟା ରିଲିଜ, ନୟନତାରାଙ୍କ ସହ ଠୁମକା ଲଗାଇଲେ କିଙ୍ଗ ଖାନ

ହାଇଦ୍ରାବାଦ: ପଠାନ ପରେ ଶାହାରୁଖ ଖାନ ଫିଲ୍ମ ଜବାନ ସହ ବକ୍ସ ଅଫିସରେ ଧମାକା କରିବାକୁ ଯାଉଛନ୍ତି । ଏହି ଫିଲ୍ମ ରିଲିଜ ପାଇଁ ବର୍ତ୍ତମାନ କାଉଣ୍ଟଡାଉନ ଆରମ୍ଭ ହୋଇଛି । କାରଣ ଏହି ଫିଲ୍ମ ସେପ୍ଟେମ୍ବର 7ରେ ରିଲିଜ ହେବ । ଫିଲ୍ମ ରିଲିଜକୁ ମାତ୍ର ଆଉ କିଛି ଦିନ ବାକି ଥିବା ବେଳେ ନିର୍ମାତା ଏହାରି ମଧ୍ୟରେ ଫିଲ୍ମର 3ୟ ଗୀତ ରମାୟା ଭସ୍ତାଭିୟା ରିଲିଜ କରିଛନ୍ତି । ଏହି ଗୀତରେ ସାଉଥ ଅଭିନେତ୍ରୀ ନୟନତାରାଙ୍କ ସହ ଶାହାରୁଖ ଖାନଙ୍କ ସହ ନାଚୁଥିବା ନଜର ଆସିଛନ୍ତି ।

ଗତକାଲି ଏକ ପୋଷ୍ଟର ସେୟାର କରି ଏହି ଗୀତ ରିଲିଜର ତାରିଖ ଘୋଷଣା କରିଥିଲେ ଶାହାରୁଖ । ନିର୍ଦ୍ଧାରିତ ତାରିଖ ଅନୁଯାୟୀ ବର୍ତ୍ତମାନ ଗୀତ ରିଲିଜ ହୋଇଛି । ଏହି ଗୀତ ରିଲିଜ୍ ହେବାର ମାତ୍ର 1ଘଣ୍ଟା ମଧ୍ୟରେ 7 ଲକ୍ଷରୁ ଅଧିକ ଲୋକ ଏହି ଗୀତ ଦେଖିଛନ୍ତି । ଏହି ଗୀତର ସଂଗୀତ ରଚନା ବିଶାଲ ଦଦଲାନି କରିଥିବା ବେଳେ ଶିଳ୍ପା ରାଓ ଗୀତଟିକୁ ଗାଇଛନ୍ତି । ସାଉଥ ଷ୍ଟାର ସଂଗୀତକାର ଅନିରୁଦ୍ଧ ରବିଚନ୍ଦ୍ରନ ଏଥିରେ ମ୍ୟୁଜିକ ଦେଇଛନ୍ତି ଏବଂ କୁମାର ଏହି ଗୀତ ଲେଖିଛନ୍ତି । ଏଥିସହିତ ଏହି ଗୀତକୁ ପଠାନ ଚଳଚ୍ଚିତ୍ରର ବିବାଦୀୟ ଗୀତ ବେସରମ ରଙ୍ଗଙ୍କୁ କୋରିଓଗ୍ରାଫି କରିଥିବା କୋରିଓଗ୍ରାଫର ବୈଭବ ମରଚେଣ୍ଟ କୋରିଓଗ୍ରାଫି କରିଛନ୍ତି ।

  • " class="align-text-top noRightClick twitterSection" data="">

ପ୍ରଶଂସକମାନେ ଉତ୍ସାହର ସହିତ ଶାହରୁଖ ଖାନଙ୍କ ଫିଲ୍ମ ଜବାନକୁ ଅପେକ୍ଷା କରିରହିଛନ୍ତି । ଏହି ଚଳଚ୍ଚିତ୍ର 7 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଜବାନର ଟ୍ରେଲର 31 ଅଗଷ୍ଟରେ ରିଲିଜ ହେବ । ତେବେ ଫିଲ୍ମର ପ୍ରଥମ ଗୀତ ଜିନ୍ଦା ବନ୍ଦା ଏବଂ ଦ୍ବିତୀୟ ଗୀତ ଚଲେୟା ପୂର୍ବରୁ ରିଲିଜ ହୋଇସାରିଥିବା ବେଳେ ଫିଲ୍ମର 3ୟ ଗୀତ ରମାୟା ଭସ୍ତାଭିୟା ରିଲିଜ ହୋଇଛି । ଉଭୟ ଗୀତକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ 3ୟ ଗୀତକୁ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜବାନ' ପୂର୍ବରୁ ଶାହାରୁଖ ପୁଣି 'ପଠାନ' ସହ ଧମାକା କରିବେ, ଜାପାନରେ ଏହି ଦିନ ରିଲିଜ ହେବ ଫିଲ୍ମ

ଜବାନ୍ ଅଟଲିଙ୍କ ଦ୍ୱାରା ନିର୍ଦ୍ଦେଶିତ, ଗୌରୀ ଖାନଙ୍କ ଦ୍ବାରା ନିର୍ମିତ ଏବଂ ଗୌରବ ବର୍ମାଙ୍କ ଦ୍ବାରା ସହ ପ୍ରଯୋଜିତ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସେପ୍ଟେମ୍ବର 7ରେ ମୁକ୍ତିଲାଭ କରିବ । ଜବାନରେ ଶାହାରୁଖ ଖାନଙ୍କ ସମେତ ସାଉଥ ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଓ ବିଜୟ ସେତୁପତି ମୁଖ୍ୟ ଭୂମିକାରେ ନଜର ଆସିବେ । ଦୀପିକା ପାଦୁକୋନ ଏଥିରେ କେମିଓ ରୋଲରେ ନଜର ଆସିବେ । ଅଟଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଜବାନରେ ଶାହରୁଖ ଖାନଙ୍କ ସମେତ ସାଉଥ ଲୋକପ୍ରିୟ ଅଭିନେତ୍ରୀ ନୟନତାରା, ବିଜୟ ସେତୁପତି ଏବଂ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ଏକ ଆକ୍ସନ୍-ଡ୍ରାମା ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.